Advertisment

ଚକା ଫାଟିଯିବାରୁ ୬ ଜଣଙ୍କ ଉପରେ ଚଢ଼ିଗଲା ଟ୍ରକ

ଏହା ସହ ୧୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି।

ଅଦ୍ୟତନ ହୋଇଛି
Madhya Pradesh Road Accident

truck rams into people at bus stop

Advertisment

ଲୋକଙ୍କ ଉପରେ ଚଢିଗଲା ଟ୍ରକ। ଆଖି ଆଗରେ ଚାଲିଗଲା ଛଅ ଛଅଟା ଜୀବନ। ଏଭଳି ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ରାତଲମ୍‌ ଜିଲ୍ଲାରେ। ରାତଲମ୍-ଲେବାଡ୍‌ ରାସ୍ତାର ସତ୍ରୁନ୍ଦା ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। 

Advertisment

ରାତଲମ୍‌ରୁ ବଡନାୱରକୁ ଟ୍ରକଟି ଯାଉଥିଲା। ରାତଲମ୍-ଲେବାଡ୍‌ ରାସ୍ତାର ସତ୍ରୁନ୍ଦା ଗାଁ ବସ୍‌ଷ୍ଟପ୍‌ ନିକଟରେ ଲୋକ ବସ୍‌କୁ ଅପେକ୍ଷା କରିଥିଲେ। ସେପଟେ ଯାଉଥିବା ଟ୍ରକର ଚକା ଫାଟିଯାଇଥିଲା। ଟ୍ରକର ବେଗ ଅଧିକ ଥିବାରୁ ଭାରସାମ୍ୟ ହରାଇ ଲୋକଙ୍କ ଉପରେ ଚଢିଯାଇଥିଲା। 

ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହା ସହ ୧୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। 

Advertisment
Road Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ