Advertisment

ଜଳିଗଲା ରୋଗୀଙ୍କୁ ନେଇ ଯାଉଥିବା ବସ୍‌, ଡିଭାଇଡରରେ ପିଟି ହୋଇ ଗାଡ଼ିରେ ଲାଗିଲା ନିଆଁ...

ଡିଭାଇଡରରେ ପିଟି ହୋଇ ଜଳିଗଲା ବସ୍‌। ରୋଗୀଙ୍କୁ ନେଇ ଯାଉଥିବା ଏକ ବସ୍‌ ଭାରସାମ୍ୟ ହରାଇ ରାସ୍ତାକଡ଼ ଡିଭାଇଡରରେ ପିଟି ହୋଇ ଜଳି ଯାଇଛି।

ଅଦ୍ୟତନ ହୋଇଛି
Bus Catches Fire After Hitting Divider In Nayagarh

Bus Catches Fire After Hitting Divider In Nayagarh

Advertisment

ଡିଭାଇଡରରେ ପିଟି ହୋଇ ଜଳିଗଲା ବସ୍‌। ରୋଗୀଙ୍କୁ ନେଇ ଯାଉଥିବା ଏକ ବସ୍‌ ଭାରସାମ୍ୟ ହରାଇ ରାସ୍ତାକଡ଼ ଡିଭାଇଡରରେ ପିଟି ହୋଇ ଜଳି ଯାଇଛି। ନୟାଗଡ଼ ଜିଲ୍ଲା ଦଶପଲ୍ଲା ବାଣୀଗୋଛା ଥାନା ଅନ୍ତର୍ଗତ ଫାଲ୍‌ପାଦୁ ନିକଟରେ ଆଜି ଭୋର ୫ଟାରେ ଏହି ଅଘଟଣ ଘଟିଛି। ଦୁର୍ଘଟଣା ବେଳେ ବସ୍‌ରେ ପ୍ରାୟ ୨୦ ଜଣ ରୋଗୀ ଥିଲେ ବୋଲି ଜଣାପଡ଼ିଛି। 

Advertisment

ସୂଚନା ଅନୁସାରେ, ଖୋର୍ଦ୍ଧା ଜିଲ୍ଲା କୁହୁଡି ଠାରେ ଥିବା ସାଇ ସେବା ସଦନ ହସ୍ପିଟାଲ୍‌ରୁ ପ୍ରାୟ ୨୦ ଜଣ ରୋଗୀଙ୍କୁ ନେଇ ଯାଉଥିବା ବସ୍‌ଟି ଫାଲ୍‌ପାଦୁ ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼ ଡିଭାଇଡରରେ ପିଟି ହୋଇଥିଲା। ଏହାପରେ ବସ୍‌ଟି ଜଳି ଯାଇଥିଲା। ବସ୍‌ଟି ରୋଗୀଙ୍କୁ ନେଇ ବୌଦ୍ଧ ଜିଲ୍ଲା ହରଭଙ୍ଗା ଅଭିମୁଖେ ଯାଉଥିବା ବେଳେ ଏହି ଅଘଟଣ ଘଟିଛି।

ଖବରପାଇ ବାଣିଗୋଚ୍ଛା ପୋଲିସ ଏବଂ ଦଶପଲ୍ଲା ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ବସ୍‌ରେ ଥିବା ରୋଗୀଙ୍କୁ ଉଦ୍ଧାର କରାଯାଇ ବାଣିଗୋଚ୍ଛା ଓ ଦଶପଲ୍ଲା  ସ୍ୱାସ୍ଥ୍ୟକେନ୍ଦ୍ର କୁ ପଠା ଯାଇଛି। ସମସ୍ତେ ସୁସ୍ଥ ଥିବା ଜଣାପଡ଼ିଛି। ତେବେ ଅଘଟଣ ପରେ ଘଟଣାସ୍ଥଳରୁ ବସ୍‌ ଡ୍ରାଇଭର ଫେରାର ଥିବାବେଳେ ପୋଲିସ୍‌ ଘଟଣାର ତଦନ୍ତ ଚଳାଇଛି। 

Advertisment
Bus Accident Road Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ