Advertisment

ଉଡ଼ାଣ ଭରିବାର କିଛି ସମୟ ପରେ କୋଷ୍ଟଗାର୍ଡ ହେଲିକପ୍ଟର ଦୁର୍ଘଟଣା, ଏମିତି ବଞ୍ଚିଗଲେ ୩ ଜଣ...

୩୦ରୁ ୪୦ ଫୁଟ୍‌ ଉଚ୍ଚରେ ବିମାନ ଉଡ଼ୁଥିବା ବେଳେ ହଠାତ୍‌ ଏହି ସମୟରେ ନିୟନ୍ତ୍ରଣ ହରାଇ ଥିଲେ ପାଇଲଟ୍‌। ଏକ ବଡ଼ ଧରରଣ ଦୁର୍ଘଟଣାରୁ କିପରି ସମସ୍ତଙ୍କ ଜୀବନ ବଞ୍ଚାଇବେ ଏନେଇ ପାଇଲଟ୍‌ ଶତ ପ୍ରତିଶତ ପ୍ରଚେଷ୍ଟା କରିଥିଲେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Indian Coast Guard Helicopter ALH Dhruv Crashes

ALH Dhruv Mark 3 Helicopter Crashes At Kochi

୩୦ରୁ ୪୦ ଫୁଟ୍‌ ଉଚ୍ଚରେ ବିମାନ ଉଡ଼ୁଥିବା ବେଳେ ହଠାତ୍‌ ଏହି ସମୟରେ ନିୟନ୍ତ୍ରଣ ହରାଇ ଥିଲେ ପାଇଲଟ୍‌। ଏକ ବଡ଼ ଧରରଣ ଦୁର୍ଘଟଣାରୁ କିପରି ସମସ୍ତଙ୍କ ଜୀବନ ବଞ୍ଚାଇବେ ଏନେଇ ପାଇଲଟ୍‌ ଶତ ପ୍ରତିଶତ ପ୍ରଚେଷ୍ଟା କରିଥିଲେ। ଭଗବାନଙ୍କ କୃପାରୁ ସମସ୍ତଙ୍କ ଜୀବନ ବଞ୍ଚି ଯାଇଥିଲା। ଉଡ଼ାଣ ଭରିବାର ମାତ୍ର କିଛି ସମୟ ପରେ ତଟରକ୍ଷ ବାହିନୀ(କୋଷ୍ଟଗାର୍ଡ)ର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ରବିବାର ଦିନ କେରଳର କୋଚି ଅନ୍ତର୍ଜାତୀୟ ବିମାନବନ୍ଦର ସ୍ଥିତ ଏନ୍‌କ୍ଲେଭ୍‌ରୁ ତଟରକ୍ଷ ବାହିନୀର ଏକ ହେଲିକପ୍ଟର ଉଡ଼ାଣ ଭରିବାର ମାତ୍ର କିଛି ସମୟ ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପାଇଲଟ୍‌ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ହେଲିକପ୍ଟରରେ ଥିବା ୩ ଜଣଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଛି। 

Advertisment

ଭାରତୀୟ ତଟରକ୍ଷ ବାହିନୀର ସୂଚନା ଅନୁସାରେ, କୋଚିରୁ ପରିଚାଳିତ ଏଏଲ୍‌ଏଚ୍‌ ଏମ୍‌କେ-୩ ହେଲିକପ୍ଟର ସିଜି ୮୫୫, ସିଆଇଏଏଲ୍‌ ଏନ୍‌କ୍ଲେଭ୍‌ରୁ ରବିବାର ଅପରାହ୍ଣ ୧୨ଟା ୨୫ ମିନିଟ୍‌ରେ ଉଡ଼ାଣ ଭରିଥିଲା। ହେଲିକପ୍ଟର ଯେତେବେଳେ ୩୦-୪୦ ଫୁଟ୍‌ ଉଚ୍ଚରେ ଉଡ଼ୁଥିଲା, ସେହି ସମୟରେ ପାଇଲଟ୍‌ ନିୟନ୍ତ୍ରଣ ହରାଇଥିଲେ। ଏହି ସମୟରେ ସେ ଭୟଭୀତ ନହୋଇ ଉପସ୍ଥିତ ବୁଦ୍ଧି ଲଗାଇ ହେଲିକପ୍ଟରକୁ ନିୟନ୍ତ୍ରଣକୁ ଆଣିବାକୁ ପ୍ରୟାସ କରିଥିଲେ ଓ ବିମାନବନ୍ଦରର ମୁଖ୍ୟ ରନ୍‌ୱେ ଠାରୁ ଅଳ୍ପ କିଛି ଦୂରକୁ ବିମାନକୁ ନେଇଥିଲେ।

Advertisment

ଯଥାସମ୍ଭବ ସୁରକ୍ଷିତ ଭାବେ ହେଲିକପ୍ଟରକୁ ଲ୍ୟାଣ୍ଡ୍‌ କରିବା ପାଇଁ ପାଇଲଟ୍‌ ପ୍ରାୟାସ କରିଥିଲେ। ଫଳରେ ହେଲିକପ୍ଟରରେ ଥିବା ୩ ଜଣଙ୍କ ଜୀବନ ବଞ୍ଚି ପାରିବ। ଘଟଣାରେ ଜଣେ ବ୍ୟକ୍ତି ସାମାନ୍ୟ ଆହତ ହୋଇଥିବା ବେଳେ ହେଲିକପ୍ଟରର ରୋଟର ଓ ଏୟାରଫ୍ରେମ୍ କ୍ଷତିଗ୍ରସ୍ତ ହୋଇଛି। ଏହାସହ ୩ ଜଣଙ୍କ ଜୀବନ ମଧ୍ୟ ବଞ୍ଚି ଯାଇଛି। ଅନ୍ୟପକ୍ଷେ, ଦୁର୍ଘଟଣାର ଯାଞ୍ଚ ଲାଗି ନିର୍ଦ୍ଦେଶ ଦିଆଯାଇଛି। 

ମିଳିଥିବା ସୂଚନା ଅନୁସାରେ, ‘ଉଡ଼ାଣ ଯାଞ୍ଚ ପୂର୍ବରୁ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍‌(HAL) ଓ ଆଇସିଜି ଟିମ୍‌ ହେଲିକପ୍ଟରର ଯାଞ୍ଚ କରିଥିଲେ। ହେଲେ ଉଡ଼ାଣ ଭରିବାର ମାତ୍ର କିଛି ସମୟ ପରେ ୩୦ରୁ ୪୦ ଫୁଟ୍‌ ଉଚ୍ଚରେ ହେଲିକପ୍ଟର ଥିବାବେଳେ ଏହାର ସାଇକଲିକ୍‌ ନିୟନ୍ତ୍ରଣ କାମ କରିନଥିଲା। ଫଳରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି।

Helicopter Crash
Advertisment
Advertisment