Advertisment

ସ୍କୁଲ ଫାଟକ ପଡ଼ି ୭ ବର୍ଷ ଶିଶୁର ମୃତ୍ୟୁ

ପୁଅକୁ ହରାଇ ଏବେ ଭାଙ୍ଗିପଡିଛି ପୁରା ପରିବାର।

7 years old boy dies after school gate collapse in Athagarh

7 years old boy dies after school gate collapse in Athagarh

Advertisment

ସାଙ୍ଗଙ୍କ ସହ ବେଶ୍‌ ଖୁସି ମଜାରେ ଖେଳୁଥିଲା ଛୋଟ ପୁଅ ଚିକୁ। ଖେଳ ସରିଯିବା ପରେ ଘରକୁ ଖୁସି ମନରେ ଫେରୁଥାଏ। ହେଲେ ଜାଣିନଥିଲା, ତାର କଅଁଳା ଜୀବନ ନେଇଯିବା ପାଇଁ ପାଖରେ ଜଗିଥିଲା ମୃତ୍ୟୁ। ଦୁଇ ହାତ ଯାଇଛି କିନାହିଁ ସତେ ଯେପରି ଉପରେ କାଳ ରୂପକ ଲୁହାର ଗେଟ୍‌ ତା ଉପରକୁ ପଡ଼ିଗଲା। ୭ ବର୍ଷର ପିଲାଟି ଅସହ୍ୟ ଯନ୍ତ୍ରଣାରେ ଛଟପଟ ହୋଇ ଆଖିରୁ ଲୁହ ଗଡ଼ି ଆସୁଥାଏ। ବଞ୍ଚାଅ ବୋଲି କହୁଥାଏ... ହେଲେ ଶେଷରେ ଜୀବନ ଯୁଦ୍ଧରେ ଲଢି ସେ ହାରିଯାଇଛି।  

Advertisment

ଆଠଗଡ଼ ବ୍ଲକ ଆଙ୍କୁଲା ଗାଁର ଚିକୁ ନାଏକ। ସବୁଦିନ ପରି ସାଙ୍ଗସାଥୀ ଖେଳୁଥାଏ। ସେଦିନ ବି ଆଙ୍କୁଲା ସତ୍ୟବାଦୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଫାଟକ ସମ୍ମୁଖରେ ଖେଳୁଥାଏ। ଗୁଡ ଫ୍ରାଇଡେ ଥିବାରୁ ବିଦ୍ୟାଳୟ ଛୁଟି ଥିଲା । କିନ୍ତୁ ବିଦ୍ୟାଳୟର ଗେଟ୍ ଖୋଲା ରହିଥିଲା ହେଲେ ଚିକୁ ଜାଣିନଥିଲା ସ୍କୁଲ ଗେଟ ପାଖରେ ଖେଳିବା ତା ପାଇଁ କାଳ ସାଜିବ। ଖେଳିବା ସମୟରେ ଫାଟକଟି ଚିକୁ ଉପରକୁ ପଡ଼ିଯାଇଥିଲା। 

ତାକୁ ପ୍ରଥମେ ଗୁରୁତର ଅବସ୍ଥାରେ ଆଠଗଡ଼ ଡ଼ାକ୍ତରଖାନାକୁ ନିଆଯାଇଥିଲା। ହେଲେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ବାବଦରେ ଖବର ପାଇ ଆଠଗଡ଼ ଆଠଗଡ଼ ପୋଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି।

Advertisment

ବହୁଦିନ ଧରି ମରାମତି ନହୋଇ ଜଙ୍କ୍‌ ଲାଗି ନଷ୍ଟ ହୋଇଯାଇଥିବାରୁ ଫାଟକଟି ଗଳିପଡିଥିବା ଜଣାପଡ଼ିଛି। ଏବେବି ସ୍କୁଲ ପରିସରରେ ରହିଛି ବିପଦପୂର୍ଣ୍ଣ ଭାବେ ପରିତ୍ୟକ୍ତ ଘର। ପ୍ରଥମରୁ ଅଷ୍ଟମ ଶ୍ରେଣି ପର୍ଯ୍ୟନ୍ତ ଥିବା ଏହି ସ୍କୁଲ ପରିସରରେ ଥିବା ଏକ ଭଙ୍ଗା ଘର ଥିବାରୁ ଛାତ୍ରଛାତ୍ରୀମାନେ ଅସୁରକ୍ଷିତ ଭାବେ ଚଳପ୍ରଚଳ କରୁଛନ୍ତି। ସରକାର ତୁରନ୍ତ ଦୃଷ୍ଟି ଦେବାପାଇଁ ଛାତ୍ରଛାତ୍ରୀ ଅନୁରୋଧ କରିଛନ୍ତି।  

ଗେଟଟି କଳଙ୍କି ଲାଗି ଦୁର୍ବଳ ହୋଇଥିଲେ ବି ସ୍କୁଲ କର୍ତ୍ତୁପକ୍ଷ ଧ୍ୟାନ ଦେଇନଥିଲେ କାହିଁକି ? ସେପଟେ ସ୍କୁଲ ଛୁଟିଥିବା ସହ ଗେଟ ତାଲା ପଡିଥିବା କହି ମୁଣ୍ଡରୁ ଦୋଷ ଖସେଇ ଦେଇଛନ୍ତି ସ୍କୁଲର ପ୍ରଧାନଶିକ୍ଷକ। ପୁଅକୁ ହରାଇ ଏବେ ପୁରା ପରିବାର ଭାଙ୍ଗି ପଡିଥିବା ବେଳେ ବାପା ମ୍ରିୟମାଣ ହୋଇପଡିଛି। ଏହି ଘଟଣାରେ ପୋଲିସ ଓ ସମ୍ପୃକ୍ତ ବିଭାଗ କି ପ୍ରକାର କାର୍ଯ୍ୟାନୁଷ୍ଠାନ ହେଉଛି ତାହା ଦେଖିବାକୁ ବାକି ରହିଲା। 

Advertisment
Odisha Police
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ