Advertisment

ଦୟା ନଦୀରୁ ମିଳିଲା ନାବାଳକର ମୃତଦେହ, କାଲିଠୁ ନିଖୋଜ ଥିଲେ...

ଭୁବନେଶ୍ୱର ଦୟା ନଦୀରେ ଭାସି ନିଖୋଜ ନାବାଳକର ମୃତଦେହ ଉଦ୍ଧାର ହୋଇଛି। ଗତକାଲି ଭୁବନେଶ୍ୱର ଉପକଣ୍ଠ ଲିଙ୍ଗିପୁର ନିକଟରେ ସେ ଭାସି ଯାଇଥିଲେ।

ଅଦ୍ୟତନ ହୋଇଛି
Bhubaneswar Drowning Death

Body Of Minor Boy Recovered From Daya River

Advertisment

ଭୁବନେଶ୍ୱର ଦୟା ନଦୀରେ ଭାସି ନିଖୋଜ ନାବାଳକର ମୃତଦେହ ଉଦ୍ଧାର ହୋଇଛି। ଆଜି ସକାଳେ ସୁମିତେନ୍ଦ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଗତକାଲି ଭୁବନେଶ୍ୱର ଉପକଣ୍ଠ ଲିଙ୍ଗିପୁର ନିକଟରେ ସେ ଭାସି ଯାଇଥିଲେ। କାଲି ବହୁ ଖୋଜାଖୋଜି ପରେ ସୁମିତେନ୍ଦ୍ରଙ୍କ କୌଣସି ପତ୍ତା ମିଳିପାରିନଥିଲା।  ଆଜି ସକାଳେ ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିବା ବେଳେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। 

Advertisment

ସୂଚନା ଅନୁସାରେ, ଭୁବନେଶ୍ୱର ଇନ୍ଦିରା କଲୋନୀର ସୁମିତେନ୍ଦ୍ର ଗତକାଲି ଅପରାହ୍ଣ ୪ଟାରେ ଦୟାନଦୀକୁ ଗାଧୋଇବା ସହ ମାଛ ଧରୁଥିଲେ। ୪ ଜଣ ନାବାଳକ ଆସିଥିବା ବେଳେ ସୁମିତେନ୍ଦ୍ର ପାଣି ଭିତରକୁ ଡେଇଁଥିଲେ। ହେଲେ ଆଉ ଫେରି ନଥିଲେ।

ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବହୁ ଖୋଜାଖୋଜି କରିଥିଲେ। ହେଲେ କୌଣସି ପତ୍ତା ମିଳିନଥିଲା। ଅନ୍ଧାର ଯୋଗୁ ସର୍ଚ୍ଚ ଅପରେସନ୍‌ ମଧ୍ୟ ହୋଇପାରି ନଥିଲା।ତେବେ ଆଜି ସକାଳେ ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିବା ବେଳେ ସୁମିତେନ୍ଦ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି।

Advertisment
Drowning Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ