Advertisment

ମହାସାଗରର ଅଥଳ ଜଳରାଶିରେ ବୁଡ଼ିଗଲା ଟାଇଟନ୍ ଜାହାଜ, ଚାଲିଗଲା ୫ ଜୀବନ

ଆଟଲାଣ୍ଟିକ ମହାସାଗରର ଅଥଳ ଜଳରାଶିରେ ସ୍ୱତନ୍ତ୍ର ଟାଇଟନ୍ ବୁଡାଜାହାଜ ବୁଡ଼ି ଯିବା ଯୋଗୁ ୫ ଜଣଙ୍କ ମୃତ୍ୟୁ ହୋଇଛି। ଯାତ୍ରା ଆରମ୍ଭର ମାତ୍ର ୨ ଘଣ୍ଟା ମଧ୍ୟରେ ମୁଖ୍ୟ ଜାହାଜ ସହ ଟାଇଟନ୍‌ର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା।

ଅଦ୍ୟତନ ହୋଇଛି
undefined

All 5 people on board missing submersible dead

Advertisment

ଆଟଲାଣ୍ଟିକ ମହାସାଗରର ଅଥଳ ଜଳରାଶିରେ ସ୍ୱତନ୍ତ୍ର ଟାଇଟନ୍ ବୁଡାଜାହାଜ ବୁଡ଼ି ଯିବା ଯୋଗୁ ୫ ଜଣଙ୍କ ମୃତ୍ୟୁ ହୋଇଛି। ଗତ ରବିବାର ଦିନ ଟାଇଟାନିକ୍ ଜାହାଜର ଧ୍ୱଂସାବଶେଷ ଦେଖିବାକୁ ଏମାନେ ଯାଇଥିଲେ। ତେବେ ଯାତ୍ରା ଆରମ୍ଭର ମାତ୍ର ୨ ଘଣ୍ଟା ମଧ୍ୟରେ ମୁଖ୍ୟ ଜାହାଜ ସହ ଟାଇଟନ୍‌ର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା।

Advertisment

ସ୍ୱତନ୍ତ୍ର ବୁଡ଼ାଜାହାଜ ଟାଇଟନ୍‌ ଭିତରେ ବ୍ରିଟିଶ ବ୍ୟବସାୟୀ ହାମିସ ହାର୍ଡି, ପାକିସ୍ତାନୀ କୋଟିପତି ଶାହାଜାଦ ଦାଉଦ ଓ ତାଙ୍କ ପୁଅ ସୁଲେମନ୍ ଦାଉଦ, ଫ୍ରାନସ ନୌସେନାର ପଲ୍ ହେନରୀ ନାର୍ଗେଓଲେଟ ଏବଂ ଓସେନଗେଟ୍ ସିଇଓ ଷ୍ଟକଟନ୍ ରସ୍ ଥିଲେ।

ସୂଚନାଥାଉ କି, କାନାଡ଼ା ଉପକୂଳରୁ ଯାତ୍ରା ଆରମ୍ଭର ମାତ୍ର ୨ ଘଣ୍ଟା ମଧ୍ୟରେ ମଦର୍ ସିପ୍ ବା ମୁଖ୍ୟ ଜାହାଜ ସହ ଟାଇଟନ୍‌ର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ତେବେ ଏହି ଜାହାଜ ଭିତରେ ଥିବା ୫ ଜଣଙ୍କୁ ଠାବ କରିବା ପାଇଁ ଆମେରିକା କୋଷ୍ଟଗାର୍ଡ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଏହି ସର୍ଚ୍ଚ ଅପରେସନରେ କାନାଡା ସାମରିକ ବିମାନ, ଫ୍ରାନସ ଜାହାଜ, ଟେଲିଗାଇଡେଡ୍‌ ରୋବଟ୍ ସାମିଲ ହୋଇଥିଲେ।

Advertisment

ଦୁର୍ଘଟଣାଗ୍ରସ୍ତ ଟାଇଟନ୍‌ ବୁଡାଜାହଜରେ ୯୬ ଘଣ୍ଟା ପର୍ଯ୍ୟନ୍ତ ଲାଇଫ ସପୋର୍ଟ ସିଷ୍ଟମ ରହିଥିଲା। ତେବେ ୫ ଦିନ ପରେ ସେମାନଙ୍କ ମୃତଦେହ ଠାବ କରାଯାଇଥିବା ଆମେରିକା କୋଷ୍ଟଗାର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

Titanic
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ