Advertisment

Bus Driver Arrested: ୧୫ଜଣ ଆହତ, ୩ ଜଣ ଗୁରୁତର...ଦୁର୍ଘଟଣା ସମୟର ଭିଡିଓ ଭାଇରାଲ

ଦୁର୍ଘଟଣାସ୍ଥଳ ନିକଟରେ ରହୁଥିବା ଜଣେ ବ୍ୟକ୍ତି କହିଛନ୍ତି ତୃତୀୟ କିମ୍ବା ଚତୁର୍ଥ ଥର ପାଇଁ ଏଭଳି ଦୁର୍ଘଟଣା ଘଟିଛି । ସେ କହିଛନ୍ତି, ଏହା ଭୟଙ୍କର ଥିଲା ମୁଁ ଏବେ ମଧ୍ୟ ମାନସିକ ଆଘାତରେ ଅଛି। ମୁଁ କେବଳ ଆହତ ଲୋକଙ୍କ ଓ ସେମାନଙ୍କ ପରିବାର ପାଇଁ ଦୁଃଖ ଅନୁଭବ କରୁଛି।

Bus Driver Arrested

Bus Driver Arrested

Advertisment

ଡ୍ରାଇଭର ହାତରେ ରହିଥାଏ ଯାତ୍ରୀଙ୍କ ସୁରକ୍ଷା ଦାୟିତ୍ବ । ଡ୍ରାଇଭର ଯଦି ଅନ୍ୟମନସ୍କ ହୁଏ ତେବେ କଣ ଘଟିବ ତାହା କଳ୍ପନା ବି କରିହେବ ନାହିଁ । ବ୍ରିଟେନର ମାଞ୍ଚେଷ୍ଟରରେ ଏକ ଛାତି ଥରାଇଦେଲା ଭଳି ଦୁର୍ଘଟଣା ଘଟିଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

Advertisment

ଏକ ଡବଲ୍‌-ଡେକର ବସ୍‌ର ଉପର ଅଂଶ ଏକ ପୋଲ ସହ ଧକ୍କା ହେବାରୁ ତା’ର ଛାତ ଉଡ଼ିଯାଇଥିଲା । ଏହି ଘଟଣାରେ ୧୫ଜଣ ଆହତ ହୋଇଛନ୍ତି । ତିନିଜଣ ଗୁରୁତର ଭାବେ ଆହତ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି । କ୍ୟାମେରାରେ ସେହି ଭୟଙ୍କର ମୁହୂର୍ତ୍ତ ରେକର୍ଡ ହୋଇଥିଲା, ଯାହା ଇଣ୍ଟରନେଟରେ ଭାଇରାଲ ହୋଇଛି।

ରିପୋର୍ଟ ଅନୁସାରେ ଏହି ବସ୍ ଦୁର୍ଘଟଣା ସାଲଫୋର୍ଡର ଏକଲେସରେ ବାର୍ଟନ ରୋଡ୍ ଓ ଟ୍ରାଫୋର୍ଡ ରୋଡ୍‌ର ଛକରେ ଘଟିଥିଲା। ନର୍ଥ ୱେଷ୍ଟ ଆମ୍ବୁଲାନ୍ସ ସର୍ଭିସ ପକ୍ଷରୁ କୁହାଯାଇଛି ୧୫ ଜଣଙ୍କୁ ଘଟଣାସ୍ଥଳରେ ଚିକିତ୍ସା କରାଯାଇ ତା’ପରେ ସେମାନଙ୍କୁ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଥିରେ ଜଣଙ୍କ ଅବସ୍ଥା ଗୁରୁତର ଥିଲା।

Advertisment

ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ବସ୍‌ଟି ପୋଲ ସହ ଧକ୍କା ହେବାର କିଛି ମୁହୂର୍ତ୍ତ ପରେ ସେ “ଚିତ୍କାର” ଶୁଣିଥିଲେ। ଅନ୍ୟ ଜଣେ ପ୍ରତ୍ୟକ୍ଷଦର୍ଶୀ, ଶିମୋନ ହଣ୍ଡଜ, କହିଛନ୍ତି ଯେ ଯେତେବେଳେ ଦୁର୍ଘଟଣା ଘଟିଥିଲା ସେ ଓ ତାଙ୍କ ପ୍ରେମିକା ନିଜ ଫ୍ଲାଟରୁ ରାସ୍ତାକୁ ଦେଖୁଥିଲେ । ତାଙ୍କ ପ୍ରେମିକା ବସ୍‌ଟି ପୋଲ ତଳେ ଦେଇ ଯାଉଥିବାର ଦେଖିଥିଲେ।

ହଣ୍ଡଜ କହିଛନ୍ତି ଯେ ସେମାନେ ଏକ ଜୋରଦାର ବିସ୍ଫୋରଣ ପରି ଶବ୍ଦ ଶୁଣିଥିଲେ। ସେ ଓ ତାଙ୍କ ପ୍ରେମିକା ସାହାଯ୍ୟ ପାଇଁ ତଳକୁ ଦୌଡ଼ି ଯାଇଥିଲେ। ଚେୟାର, ପାଣି ଏବଂ ପଡ଼ୋଶୀଙ୍କଠାରୁ ଚିକିତ୍ସା ସାମଗ୍ରୀ ଆଣି ଆହତ ଲୋକଙ୍କ ସହାୟତା କରିଥିଲେ, ଯେପର୍ଯ୍ୟନ୍ତ ଚିକିତ୍ସା କର୍ମଚାରୀମାନେ ଘଟଣାସ୍ଥଳରେ ନ ପହଞ୍ଚିଥିଲେ। ତାଙ୍କ ପ୍ରେମିକା ୨ଜଣଙ୍କୁ ବସରୁ ତଳେ ପଡ଼ିଥିବାର ଦେଖିଥିଲେ । ବସରେ ଅନେକ ଛୋଟ ପିଲା ଥିଲେ । 

Advertisment

ଦୁର୍ଘଟଣାସ୍ଥଳ ନିକଟରେ ରହୁଥିବା ଜଣେ ବ୍ୟକ୍ତି କହିଛନ୍ତି ତୃତୀୟ କିମ୍ବା ଚତୁର୍ଥ ଥର ପାଇଁ ଏଭଳି ଦୁର୍ଘଟଣା ଘଟିଛି । ସେ କହିଛନ୍ତି, ଏହା ଭୟଙ୍କର ଥିଲା ମୁଁ ଏବେ ମଧ୍ୟ ମାନସିକ ଆଘାତରେ ଅଛି। ମୁଁ କେବଳ ଆହତ ଲୋକଙ୍କ ଓ ସେମାନଙ୍କ ପରିବାର ପାଇଁ ଦୁଃଖ ଅନୁଭବ କରୁଛି।

ଗ୍ରେଟର ମାଞ୍ଚେଷ୍ଟରର ଟ୍ରାନ୍ସପୋର୍ଟ କମିଶନର ଭର୍ନନ ଏଭରିଟ ଏହି ଦୁର୍ଘଟଣାର ତଦନ୍ତ କରିବାକୁ ଘୋଷଣା କରିଛନ୍ତି। କହିଛନ୍ତି ଆହତ ଲୋକଙ୍କ ପ୍ରତି ଆମର ସମବେଦନା ଅଛି । କିଛି ଲୋକଙ୍କୁ ଘଟଣାସ୍ଥଳରେ ଚିକିତ୍ସା କରାଯାଇଛି ଏବଂ କିଛି ଲୋକଙ୍କୁ ହସ୍ପିଟାଲକୁ ନିଆଯାଇଛି। ‍‍ ବସ ଡ୍ରାଇଭରକୁ ଗିରଫ କରାଯାଇଛି ।

Bus Accident Manchester
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ