Accident Claims Life In Udala
ମୋ ୫୦ ମିଟର ଆଗରେ ଯାଉଥିଲେ ସ୍ୱାମୀ...ସାଙ୍ଗରେ ଥିବା ସହଯୋଗୀ କହିଲେ ଆଗରେ ଦୁର୍ଘଟଣା ହୋଇଛି ...ମୁଁ ତାଙ୍କ କଥାକୁ ଗୁରୁତ୍ୱ ନଦେଇ ଚାଲିଲି । ମର୍ଣ୍ଣିଂ ୱାକ୍ ସାରି ଫେରିବା ବେଳକୁ ଜାଣିଲି ମୋ ସ୍ୱାମୀଙ୍କ ଆକ୍ସିଡେଣ୍ଟ ହୋଇଛି । ଏହା ମୃତ କୃପାସିନ୍ଧୁଙ୍କ ପତ୍ନୀ ପ୍ରେମଲତାଙ୍କ କଥା । ତାଙ୍କ ପାଖରେ ସ୍ୱାମୀଙ୍କୁ ମନେପକାଇ କହୁଛନ୍ତି କ’ଣ ହେଇଗଲା ଏସବୁ...
ଏମିତି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ କପ୍ତିପଦା ଅଞ୍ଚଳରେ । ସବୁଦିନ ଭଳି ମର୍ଣ୍ଣିଂ ୱାକରେ ଯାଇଥିଲେ କୃପାସିନ୍ଧୁ । ଉଦଳା-ବାଲେଶ୍ୱର ରାଜ୍ୟ ରାଜପଥରେ ଝାପସା କୁହୁଡ଼ି ବି ଥିଲା...ହେଲେ ଝିଙ୍କପଦା ଛକ ନିକଟରେ ଯିବାବେଳେ ପଛରୁ ଆସୁଥିବା ଏକ ଟାଟା ଏସଇ ଦ୍ରୁତ ଗତିରେ ଧକ୍କା ଦେଇଥିଲା...ଏପରିକି ଧକ୍କା ଦେବାପରେ ୬ ରୁ ୮ ମିଟର ଘୋଷାଡ଼ି ନେଇଥିଲା ବେପରୁଆ ଡ୍ରାଇଭର । ସେଠାରେ କୃପାସିନ୍ଧୁ ଛଟପଟ ହେଉଥିଲେ ମଧ୍ୟ...ନିର୍ଦ୍ଦୟ ଟାଟା ଏସଇ ଡ୍ରାଇଭର ଘଟଣାସ୍ଥଳରୁ ଗାଡି ନେଇ ହୋଇଯାଇଥିଲା ଫେରାର ।
ଅଧିକ ପଢ଼ନ୍ତୁ: 'ମୋ ବସ୍' ଚକା ତଳେ ଗଲା ନାବାଳିକା ଜୀବନ; ତାତିଲେ ଲୋକେ
ଆଉ ଘଟଣାସ୍ଥଳରେ ହିଁ ଚାଲିଯାଇଥିଲା କୃପାସିନ୍ଧୁଙ୍କ ଜୀବନ । କପ୍ତିପଦା ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ଉଦଳା ଡାକ୍ତରଖାନା ପଠେଇଛି ।
ସେପଟେ ମୃତ କୃପାସିନ୍ଧୁଙ୍କ ଜୋତା କହୁଛି । ହେ ମୋର ପ୍ରିୟ ମଣିଷ ଫେରିଆସ । କାଲି ପୁଣି ମର୍ଣ୍ଣିଂ ୱାକରେ ଯିବା...ପୁଣି ବୁଲିବା...ଆଉ ପୁଣି ଘରକୁ ଫେରିବା । ଜୋତା ଯେପରି ଗୁମୁରି ଗୁମୁରି କାନ୍ଦୁଛି....ସତେ ଯେପରି ସେ ହାରିଯାଇଛି । ଦିନେ ସେ ଥିଲା ମାଲିକ ପାଦର ସୁରକ୍ଷାକର୍ମୀ ..ହେଲେ ସେ ଆଜି ନିଶବ୍ଦ, ନିରବ ନିର୍ବିକାର । କାରଣ ଯେଉଁ ପାଦ ସହ ତାର ନିବିଡ଼ତା ଥିଲା... ସେ ପାଦ ଅଟକି ଯାଇଛି...ଚିରଦିନ ପାଇଁ...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1738811743.jpg)