ଆନ୍ଧ୍ର ପ୍ରଦେଶ ବିଜୟନଗରମ୍ରେ ବଡ଼ ଧରଣର ରେଳ ଦୁର୍ଘଟଣା ଘଟିଛି । ଦୁଇଟି ପାସେଞ୍ଜର ଟ୍ରେନ୍ ମଧ୍ୟରେ ଧକ୍କା ହୋଇଛି । ଆଲମଣ୍ଡା ଷ୍ଟେସନ ନିକଟରେ ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନ୍କୁ ବିଶାଖାପାଟଣା- ରାୟଗଡ଼ା ପାସେଞ୍ଜର ଟ୍ରେନ୍ ଧକ୍କା ଦେଇଛି । ଏଥିରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ ଜଣ ଆହତ ହୋଇଛନ୍ତି । ଆନ୍ଧ୍ର-ଓଡ଼ିଶା ସୀମାବର୍ତ୍ତୀ କଣ୍ଟାକାପାଲୀ-ଆଲମଣ୍ଡା ଷ୍ଟେସନ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି ।
ଏବେ ପ୍ରଶ୍ନ ଉଠୁଛି ଏତେ ବଡ଼ ଦୁର୍ଘଟଣା କେମିତି ହେଲା ? ସିଗ୍ନାଲ୍ ରେଡ୍ ଥିଲା ନା ଏଥିରେ କିଛି ତ୍ରୁଟି ଥିଲା ? ଯଦି, ସିଗ୍ନାଲ୍ ରେଡ୍ ଥିଲା ତେବେ ବିଶାଖାପାଟଣା-ରାୟଗଡ଼ା ଟ୍ରେନ୍ କେମିତି ଧକ୍କା ଦେଲା ? ଏବେ ଏସବୁର କାରଣ ଖୋଜୁଛି ରେଲ୍ୱେ ।
ଅଧିକ ପଢ଼ନ୍ତୁ: ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା: ଏହିସବୁ ଟ୍ରେନ୍ ବାତିଲ୍, ୨୨ଟି ଟ୍ରେନ୍ର ଗତିପଥ ପରିବର୍ତ୍ତନ..
ଇଷ୍ଟ କୋଷ୍ଟ ରେଲ୍ୱେର ସିପିଆରଓଙ୍କ ସୂଚନା ଅନୁସାରେ, ସିଗ୍ନାଲ୍ ଓଭରସୁଟିଂରୁ ଦୁର୍ଘଟଣା ହୋଇଥାଇପାରେ । ଅର୍ଥାତ୍ ରେଡ୍ ସିଗ୍ନାଲ୍ ଥାଇ ବି ଯଦି ଟ୍ରେନ୍ଟି ଆଗକୁ ମାଡ଼ିଯାଏ, ତା’ହେଲେ ତାକୁ ସିଗ୍ନାଲ୍ ଓଭରସୁଟିଂ କୁହାଯାଏ । ତେଣୁ ତେଣୁ ପ୍ରାଥମିକ ଯାଞ୍ଚରୁ ଏହା ମନୁଷ୍ୟକୃତ ତ୍ରୁଟି ହୋଇଥିବା ପୂର୍ବତଟ ରେଲୱେର ସିପିଆରଓ ସୂଚନା ଦେଇଛନ୍ତି ।
ଟ୍ରେନ୍ ଦୁର୍ଘଟଣା ଯୋଗୁ ୩୩ଟି ଟ୍ରେନ୍କୁ ରେଳ ବିଭାଗ ପକ୍ଷରୁ ବାତିଲ୍ କରାଯାଇଛି । ଏହାସହ ୨୨ଟି ଟ୍ରେନ୍ର ଗତିପଥ ପରିବର୍ତ୍ତନ ଓ ୧୧ଟି ଟ୍ରେନ୍ ଆଂଶିକ ବାତିଲ୍ ହୋଇଛି ।ଅପରାହ୍ନ ୪ଟା ସୁଦ୍ଧା ମରାମତି କାମ ସରିବ ବୋଲି ଜଣାପଡ଼ିଛି । ପ୍ରଭାବିତ ଲୋକଙ୍କ ପାଇଁ ବସ୍ ବ୍ୟବସ୍ଥା କରାଯାଇଛି ।