Advertisment

୭୫ କିଲୋମିଟର ସ୍ପିଡ୍‌ରେ ଟ୍ରେନ୍‌କୁ ଧକ୍କା ଦେଲା ଟ୍ରେନ୍‌, ୮ ବଗି ଛିନ୍‌ଛତ୍ର !

ମାଲବାହୀ ଗାଡି ପାଇଁ ଉଦ୍ଦିଷ୍ଟ ଲୁପ୍ ଲାଇନରେ ପଶି ଏହା ଧକ୍କା ଦେଇଥିବା ରେଲୱେ ପକ୍ଷରୁ କୁହାଯାଇଛି।

Train Accident

Train Accident

Advertisment

ତାମିଲନାଡ଼ୁରେ ଟ୍ରେନ୍ ଦୁର୍ଘଟଣା। ତାମିଲନାଡ଼ୁର ତିରୁବଲ୍ଲୁରରେ ଦୁର୍ଘଟଣାଗ୍ରସ୍ତ ହୋଇଛି ମହୀଶୁର-ଦରଭଙ୍ଗା ବାଗମତୀ ସୁପରଫାଷ୍ଟ ଏକ୍ସପ୍ରେସ୍ । ଟ୍ରାକରେ ଛିଡ଼ା ହୋଇଥିବା ଏକ ମାଲବାହୀ ଟ୍ରେନକୁ ଧକ୍କା ଦେଇଥିଲା ଏହି ଟ୍ରେନ୍ । ଫଳରେ ୧୨ଟି ବଗି ଲାଇନଚ୍ୟୁତ ହେବା ସହ ୨ଟିରେ ନିଆଁ ଲାଗିଯାଇଥିଲା। ରାତି ପ୍ରାୟ ସାଢ଼େ ୮ଟା ବେଳେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୧୯ ଜଣ ଯାତ୍ରୀ ଆହତ ହୋଇଛନ୍ତି ଏବଂ କାହାର ପ୍ରାଣହାନୀ ଘଟିନାହିଁ ବୋଲି ସରଦନ୍‌ ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ଥିରୁଭଲୁର ଜିଲ୍ଲାର କବରପେଟ୍ଟାଇ ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଛି। ପରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାରକାର୍ଯ୍ୟ ଆରମ୍ଭ ହୋଇଥିଲା। ଉଦ୍ଧାରକାରୀ ଟିମ୍, ମେଡିକାଲ ରିଲିଫ ଟିମ୍ ଓ ୨୦ରୁ ଅଧିକ ଆମ୍ବୁଲାନ୍ସ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ଏନଡିଆରଏଫ୍ ଓ ଏସଡିଆରଏଫ୍ ଟିମ୍ ଘଟଣାସ୍ଥଳରେ ଆହତଙ୍କୁ ଉଦ୍ଧାର କରିବା ସହ ରେସକ୍ୟୁ ଅପରେସନ୍ ଜୋରଦାର କରିଥିଲେ। 

ପ୍ରାଥମିକ ରିପୋର୍ଟ ଅନୁସାରେ, କବରପେଟ୍ଟାଇ ଷ୍ଟେସନରୁ ଯାତ୍ରିବାହୀ ଟ୍ରେନ ବାହାରିବା ପରେ ଟ୍ରାକରେ ସମସ୍ୟାର ସମ୍ମୁଖୀନ ହୋଇଥିଲା। ଫଳରେ ଏକ୍ସପ୍ରେସ ଟ୍ରେନ ଲୁପ ଲାଇନରେ ପ୍ରବେଶ କରାଯାଇଥିଲା। ସେଠାରେ ପୂର୍ବରୁ ଗୋଟିଏ ମାଲବାହୀ ଟ୍ରେନ ରହିଥିଲା। ଏହି ଗାଡ଼ିକୁ ଏକ୍ସପ୍ରେସ ଟ୍ରେନ ଜୋରରେ ଧକ୍କା ଦେଇଥିଲା। ଧକ୍କା ଦେବା ବେଳେ ଏକ୍ସପ୍ରେସ ଟ୍ରେନର ଘଣ୍ଟା ପ୍ରତି ବେଗ ୭୫ କିମି ଥିଲା। ସେହିପରି ଏକ୍ସପ୍ରେସ ଟ୍ରେନର ପାର୍ସଲ ଭ୍ୟାନ ମଧ୍ୟ ଜଳି ଯାଇଛି। 

Advertisment

Train Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ