Advertisment

Peru Bus Accident: ଘାଟିରୁ ଖସିଲା ଡବଲ୍ ଡ଼େକର ବସ୍; ୧୮ ମୃତ, ଅନେକ ଆହତ

“ଏକ୍ସପ୍ରେସୋ ମୋଲିନା ଲିଡର ଇଣ୍ଟରନାସନାଲ” କମ୍ପାନୀ ଦ୍ବାରା ପରିଚାଳିତ ଡବଲ ଡେକର ବସ୍ ଜୁନୀନ ଅଞ୍ଚଳର ପାଲକା ଜିଲ୍ଲାର ପାହାଡିଆ ଅଞ୍ଚଳର ଏକ ଘାଟି ରାସ୍ତାରୁ ତଳକୁ ଖସି ପଡିବାରୁ ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୮ ଜଣ ଆହତ ହୋଇଛନ୍ତି।

ଅଦ୍ୟତନ ହୋଇଛି
Bus

Bus

Advertisment

ପେରୁର ଆଣ୍ଡିସ୍ ପର୍ବତମାଳାରେ ଏକ ଭୟଙ୍କର ବସ୍ ଦୁର୍ଘଟଣା ଘଟିଛି। ଏଥିରେ ଅତିକମରେ ୧୮ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୪୮ ଜଣ ଆହତ ହୋଇଛନ୍ତି। ଏକ୍ସପ୍ରେସୋ ମୋଲିନା ଲିଡେର ଇଣ୍ଟରନାସନାଲ ଦ୍ୱାରା ପରିଚାଳିତ ଏକ ଡବଲ ଡେକର ବସ୍ ଜୁନିନ ଅଞ୍ଚଳର ପାଲକା ଜିଲ୍ଲାରେ ଏକ ଘାଟି ରାସ୍ତାରେ ଯାଉଥିବା ବେଳେ ଖାଲକୁ ଖସି ପଡ଼ିଥିଲା।

Advertisment

ବସ୍‌ଟି ଲିମାରୁ ଆମାଜନ ଅଞ୍ଚଳକୁ ଯାଉଥିବା ବେଳେ ଏହା ନିୟନ୍ତ୍ରଣ ହରାଇଥିଲା ବୋଲି ଜୁନିନର ଆଞ୍ଚଳିକ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କ୍ଲିଫୋର କ୍ୱିରିପାକୋ କହିଛନ୍ତି। “ଗାଡ଼ିଟି ରାସ୍ତାରୁ ଖସି ଏକ ଖାଲରେ ପଡ଼ି ଯାଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ହୋଇଥିଲା ଯେ, ବସ୍‌ଟି ସମ୍ପୂର୍ଣ୍ଣ ଚୂନା ହୋଇ ଯାଇଥିଲା,”।

ସ୍ଥାନୀୟ ଟେଲିଭିଜନ ଚ୍ୟାନେଲଗୁଡ଼ିକ ଏହି ଭୟଙ୍କର ଦୁର୍ଘଟଣାର ଦୃଶ୍ୟ ପ୍ରସାରଣ କରିଥିଲେ। ତୁରନ୍ତ ଅଗ୍ନିଶମ ବାହିନୀ ଏବଂ ପୁଲିସ ଘଯଣାସ୍ଥଳରେ ପହଞ୍ଚି ଆହତ ଲୋକମାନଙ୍କୁ ଉଦ୍ଧାର କରିଥିଲେ। ଜରୁରୀକାଳୀନ କର୍ମଚାରୀମାନେ ରାତିସାରା କାମ କରି ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଇଥିଲେ।

Advertisment

ଦୁର୍ଘଟଣାର କାରଣ ଅନୁସନ୍ଧାନ ପାଇଁ କର୍ତ୍ତୃପକ୍ଷ ଏକ ଆନୁଷ୍ଠାନିକ ତଦନ୍ତ ଆରମ୍ଭ କରିଛନ୍ତି। ଯଦିଓ ସଠିକ କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ, ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ ଖରାପ ରାସ୍ତା ଅବସ୍ଥା ଏବଂ ଡ୍ରାଇଭରର ଭୁଲ ଯୋଗୁଁ ଏହି ଦୁର୍ଘଟଣା ଘଟି ଥାଇପାରେ।

ପୂର୍ବରୁ ଏହି ଦେଶରେ ଅନେକ ଭୟଙ୍କର ଦୁର୍ଘଟଣା ଘଟିଛି। ଜାନୁଆରୀ ୩ ତାରିଖରେ, ଏକ ବସ୍ ନଦୀକୁ ଖସି ପଡ଼ିବାରୁ ୬ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୩୨ ଜଣ ଆହତ ହୋଇଥିଲେ। ପେରୁର ଆଟର୍ନୀ ଜେନେରାଲଙ୍କ କାର୍ଯ୍ୟାଳୟ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ବେପରୁଆ ଡ୍ରାଇଭିଂ ଏବଂ ଅଧିକ ବେଗ ଏହି ଦୁର୍ଘଟଣାଗୁଡ଼ିକର ମୁଖ୍ୟ କାରଣ। ଗତ ୨୦୨୪ ମସିହାରେ ପ୍ରାୟ ୩,୧୭୩ ଜଣ ଟ୍ରାଫିକ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି।

Advertisment

ଅଧିକ ପଢ଼ନ୍ତୁ:୧୯୮୪ ପରେ ବାଂଲାଦେଶରେ ସବୁଠୁ ବଡ ଦୁର୍ଘଟଣା: ଆଜି ରାଷ୍ଟ୍ରୀୟ ଶୋକ ଦିବସ ପାଳନ

Bus Accident Road Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ