Advertisment

Hit and Run: ବୋଲେରୋ ଧକ୍କାରେ ୨ ତୃତୀୟ ଶ୍ରେଣୀ ଛାତ୍ର ଗୁରୁତର

କେନ୍ଦୁଝର ଜିଲ୍ଲା ବଲାଣି ଥାନା ଅଧୀନ ଷ୍ଟିଲ ଅଥୋରିଟି ଅଫ୍ ଇଣ୍ଡିଆର ଖଣି ଟାଉନସିପ୍ ଅଞ୍ଚଳରେ ଅଭାବନୀୟ ଘଟଣା । ଦୁଇ କୋମଳମତୀ ଛାତ୍ରଙ୍କ ଉପରେ ଗାଡ଼ି ଚଢାଇ ଚମ୍ପଟ ମାରିଲା ବୋଲେରୋ । ଦୁର୍ଘଟଣା ସମୟର ପୁରା ଦୃଶ୍ୟ ସିସିଟିଭିରେ କଏଦ୍ ।

author-image
Debadatta Aryashrestha
Hit and Run

Hit and Run

ଦୁଇ କୋମଳମତୀ ଛାତ୍ରଙ୍କ ଉପରେ ଗାଡ଼ି ଚଢାଇ ଚମ୍ପଟ ମାରିଲା ବୋଲେରୋ । ଏହି ଅଭାବନୀୟ ଘଟଣାଟି ଘଟିଛି କେନ୍ଦୁଝର ଜିଲ୍ଲା ବଲାଣି ଥାନା ଅଧୀନ ଷ୍ଟିଲ ଅଥୋରିଟି ଅଫ୍ ଇଣ୍ଡିଆର ଖଣି ଟାଉନସିପ୍ ଅଞ୍ଚଳରେ । ଦୁର୍ଘଟଣା ସମୟର ପୁରା ଦୃଶ୍ୟ ସିସିଟିଭିରେ କଏଦ୍ ହୋଇଥିବା ବେଳେ, ପୋଲିସ୍ ଘଟଣାର ତଦନ୍ତ ଚଳାଇଛି ।

Advertisment

ସୂଚନା ଅନୁସାରେ, ବଲାଣି ଟାଉନସିପରେ ଥିବା ଏକ ବିଦ୍ୟାଳୟରେ ତୃତୀୟ ଶ୍ରେଣୀର ଛାତ୍ର ଆୟୁଷ ଲୁଗୁନ ଓ ରାଶିକା ପୂର୍ତ୍ତି ସାଙ୍ଗ ହୋଇ ବିର୍ସା ମୁଣ୍ଡା କ୍ଲବ ନିକଟ ନିଜ ଘରକୁ ଫେରୁଥିଲେ । ଏହି ସମୟରେ ସାମ୍ନା ପଟୁ ଏକ ବୋଲେରୋ ଦୃତ ଗତିରେ ଆସି ସେମାନଙ୍କ ଉପରେ ଚଢାଇ ପଳାଇଥିଲା । ସ୍ଥାନୀୟ ଲୋକେ ଉଭୟ ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସେଲ୍ ବଲାଣି ଡାକ୍ତରଖାନାକୁ ନେଇଥିଲେ । ପରେ ସେମାନଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।

ଏହି ଦୁଃଖଦ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି । ଦୁର୍ଘଟଣା ଘଟାଇଥିବା ବୋଲେରୋ ଚାଳକକୁ ତୁରନ୍ତ ଗିରଫ କରିବାକୁ ଦାବି ହୋଇଛି । ସିସିଟିଭି ଫୁଟେଜ ଓ ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁସାରେ ତଦନ୍ତ କରୁଛି ବଲାଣି ପୁଲିସ । ହେଲେ ଦୁର୍ଘଟଣା ଘଟାଇଥିବା ବୋଲେରୋ ଓ ଚାଳକଙ୍କ ସମ୍ବନ୍ଧରେ ପୋଲିସ୍ କିଛି ଟେର୍ ପାଇନଥିବା ଜଣାପଡ଼ିଛି ।

Advertisment
Odisha News Keonjhar Accident Hit And Run Case
Advertisment
Advertisment