Advertisment

ବସ୍‌-କ୍ରୁଜର ମଧ୍ୟରେ ଭୟଙ୍କର ଦୁର୍ଘଟଣା...୮ ମୃତ, ୧୦ରୁ ଅଧିକ ଆହତ

ବସ୍‌-କ୍ରୁଜର ମଧ୍ୟରେ ମୁହାଁମୁହିଁ ଧକ୍କା। ଏଥିରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି।

author-image
Rajalaxmi Sahoo
8 dead in bus-cruiser collision in Haryana

8 dead in bus-cruiser collision in Haryana

ବସ୍‌-କ୍ରୁଜର ମଧ୍ୟରେ ମୁହାଁମୁହିଁ ଧକ୍କା। ଏଥିରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି। ହରିୟାଣାର ଜିନ୍ଦ ଭିୱାନ୍ଦି ରୋଡ୍‌ରେ ବିବିପୁର ଗାଁ ନିକଟରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି। ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। 

Advertisment

ସୂଚନା ଅନୁସାରେ, ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ବସ୍‌ଟି ବିବିପୁର ଗାଁ ନିକଟରେ କ୍ରୁଜର ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଅକାଳରେ ୮ ଜଣଙ୍କ ଜୀବନ ଚାଲିଯାଇ ଥିବାବେଳେ ଏଥିରେ ୧୨ ଜଣ ଆହତ ହୋଇଛନ୍ତି।

ଆହତଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ଜିନ୍ଦ ଜେନେରାଲ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଏହାସହ ମୃତକଙ୍କୁ ଉଦ୍ଧାର କରାଯାଇ ପୋଷ୍ଟମର୍ଟମ ପାଇଁ ପଠା ଯାଇଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଉଭୟ ଗାଡ଼ି ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି। 

Advertisment
Accident
Advertisment
Advertisment