Advertisment

ଓଡ଼ିଶାରେ ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା: ଅଘଟଣ ପରେ କେଉଁଠି ଏବେ କରମଣ୍ଡଳ ଏକ୍ସପ୍ରେସ୍‌ର ଲୋକୋ ପାଇଲଟ୍‌ ?

ଏତେ ବଡ଼ ଟ୍ରେନ୍‌ ଦୁର୍ଘଟଣା ପରେ କେଉଁଠି ଏବେ ଟ୍ରେନ୍‌ର ଲୋକୋ ପାଇଲଟ୍‌ ଓ ଷ୍ଟାଫମାନେ। ଦୁର୍ଘଟଣାଗ୍ରସ୍ତ କରମଣ୍ଡଳ ଏକ୍ସପ୍ରେସ୍‌ର ଲୋକୋ ପାଇଲଟ୍‌ ଓ ଆସିଷ୍ଟାଣ୍ଟ ପାଇଲଟ୍‌ ଆହତ ହୋଇଥିବା ସୂଚନା ମିଳିଛି।

ଅଦ୍ୟତନ ହୋଇଛି
After Train Accident In Odisha What happened to Coromandel Express Loco Pilot

After Train Accident In Odisha What happened to Coromandel Express Loco Pilot

Advertisment

ବାଲେଶ୍ୱର ବାହାନଗା ଟ୍ରେନ୍ ଟ୍ରାଜେଡିରେ ଏବେ ଯାଏ ୨୭୫ ଜଣଙ୍କ ମୃତ୍ୟୁ ହୋଇଛି। ଏନେଇ ଆଜି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ସ୍ପଷ୍ଟ କରିଛନ୍ତି। ଦୁଇ ଥର ଗଣନା ପରେ ଏହି ସଂଖ୍ୟା ସାମ୍ନାକୁ ଆସିଛି। ଗୋଟିଏ ମୃତଦେହକୁ ଦୁଇ ଦୁଇ ଥର ଗଣା ଯାଇଛି। ବାରମ୍ବାର ଯାଞ୍ଚ ଓ କ୍ରସ୍‌ ଚେକ୍ ପରେ ସଠିକ୍ ସଂଖ୍ୟା ସାମ୍ନାକୁ ଆସିଛି।  

Advertisment

ସେପଟେ ଇଲେକଟ୍ରୋନିକ୍ସ ଇଣ୍ଟରଲକିଂ ସିଷ୍ଟମ୍ ବଦଳିବାରୁ ବାହାନଗାରେ ଟ୍ରେନ୍‌ ଦୁର୍ଘଟଣା ଘଟିଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଏଭଳି କିଛି ବଡ଼ ସୂଚନା ଦେଇଛନ୍ତି। ବାହାନଗା ଟ୍ରେନ୍ ଟ୍ରାଜେଡିର ଏହା ହେଉଛି ପ୍ରମୁଖ କାରଣ। ଇଲକଟ୍ରୋନିକ ଇଣ୍ଟରଲକିଂ ସିଷ୍ଟମରେ ସମସ୍ୟା ଥିବାରୁ ଏତେ ବଡ଼ ଦୁର୍ଘଟଣା ଘଟିଛି। ଏହି ଭୟାନକ ଦୁର୍ଘଟଣାରେ କିଏ ଅନାଥ ହୋଇଯାଇଛନ୍ତି ତ ଆଉ କାହାର ପୁରା ପରିବାର ଉଜୁଡ଼ି ଯାଇଛି। 

ଏସବୁ ଭିତରେ ଏଠାରେ ପ୍ରଶ୍ନ ଉଠୁଛି ଏତେ ବଡ଼ ଟ୍ରେନ୍‌ ଦୁର୍ଘଟଣା ପରେ କେଉଁଠି ଏବେ ଟ୍ରେନ୍‌ର ଲୋକୋ ପାଇଲଟ୍‌ ଓ ଷ୍ଟାଫମାନେ। ଦୁର୍ଘଟଣାଗ୍ରସ୍ତ କରମଣ୍ଡଳ ଏକ୍ସପ୍ରେସ୍‌ର ଲୋକୋ ପାଇଲଟ୍‌ ଓ ଆସିଷ୍ଟାଣ୍ଟ ପାଇଲଟ୍‌ ଆହତ ହୋଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ, ଆଇସିୟୁରେ ଏହି ୨ ପାଇଲଟ୍‌ଙ୍କ ଏବେ ଚିକିତ୍ସା ଚାଲିଛି ଓ ହସ୍ପିଟାଲ୍‌ କର୍ତ୍ତୃପକ୍ଷ ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି। କରମଣ୍ଡଳ ଏକ୍ସପ୍ରେସ୍‌ର ଲୋକୋ ପାଇଲଟ୍‌(ଛାତିରେ ଆଘାତ ଲାଗିଛି) ଓ ଆସିଷ୍ଟାଣ୍ଟ ପାଇଲଟ୍‌(ଗୋଡ଼ରେ ଆଘାତ ଲାଗିଛି) ବର୍ତ୍ତମାନ ICUରେ ଜୀବନ ସହ ସଂଘର୍ଷ କରୁଛନ୍ତି। କରମଣ୍ଡଳ ଏକ୍ସପ୍ରେସର ଡ୍ରାଇଭର ହେଲେ ଗୁଣନିଧି ମହାନ୍ତି ଏବଂ ଆସିଷ୍ଟାଣ୍ଟ ଡ୍ରାଇଭର ହଜାରି ବେହେରା।

Advertisment

ତେବେ ସୁରକ୍ଷା ଦୃଷ୍ଟିରୁ ସେମାନଙ୍କୁ ଆଇସୋଲେସନ୍‌ରେ ରଖାଯାଇ ଚିକିତ୍ସା କରାଯାଉଛି ଓ ସେମାନେ କେଉଁଠି ଅଛନ୍ତି ତାହା ପ୍ରକାଶ କରିବାକୁ ମେଡିକାଲ୍‌ କର୍ତ୍ତୃପକ୍ଷ ବାରଣ କରିଛନ୍ତି। ମିଳିଥିବା ସୂତ୍ରରେ ଏହା ମଧ୍ୟ ଦାବି କରାଯାଇଛି, ମାଲ୍‌ବାହା ଟ୍ରେନ୍‌ ଓ ଶାଲିମାର୍‌ ଏକ୍ସପ୍ରେସ୍‌ର ଡ୍ରାଇଭର ସୁରକ୍ଷିତ ଅଛନ୍ତି। ସୌଭାଗ୍ୟବଶତଃ, ଦୁର୍ଘଟଣା ବେଳେ ମାଲ୍‌ବାହୀ ଗାଡ଼ିର ଗାର୍ଡ ଚା’ ପିଇବାକୁ ଯାଇଥିଲେ। ଏହି ସମୟରେ କରମଣ୍ଡଳ ଏକ୍ସପ୍ରେସ୍‌ ଆସି ଧକ୍କା ଦେଇଥିଲା।

ଅନ୍ୟପକ୍ଷେ, କେବଳ କରମଣ୍ଡଳ ଦୁର୍ଘଟଣା ହୋଇଥିଲା ବୋଲି ବାହାନଗା ରେଳ ଦୁର୍ଘଟଣାକୁ ନେଇ ରେଲ୍‌ୱେ ବୋର୍ଡ ପ୍ରେସ୍‌ମିଟ୍‌ ଏହି ସୂଚନା ଦେଇଛି। ଲୁପ୍‌ ଲାଇନ୍‌ରେ ଦୁଇଟି ମାଲ୍‌ଗାଡ଼ି ଠିଆ ହୋଇଥିଲା। କରମଣ୍ଡଳ ଏକ୍ସପ୍ରେସ୍‌ ୧୨୮ କି.ମି. ବେଗରେ ଯାଉଥିଲା। ଯଶୋବନ୍ତପୁର ଏକ୍ସପ୍ରେସ୍‌ ୧୨୬ କି.ମି. ବେଗରେ ଯାଉଥିଲା। ଉଭୟ ଟ୍ରେନ ପାଇଁ ଗ୍ରୀନ୍‌ ସିଗ୍ନାଲ୍‌ ଥିଲା।

Advertisment

ଏକମାତ୍ର କରମଣ୍ଡଳ ଦୁର୍ଘଟଣାର ଶିକାର ହୋଇଥିଲା। କରମଣ୍ଡଳ ଏକ୍ସପ୍ରେସ୍ ମାଲ୍‌ଗାଡ଼ିକୁ ଧକ୍କା ଦେଇଥିଲା। ଠିଆ ହୋଇଥିବା ମାଲ୍‌ଗାଡ଼ିରେ ଲୁହାପଥର ବୋଝେଇ ହୋଇଥିଲା। ଦୁର୍ଘଟଣା ପରେ ମାଲ୍‌ଗାଡ଼ି ଆଦୌ ହଲଚଲ ହୋଇ ନଥିଲା। କିନ୍ତୁ କରମଣ୍ଡଳ ବଗି ଅନ୍ୟ ଟ୍ରାକ୍‌ରେ ଯାଇ ପଡ଼ିଥିଲା। ଯଶୋବନ୍ତପୁର ଏକ୍ସପ୍ରେସ୍‌ର ଶେଷ ଦୁଇଟି ବଗି ସହ ପିଟି ହୋଇଥିଲା ବୋଲି ରେଲ୍‌ୱେ ବୋର୍ଡ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ