Advertisment

କାଳ ହେଲା ମୁକୁଳା ଡ୍ରେନ୍: ବର୍ଷା ହେଲା, ଜୀବନ ଯିବା ଆରମ୍ଭ ହେଲା

କାଳ ସାଜିଲା ମୁକୁଳା ଡ୍ରେନ୍। ଅକାଳରେ ଚାଲିଗଲା ଆଉ ଏକ ନିରୀହ ଜୀବନ। ଭୁବନେଶ୍ୱରରେ ମୁକୁଳା ଡ୍ରେନ୍ ପୁଣି ଗୋଟିଏ ଜୀବନ ନେଇଛି।

ଅଦ୍ୟତନ ହୋଇଛି
undefined

Drain Mishap

Advertisment

ରାଜଧାନୀରେ ଅଭାବନୀୟ ଘଟଣା। ପୁଣି ମୁକୁଳା ଡ୍ରେନ୍ ନେଲା ଜୀବନ। ଡ୍ରେନ୍ ପାଣିରେ ଭାସି ଯାଇ ଆଜି ଜଣେ ୧୦ ବର୍ଷିୟ ନାବାଳକର ମୃତ୍ୟୁ ହୋଇଛି। ମୌସୁମୀ ସିଜିନରେ ରାଜଧାନୀରେ ବାରମ୍ବାର ଏମିତି ଘଟଣା ଘଟୁଥିଲେ ବି ନିରବଦ୍ରଷ୍ଟା ସାଜିଛି BMC। ଡ୍ରେନ୍ ସଫେଇ ସହ ମୁକୁଳା ଡ୍ରେନ୍ ବନ୍ଦ ପାଇଁ କାହିଁକି ଆଗୁଆ ପଦକ୍ଷେପ ନେଉ ନାହାନ୍ତି ପ୍ରଶ୍ନ ଉଠୁଛି। ଘଟଣାରେ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ରାଜ୍ୟ ସରକାର।

Advertisment

କାଳ ସାଜିଲା ମୁକୁଳା ଡ୍ରେନ୍। ଅକାଳରେ ଚାଲିଗଲା ଆଉ ଏକ ନିରୀହ ଜୀବନ। ଭୁବନେଶ୍ୱରରେ ମୁକୁଳା ଡ୍ରେନ୍ ପୁଣି ଗୋଟିଏ ଜୀବନ ନେଇଛି। ଭୁବନେଶ୍ୱର ୟୁନିଟ୍-୩ ମସଜିଦ କଲୋନୀରେ ସମୟ- ଦିନ ପ୍ରାୟ ୩ଟା ବେଳେ କାଳବୈଶାଖୀ ବର୍ଷା ପରେ ଡ୍ରେନରେ ପାଣି ମାଡ଼ି ଆସିଥିଲା। ଭାସୁଥିବା ଏକ ବେଲୁନ୍ ଆଣିବା ବେଳେ ଖସି ଯାଇଥିଲା ୧୦ ବର୍ଷୀୟ ଆବୁ ବକର ସାହର ପାଦ। ପାଣି ସ୍ରୋତରେ ଭାସି ଯାଇଥିଲା ଆଗକୁ।

ପଢନ୍ତୁ ଏହି ଖବର: ଦେବୀ ନଦୀରେ ଗାଧୋଇବା ବେଳେ ବୁଡ଼ିଗଲେ ୩ ଛାତ୍ର

ଘଟଣାସ୍ଥଳରେ ପରିବାର, ସମ୍ପର୍କୀୟ ଓ ପଡ଼ୋଶୀ ବହୁ ଖୋଜାଖୋଜି କରିଥିଲେ। ଶେଷରେ ଲକ୍ଷ୍ମୀସାଗର ଓସ୍କାର ସିଟି ନିକଟ ନାଳରୁ ଉଦ୍ଧାର ହୋଇଥିଲା ନାବାଳକ। କ୍ୟାପିଟାଲ ହସ୍ପିଟାଲରେ ନାବାଳକୁ ମୃତ ଘୋଷଣା କରିଥିଲେ ଡାକ୍ତର। ପଞ୍ଚମ ଶ୍ରେଣୀରେ ପଢୁଥିବା ଆବୁ ବକର ସାହ, ଦୁନିଆକୁ ଭଲ ଭାବରେ ଜାଣିବା, ବୁଝିବା ଆଗରୁ ଡ୍ରେନ୍ ଆଁରେ ହରାଇଛି ଜୀବନ। ପୁଅକୁ ହରାଇ ଦୁଃଖରେ ବୁଡିଛି ପୂରା ପରିବାର। କାନ୍ଦ ବୋବାଳିଲେ ଫାଟି ପଡିଥିଲା କ୍ୟାପିଟାଲ ହସ୍ପିଟାଲ ପରିସର।

Advertisment

ପ୍ରାଣ ନେଉଛି ମୁକୁଳା ଡ୍ରେନ୍। ଭୁବନେଶ୍ବରରେ ଆଜିର ଘଟଣା ପ୍ରଥମ ନୁହେଁ। ଆଗରୁ ବି ଅନେକ ଅଘଟଣ ଘଟିଛି। ୨୦୨୧ରେ ଶତାବ୍ଦୀ ନଗରରେ ଖୋଲା ଡ୍ରେନ ନେଇଥିଲା ଜଣେ ୧୫ ବର୍ଷୀୟ କିଶୋରର ଜୀବନ। ୨୦୧୯ ଅଗଷ୍ଟରେ ଏକାମ୍ର ଭିଲ୍ଲା ରାସ୍ତା ନିକଟରେ ଖୋଲା ଡ୍ରେନରେ ବୁଡି ପ୍ରାଣ ହରାଇଥିଲେ ୬୫ ବର୍ଷୀୟ ମହିଳା। ୨୦୧୮ ଅଗଷ୍ଟରେ ଡ୍ରେନରେ ପଡି ୟୁନିଟ୍-୬ ପିଚୁପଡିଆ ବସ୍ତିର ଜଣଙ୍କର ମୃତ୍ୟୁ ହୋଇଥିଲା।

୨୦୧୭ ମୌସୁମୀ ସିଜିନରେ ଡ୍ରେନ୍ ପାଣିରେ ଭାସି ପ୍ରାଣ ହରାଇଥିଲେ ଚନ୍ଦ୍ରଶେଖରପୁର-ପଟିଆର ୨ ଜଣ। ଅସରାଏ ବର୍ଷାରେ ରାଜଧାନୀରେ ସୃଷ୍ଟି ହେଉଛି କୃତ୍ରିମ ବନ୍ୟା। ମୃତ୍ୟୁର ଫାଶ ହୋଇ ଜୀବନ ନେଉଛି ମୁକୁଳା ଡ୍ରେନ୍। ବାରମ୍ବାର ଅଘଟଣ ସତ୍ତ୍ୱେ ବିଏମସିର ଚେତା ପଶୁନି। କାହିଁକି ମୌସୁମୀ ଋତୁ ଆଗରୁ ନିଆଯାଉନି ପଦକ୍ଷେପ? ବେଆଇନ ନିର୍ମାଣ ଓ ଜବରଦଖଲ ଯୋଗୁ ଡ୍ରେନେଜ୍ ସମସ୍ୟା ହେଉଛି। ସେଗୁଡ଼ିକୁ ହଟାଯାଉନି କାହିଁକି? ମୁକୁଳା ଥିବା ଡ୍ରେନକୁ କାହିଁକି ବକ୍ସ କରାଯାଉନି ? କେବଳ ଅଘଟଣ ହେଲେ ସମୀକ୍ଷା ହେଉଛି। ତାପରେ ସମସ୍ତେ ଚୁପ୍। ଯାହାର ପରିଣାମ ଭୋଗୁଛନ୍ତି ସାଧାରଣ ଲୋକ। ମୃତ ଆବୁ ବକର ସାହଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

Advertisment
Drowning Death Drain Mishap
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ