Advertisment

ଓଲଟିଲା ଘରୋଇ ସ୍କୁଲ୍‌ ବସ୍‌, ଚାଲିଗଲା ୬ ଛାତ୍ରଛାତ୍ରୀଙ୍କ ଜୀବନ

ଏହି ମର୍ମନ୍ତୁଦ ଦୁର୍ଘଟଣା ପରେ ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି ଯେ ପ୍ରାଥମିକ ଅନୁସନ୍ଧାନ ପରେ ଜଣାପଡ଼ୁଛି ଯେ ବସ୍ ଡ୍ରାଇଭର ମଦ୍ୟପାନ କରି ଗାଡିଟିକୁ ଏକ ଗଛରେ ପିଟି ଦେଇଥିଲା।

ଅଦ୍ୟତନ ହୋଇଛି
School Bus Accident

School Bus Accident

Advertisment

ଓଲଟିଲା ଘରୋଇ ସ୍କୁଲ୍‌ ବସ୍‌ । ଚାଲିଗଲା ୬ ଛାତ୍ରଛାତ୍ରୀଙ୍କ ଜୀବନ। ହରିୟାଣାର ମହେନ୍ଦ୍ରଗଡ଼ ଜିଲ୍ଲା କନିନା ଦାଦ୍ରି ରୋଡରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ବସ୍‌ଟି ହରିୟାଣାର ଏକ ଘରୋଇ ବିଦ୍ୟାଳୟର ୪୦ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୬ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ଏକାଧିକ ଛାତ୍ରଛାତ୍ରୀ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

Advertisment

ତେବେ ଏହି ମର୍ମନ୍ତୁଦ ଦୁର୍ଘଟଣା ପରେ ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି ଯେ ପ୍ରାଥମିକ ଅନୁସନ୍ଧାନ ପରେ ଜଣାପଡ଼ୁଛି ଯେ ବସ୍ ଡ୍ରାଇଭର ମଦ୍ୟପାନ କରି ଗାଡିଟିକୁ ଏକ ଗଛରେ ପିଟି ଦେଇଥିଲା। ଯାହାଫଳରେ ବସ୍‌ଟି ଓଲଟି ପଡ଼ିଥିଲା । ସେହିପରି ସରକାରୀ ଦଲିଲ ଦର୍ଶାଉଛି ଯେ ବସ୍‌ର ଫିଟନେସ୍ ସାର୍ଟିଫିକେଟ୍ ଛଅ ବର୍ଷ ପୂର୍ବେ ଅର୍ଥାତ ୨୦୧୮ରେ ଶେଷ ହୋଇଯାଇଥିଲା । ତେବେ ଫିଟନେସ୍‌ ନଥି‍ବା ସତ୍ତ୍ୱେ ଏହି ବସ୍‌କୁ କିଏ ଅନୁମତି ଦେଇଥିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

Bus Accident School Bus Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ