Advertisment

‌ଅଟକିଲାନି ଲିଫ୍ଟ; ବିଜୁଳି ବେଗରେ ଯାଇ ଛାତରେ ପିଟିହେଲା

ବୈଷୟିକ ତ୍ରୁଟି ହେତୁ ଏହି ଘଟଣା ଘଟିଛି ଏବଂ ଏହାର ଯାଞ୍ଚ କରାଯାଉଛି ବୋଲି ପୋଲିସ କହିଛି। ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି।

ଅଦ୍ୟତନ ହୋଇଛି
Brakes Fail, Lift Reaches Top Floor

Brakes Fail, Lift Reaches Top Floor

Advertisment

ସୁବିଧାରେ ଓ କମ୍‌ ସମୟରେ ଯିବା ଆସିବା ପାଇଁ ଆମେ ଲିଫ୍ଟର ବ୍ୟବହାର କରିଥାଉ। ମାତ୍ର ଏହା ସମୟ ସମୟରେ ଘାତକ ହୋଇପାରେ। ଯେଉଁଥିପାଇଁ ଜୀବନ ବି ବିପଦରେ ପଡିପାରେ। ତେବେ ଏପରି ଏକ ଘଟଣା ଘଟିଛି ନୋଏଡାରେ। ଯେଉଁଠି ଲିଫ୍ଟର ବ୍ରେକ୍‌ ଫେଲ୍‌ ହେବା କାରଣରୁ ଏହା ସିଧା ଉପରକୁ ଯାଇ ୨୫ମହଲା ଛାତରେ ମାଡ ହୋଇଛି।

Advertisment

ଗତକାଲି ରାତିରେ ନୋଏଡାର ହାଉସିଂ କମ୍ପ୍ଲେକ୍ସରେ ଏକ ଦୁର୍ଘଟଣା ଘଟିଛି। ସେକ୍ଟର ୧୩୭ର ପାରାସ୍ ଟିଏରା ସୋସାଇଟିରେ ହଠାତ୍ ଲିଫ୍ଟ କାମ କରିବା ବନ୍ଦ କରିଦେଇଥିଲା । ଲିଫ୍ଟର ବ୍ରେକ୍ ଫେଲ୍ ହୋଇଯିବା ପରେ ଏହା ଉପର ମହଲାର ଛାତରେ ଯାଇ ଧକ୍କା ହୋଇଥିଲା। ଯେଉଁଥିରେ ୨ଜଣ ମହିଳାଙ୍କ ସମେତ ମୋଟ୍ ତିନିଜଣ ଆହତ ହୋଇଥିବା ସୂଚନା ମିଳିଛି। କିଛିମାସ ତଳେ ଲିଫ୍ଟ ଦୁର୍ଘଟଣାରେ ହାଉସିଂ କମ୍ପ୍ଲେକ୍ସରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ଏହି ଦୁର୍ଘଟଣା ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି।

ଗତକାଲି ୫ନମ୍ୱର ଟାୱାରର ଚତୁର୍ଥ ମହଲାରେ ଥିବା ଲିଫ୍ଟରେ ତ୍ରୁଟି ଦେଖାଦେଇଥିଲା। ଲିଫ୍ଟରେ କିଛି ଲୋକ ଯିବା ପାଇଁ ଥିଲେ। ହଠାତ୍ ବ୍ରେକ୍ ଫେଲ୍ ହୋଇଯାଇଥିଲା। ଲିଫ୍ଟଟି ସିଧା ଯାଇ ୨୫ ମହଲାରେ ଥିବା ଛାତ ଉପରେ ମାଡ ହୋଇଥିଲା। ଏଥିରେ ଥିବା ୨ମହିଳାଙ୍କ ସମେତ ୩ଜଣ ଆହତ ହୋଇଛନ୍ତି। ଟାୱାରରେ ଥିବା ଦୁଇଟି ଲିଫ୍ଟ ବନ୍ଦ ହୋଇଯାଇଛି ଏବଂ ଲୋକଙ୍କୁ ସିଡ଼ି ବ୍ୟବହାର କରିବାକୁ କୁହାଯାଇଛି।

Advertisment

ବୈଷୟିକ ତ୍ରୁଟି ହେତୁ ଏହି ଘଟଣା ଘଟିଛି ଏବଂ ଏହାର ଯାଞ୍ଚ କରାଯାଉଛି ବୋଲି ପୋଲିସ କହିଛି। ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି। ତେବେ ନିୟମିତ ରକ୍ଷଣାବେକ୍ଷଣ ଅଭାବରୁ ଲିଫ୍ଟରେ ତ୍ରୁଟି ଦେଖାଦେଇଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି।

ବିଗତ ବର୍ଷରେ ବାରମ୍ବାର ଲିଫ୍ଟ ତ୍ରୁଟି ଯୋଗୁଁ ନୋଏଡାଠାରେ ଅନେକ ଲୋକ ପ୍ରାଣ ହରାଇଛନ୍ତି। ଗତ ଅଗଷ୍ଟ ମାସରେ ଲିଫ୍ଟରେ ତ୍ରୁଟି ହେବା କାରଣରୁ ପାରସ ଟିଏରା ସୋସାଇଟିରେ ଜଣେ ବୃଦ୍ଧାଙ୍କର ହୃଦଘାତରେ ମୃତ୍ୟୁ ଘଟିଥିଲା। ଏହାର ମାସେ ପରେ ନୋଏଡା ଏକ୍ସଟେନ୍ସନର ନିର୍ମାଣାଧୀନ ଅମ୍ରାପାଲି ଡ୍ରିମ୍ ଭ୍ୟାଲି ହାଉସିଂ କମ୍ପ୍ଲେକ୍ସରେ ଏକ ଲିଫ୍ଟ ଦୁର୍ଘଟଣାରେ ୮ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ଚଳିତ ବର୍ଷ ଫେବୃଆରୀରେ ରାଜ୍ୟ ବିଧାନସଭା ଉତ୍ତରପ୍ରଦେଶ ଲିଫ୍ଟ ଏବଂ ଏସ୍କାଲେଟର ବିଲ୍ ପାରିତ କରିଛନ୍ତି। ଏଥିରେ ବୀମା ଏବଂ କ୍ଷତିପୂରଣ ପାଇଁ ମଧ୍ୟ ବ୍ୟବସ୍ଥା ରହିଛି।

Advertisment
Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ