Advertisment

ମ୍ୟାରେଜ୍ ପାର୍ଟିକୁ ଯିବାବେଳେ ଅଘଟଣ: କେନାଲକୁ ଖସିପଡ଼ିଲା ବସ୍‌, ୭ ଜଣଙ୍କ ମୃତ୍ୟୁ

ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସମସ୍ତ ଆହତଙ୍କୁ ଉତ୍ତମ ଚିକିତ୍ସା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଅଦ୍ୟତନ ହୋଇଛି
7 Killed As Bus Carrying reception Party

7 Killed As Bus Carrying reception Party

Advertisment

କେତେ ଖୁସିରେ ମ୍ୟାରେଜ୍‌ ପାର୍ଟିକୁ ଯାଉଥିଲେ। ହେଲେ ଏ ଖୁସି ଆଉ ବେଶି ସମୟ ରହିପାରିନଥିଲା। ଅଧା ବାଟରେ ସତେ ଯେପରି ମୃତ୍ୟୁ ଛକି ବସିଥିଲା। ଆଉ କ୍ଷଣିକ ଭିତରେ ନେଇଗଲା ୭ ଜଣଙ୍କ ଜୀବନ। ଓଡ଼ିଶା ଦିଗପହଣ୍ଡି ବରଯାତ୍ରୀ ବସ୍‌ ଦୁର୍ଘଟଣା ମନରୁ ନଲିଭୁଣୁ ସାମନାକୁ ଆସିଲା ଆଉ ଏକ ବସ୍‌ ଦୁର୍ଘଟଣାର ଭୟଙ୍କର ଚିତ୍ର। ସମ୍ପର୍କୀୟଙ୍କ ମ୍ୟାରେଜ୍‌ ପାର୍ଟିରେ ଯୋଗ ଦେବା ପାଇଁ ଯାଉଥିବା ବସ୍‌ ଦୁର୍ଘଟଣାଗ୍ରସ୍ତ ହେବାରୁ ୭ ଜଣଙ୍କ ମୃତ୍ୟୁ ହୋଇଛି। ଏଭଳି ଦୁଃଖଦ ଘଟଣା ଘଟିଛି ଆନ୍ଧ୍ରପ୍ରଦେଶର ପ୍ରକାଶମ୍‌ ଜିଲ୍ଲାରେ। 

Advertisment

ପୋଲିସର କହିବାନୁସାରେ ପ୍ରାୟ ୩୭ ଜଣ ଯାତ୍ରୀଙ୍କୁ ନେଇ ଏକ ବସ୍‌ ପୋଡିଲିରୁ କାକିନଡାକୁ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଉଥିଲା। ରିସେପସନ୍‌ ପାର୍ଟିରେ ଯୋଗ ଦେବା ପାଇଁ ସେ APSRTC ବସ୍‌ ଆରେଂଜ କରିଥିଲେ।

ହେଲେ ଯିବା ବାଟରେ ବିପରୀତ ଦିଗରୁ ଅନ୍ୟ ଏକ ବସ୍‌ ଚାଲିଆସିଥିଲା। ତେବେ ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ବସ୍‌ଟି ରାସ୍ତାର ଏକ ଖୁମ୍ବ ସହ ପିଟି ହୋଇ କେନାଲ ତଳକୁ ଖସିପଡ଼ିଥିଲା। 

Advertisment

ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। 

Marriage Party
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ