Advertisment

Congo Boat Capsizes: ମଝି ନଈରେ ବୁଡ଼ିଗଲା ଡଙ୍ଗା; ୨୫ ମୃତ, ଏକାଧିକ ନିଖୋଜ

ଦୁର୍ଗମ ଅଞ୍ଚଳରେ ଡଙ୍ଗାରେ ଅତ୍ୟଧିକ ଭିଡ଼ ଜମିଥାଏ। ଭଲ ରାସ୍ତା ଅଭାବରୁ ଅନେକ ଲୋକଙ୍କର ବିକଳ୍ପ ରାସ୍ତା ହେଉଛି ନଦୀ ଓ ବୋଟ୍ । ଏହାପୂର୍ବରୁ ଅକ୍ଟୋବର ମାସରେ ପୂର୍ବ କଙ୍ଗୋରେ ଏକ ଓଭରଲୋଡ୍ ଡଙ୍ଗା ବୁଡ଼ିଯିବା ପରେ ପ୍ରାୟ ୭୮ ଜଣଙ୍କର ମୃତ୍ୟୁ ହୋଇଥିଲା।

Congo Boat Capsizes

Congo Boat Capsizes

Advertisment

କେନ୍ଦ୍ରୀୟ କଙ୍ଗୋସ୍ଥିତ ଫିମି ନଦୀରେ ବୁଡ଼ିଗଲା ଡଙ୍ଗା। ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ମଝି ନଈରେ ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ ଅନେକ ଶିଶୁଙ୍କ ସମେତ ୨୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଲୋକ ନିଖୋଜ ହୋଇଯାଇଛନ୍ତି। କଙ୍ଗୋର ରାଜଧାନୀ କିନ୍ସାସାର ଉତ୍ତର-ପୂର୍ବରେ ଥିବା ଇନଗୋ ସହର ନିକଟରେ ଏହି ଅଘଟଣ ଘଟିଛି ।

Advertisment

ଅଧିକାରୀ ଏବଂ ସ୍ଥାନୀୟ ବାସିନ୍ଦାଙ୍କ କହିବାନୁସାରେ, ଡଙ୍ଗାରେ ୧୦୦ରୁ ଅଧିକ ଲୋକ ଥିଲେ। ଦୁର୍ଘଟଣା ପରେ ନିଖୋଜ ଲୋକଙ୍କୁ ଖୋଜା ଖୋଜି ଚାଲିଛି। ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବା ନେଇ ଅଧିକାରୀମାନେ ଆଶଙ୍କା କରୁଛନ୍ତି।

ଇନଗୋ ନଦୀ କମିଶନର ଡେଭିଡ କାଲେମ୍ବା କହିଛନ୍ତି ଯେ ଡଙ୍ଗାରେ ଅନେକ ଲୋକ ଥିବାରୁ ଏହା ଭାରସାମ୍ୟ ହରାଇ ଥିଲା। ବର୍ତ୍ତମାନ ସୁଦ୍ଧା ୨୫ ଟି ମୃତଦେହ ଉଦ୍ଧାର କରାଯାଇଛି। ଏହି ଅଞ୍ଚଳର ବାସିନ୍ଦା ଆଲେକ୍ସ ମମ୍ବାମ୍ବା କହିଛନ୍ତି ଯେ ଡଙ୍ଗାରେ ସାମଗ୍ରୀ ଭର୍ତ୍ତି ହୋଇଛି ଏବଂ ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ଅନେକ ପିଲା ମଧ୍ୟ ଅଛନ୍ତି। ସେ କହିଛନ୍ତି ଯେ ଡଙ୍ଗାରେ ଏତେ ସଂଖ୍ୟକ ଯାତ୍ରୀ ଥିଲେ ଯେ ମୃତକଙ୍କ ପ୍ରକୃତ ସଂଖ୍ୟା କହିବା କଷ୍ଟକର।

Advertisment

ଏହି ଦୁର୍ଘଟଣା ଚଳିତ ବର୍ଷ ମାଇ-ନଡୋମ୍ବ ପ୍ରଦେଶରେ ଚତୁର୍ଥ ଦୁର୍ଘଟଣା ।ଏହି ଅଞ୍ଚଳ ନଦୀ ଦ୍ୱାରା ଘେରି ରହିଛି ଏବଂ ଏଠାରେ ଲୋକମାନେ ପରିବହନ ଓ ଯାତାୟତ ପାଇଁ ନଦୀ ଉପରେ ନିର୍ଭର କରନ୍ତି । ଓଭରଲୋଡିଂ ଉପରେ କଙ୍ଗୋ ସରକାର ବାରମ୍ବାର ଚେତାବନୀ ଦେଇଛନ୍ତି ଏବଂ ଜଳ ପରିବହନ ପାଇଁ ସୁରକ୍ଷା ବ୍ୟବସ୍ଥା ଉଲ୍ଲଂଘନ କରୁଥିବା ଲୋକଙ୍କୁ ଦଣ୍ଡ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ଅଧିକ ପଢନ୍ତୁ: ନଦୀରେ ଓଲଟିଲା ବୋଟ୍; ୨୭ ମୃତ, ଶତାଧିକ ନିଖୋଜ

ଦୁର୍ଗମ ଅଞ୍ଚଳରେ ଡଙ୍ଗାରେ ଅତ୍ୟଧିକ ଭିଡ଼ ଜମିଥାଏ। ଭଲ ରାସ୍ତା ଅଭାବରୁ ଅନେକ ଲୋକଙ୍କର ବିକଳ୍ପ ରାସ୍ତା ହେଉଛି ନଦୀ ଓ ବୋଟ୍ । ଏହାପୂର୍ବରୁ ଅକ୍ଟୋବର ମାସରେ ପୂର୍ବ କଙ୍ଗୋରେ ଏକ ଓଭରଲୋଡ୍ ଡଙ୍ଗା ବୁଡ଼ିଯିବା ପରେ ପ୍ରାୟ ୭୮ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହା ବ୍ୟତୀତ ଜୁନ୍ ମାସରେ କିନ୍ନାସା ନିକଟରେ ଏକ ସମାନ ଘଟଣା ଘଟିଥିଲା ​​ଯେଉଁଥିରେ ପ୍ରାୟ ୮୦ ଜଣ ପ୍ରାଣ ହରାଇଥିଲେ।

Advertisment

ଏଠାରେ ଜଳପଥରେ ସୁରକ୍ଷା ବ୍ୟବସ୍ଥା ଏବଂ ନିୟମାବଳୀ କାର୍ଯ୍ୟକାରୀ କରିବାକୁ କର୍ତ୍ତୃପକ୍ଷ ଆବଶ୍ୟକ ପଦକ୍ଷେପ ନେଇନାହାନ୍ତି। ଅଧିକାଂଶ ଦୁର୍ଘଟଣା ବୋଟରେ ଅଧିକ ଲୋକ ଓ ବୋଟ୍‌ର ରକ୍ଷଣାବେକ୍ଷଣ ଅଭାବରୁ ଘଟିଥାଏ। ତେବେ ବୋଟ୍‌ରେ ସୁରକ୍ଷା ବ୍ୟବସ୍ଥାକୁ ଅଣଦେଖା କରି ନିଜ ଅଧିକରୁ ଅଧିକ ଯାତ୍ରୀଙ୍କୁ ନେଇଥାଆନ୍ତି ଚାଳକ। ସେହିପରି ଲାଇଫ୍ ଜ୍ୟାକେଟର ବ୍ୟବହାର ପ୍ରାୟତଃ କରିନଥାନ୍ତି। ଯାହା ଫଳରେ ଏହିପରି ଦୁର୍ଘଟଣା ବାରମ୍ୱାର ଘଟୁଛି।

Boat Capsized
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ