କାର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା; ୪ଜଣଙ୍କ ମୃତ୍ୟୁ, ଜଣେ ଗୁରୁତର

ଡାକ୍ତର ୪ଜଣଙ୍କୁ ମୃତ ଘୋଷଣା କରିଥିଲେ । ପରେ ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ତେବେ କାର୍‌ରେ ମୋଟ୍‌ ୫ଜଣ ଯାତ୍ରା କରୁଥିବାବେଳେ ସେମାନେ କେଉଁଠାରୁ କେଉଁଠାକୁ ଯାଇଥିଲେ ତାହା ଜଣାପଡ଼ିନାହିଁ ।

କାର୍‌-ଟ୍ରକ୍‌ ଧକ୍କା; ୪ ମୃତ

ଆଠଗଡ଼ ତିଗିରିଆ ଥାନା ନୂଆସଡ଼କ ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । କାର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ୪ଜଣଙ୍କ ମୃତ୍ୟୁ ଘଟିଛି । ଜଣେ ଗୁରୁତରଙ୍କୁ କଟକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ ନୂଆସଡ଼କ ଛକରେ କାର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ସମସ୍ତ ୫ଜଣଙ୍କୁ ପ୍ରଥମେ ଅଠଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ହେଲେ ସେଠାରେ ଡାକ୍ତର ୪ଜଣଙ୍କୁ ମୃତ ଘୋଷଣା କରିଥିଲେ । ପରେ ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ତେବେ କାର୍‌ରେ ମୋଟ୍‌ ୫ଜଣ ଯାତ୍ରା କରୁଥିବାବେଳେ ସେମାନେ କେଉଁଠାରୁ କେଉଁଠାକୁ ଯାଇଥିଲେ ତାହା ଜଣାପଡ଼ିନାହିଁ । ଗୁରୁତର ଓ ମୃତକମାନଙ୍କ ପରିଚୟ ଏବେ ବି ସ୍ପଷ୍ଟ ହୋଇନାହିଁ ।

ଏନେଇ ଖବର ପାଇବା ପରେ ଦୁର୍ଘଟଣାସ୍ଥଳରେ ପୋଲିସ ପହଞ୍ଚିଛି । କେଉଁ କାରଣରୁ ଦର୍ଘଟଣା ହେବଳା ସେନେଇ ତଦନ୍ତ କରୁଛି ।