Advertisment

ନିଲାମ ହେଲା ବାହାନଗା ଟ୍ରେନ୍ ଟ୍ରାଜେଡିର ମୁକସାକ୍ଷୀ, ଦୁର୍ଘଟଣାର ୫ ମାସ ପରେ କଟା ହେଲା ବଗି

ଏହି ମର୍ମନ୍ତୁଦ ଦୁର୍ଘଟଣା ଅନେକ ଲୋକଙ୍କୁ କରିଦେଇଛି ସର୍ବଶ୍ୱାନ୍ତ। ଦୁର୍ଘଟଣାରେ ଜୀବନ ହରାଇଥିଲେ ୨୯୫ ଯାତ୍ରୀ। ଆଉ ସବୁଠୁ ବଡ଼ ଯନ୍ତ୍ରଣା ଥିଲା ନିଜ ସଂପର୍କୀୟଙ୍କ ମୃତଦେହକୁ ଚିହ୍ନଟ କରି ତା’ର ଶୁଦ୍ଧିକ୍ରିୟା କରିବା।

ଅଦ୍ୟତନ ହୋଇଛି
Bahanaga Train Tragedy

Bahanaga Train Tragedy

Advertisment

ଖଣ୍ଡ ଖଣ୍ଡ କଟା ହେଉଛି ରକ୍ତଦାନବ କରମଣ୍ଡଳ । ଆଉ ମନେ ପକାଇଦେଉଛି ଜୁନ୍ ୨ର ସେହି କାଳ ରାତିକୁ । ସେଦିନ ଠିକ୍ ଏମିତି ବଗି କାଟି ଉଦ୍ଧାର ହୋଇଥିଲା ଶହ ଶହ ଖଣ୍ଡ ବିଖଣ୍ଡିତ ମୃତଦେହ। ଆଉ ଆଜିର ଏ ଚିତ୍ର ସେ ସେଦିନର ସେହି ଲୋମଟାଙ୍କୁରା ଦୃଶ୍ୟକୁ ତାଜା କରିଛି। କାହିଁକି ନା ଏବେ ବି ବଗିରେ ପଡ଼ିଛି କାହାର ଚପଲ ତ କାହାର ତ ପାନିଆ ଆଉ ବ୍ରସ୍। ବାହାନଗା ଟ୍ରେନ୍ ଟ୍ରାଜେଡିକୁ ୫ ମାସ ପରେ ନିଲାମ ହୋଇ ବଗି କଟା ଚାଲିଛି।

Advertisment

ଏହି ମର୍ମନ୍ତୁଦ ଦୁର୍ଘଟଣା ଅନେକ ଲୋକଙ୍କୁ କରିଦେଇଛି ସର୍ବଶ୍ୱାନ୍ତ। ଦୁର୍ଘଟଣାରେ ଜୀବନ ହରାଇଥିଲେ ୨୯୫ ଯାତ୍ରୀ। ଆଉ ସବୁଠୁ ବଡ଼ ଯନ୍ତ୍ରଣା ଥିଲା ନିଜ ସଂପର୍କୀୟଙ୍କ ମୃତଦେହକୁ ଚିହ୍ନଟ କରି ତା’ର ଶୁଦ୍ଧିକ୍ରିୟା କରିବା। କାହିଁକି ନା ପରିଚୟ ନ ପାଇ ଗତ ୧୦ ତାରିଖ ଦିନ ୨୮ ମୃତଦେହକୁ ପୋଡିଥିଲା ପ୍ରଶାସନ। ହାୱଡାର ମୋହିତ ଷ୍ଟିଲ କମ୍ପାନୀ ଏହି କ୍ଷତିଗ୍ରସ୍ତ ଇଞ୍ଜିନ୍ ଓ କୋଚର ନିଲାମ ନେଇଛି।

ସେ ଦିନର ସେ ଚିତ୍ର ଯିଏ ଟିଭି ଆଉ ମୋବାଇଲରେ ଦେଖିଥିଲେ ସେ ତ ଭୁଲି ନାହାନ୍ତି। ଆଉ ଯିଏ ନିଜ ଆଖିରେ ଦେଖିଥିଲା, କବାଟ ଝରକା ତାଡ଼ି ଯାତ୍ରୀଙ୍କୁ ବାହାର କରିଥିଲା ସେମାନେ ବା ଭୁଲିବେ କେମିତି। ବାହାନଗା ବାସିନ୍ଦାଙ୍କ ସହଯୋଗକୁ ସେ ଦିନ ସଲାମ କରିଥିଲା ସାରା ଦେଶ।

Advertisment

ହେଲେ ଟ୍ରେନ୍ ଦୁର୍ଘଟଣା ପରଠୁ ବଗିଗୁଡ଼ିକ ପଡ଼ି ରହିଥିବାରୁ ସେ ଚିତ୍ର ତ ମନେ ପଡ଼ୁଥିଲା ତା ସହ ଘାରୁଥିଲା ଭୂତପ୍ରେତ ଭୟ। ଏମିତି କି ମୃତଦେହଗୁଡିକ ଥିବା ସ୍କୁଲକୁ ଭାଙ୍ଗିଥିଲା ପ୍ରଶାସନ। ହେଲେ ବଗିଗୁଡିକ ପଡ଼ି ଥିବାରୁ ରାତି ହେଲେ ଷ୍ଟେସନ ଆସିବାକୁ ଡର ଲାଗୁଥିଲା ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା। ବଗି ସିନା ଉଠିଗଲା, ହେଲେ ଏହି ମର୍ମନ୍ତୁଦ ଦୁର୍ଘଟଣା ଯେଉଁ କ୍ଷତ ସୃଷ୍ଟି କରିଛି ତାହା ବର୍ଷ ବର୍ଷ ଧରି ରହିବ।

Odisha Train Accident Baleswar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ