Advertisment

୧୧ କେଭି ତାର୍‌ ସଂସ୍ପର୍ଶରେ ଆସି ଜଳିଗଲା ବସ୍‌; ୫ ଜଣ ଜୀବନ୍ତ ଦଗ୍ଧ

୧୧ କେଭି ତାର ସଂସ୍ପର୍ଶରେ ଆସି ଜଳିଗଲା ବସ୍‌। ଜୀଅନ୍ତା ଜଳିଗଲେ ୫ଜଣ। ସୂଚନା ମୁତାବକ, ଗାଜିପୁରର ମରଦହ ଥାନା ଅଞ୍ଚଳ ସ୍ଥିତ ମହାହର ରୋଡ୍‌ରେ ଘଟିଛି ଏହି ଦୁର୍ଘଟଣା।

author-image
Manoranjan Behera
ଅଦ୍ୟତନ ହୋଇଛି
Bus Catches Fire

Bus Catches Fire

ହୁ ହୁ ହୋଇ ଜଳିଲା ବସ୍‌। ଜଳିଗଲେ ୫ ଜଣ ଯାତ୍ରୀ। ଦୁର୍ଘଟଣାରେ ଅନେକ ଆହତ ହୋଇଥିବା ସୂଚନା ବି ମିଳିଛି। ଉତ୍ତରପ୍ରଦେଶ ଗାଜିପୁରରେ ଜିଲ୍ଲାରେ ଏଭଳି ଅଘଟଣ ଘଟିଛି। ପ୍ରାଥମିକ ତଦନ୍ତୁ ଜଣାପଡ଼ିଛି ଯେ ବସ୍‌ଟି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ନିଆଁ ଲାଗିଛି। ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବା ନେଇ ଆଶଙ୍କା କରାଯାଉଛି। ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

Advertisment

୧୧ କେଭିତାର ସଂସ୍ପର୍ଶରେ ଆସି ଜଳିଗଲା ବସ୍‌। ଜୀଅନ୍ତା ଜଳିଗଲେ ୫ଜଣ। ସୂଚନା ମୁତାବକ, ଗାଜିପୁରର ମରଦହ ଥାନା ଅଞ୍ଚଳ ସ୍ଥିତ ମହାହର ରୋଡ୍‌ରେ ଘଟିଛି ଏହି ଦୁର୍ଘଟଣା। ଏହି ବସରେ ବରଯାତ୍ରୀ ଯାଉଥିବାର ସୂଚନା ମିଳିଛି। ମଉର କୋପାରୁ ବରଯାତ୍ରୀ ନେଇ ବସ୍‌ଟି ମରଦହର ମହାହର ଧାମ ଯାଉଥିଲା। ଏହି ସମୟରେ ୧୧ ହଜାର କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ହୁ ହୁ ହୋଇ ରାସ୍ତା ମଝିରେ ହିଁ ଜଳି ଯାଇଥିଲା। ଫଳରେ ଘଟଣାସ୍ଥଳରେ ୫ ଜଣ ଯାତ୍ରୀ ଜୀବନ୍ତ ଜଳି ଯାଇଛନ୍ତି। କିଛି ଯାତ୍ରୀ ବସ୍‌ରୁ ତଳକୁ ଡେଇଁ ନିଜ ଜୀବନ ବଞ୍ଚାଇଛନ୍ତି।

ଅନେକ ଲୋକ ଏହି ଘଟଣାରେ ଗୁରୁତର ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ ଛୋଟ ଛୁଆ ମଧ୍ୟ ସାମିଲ ଅଛନ୍ତି। ସେମାନଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ସେପଟେ ଆଗକୁ ମୃତ୍ୟୁ ସଂଖ୍ୟା ବଢ଼ିବା ନେଇ ଆଶଙ୍କା କରାଯାଉଛି। ନିଆଁ ଏତେ ଭୟଙ୍କର ଥିଲା ଯେ, ସ୍ଥାନୀୟ ଲୋକେ ଲିଭାଇ ପାରିନଥିଲେ। ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି।

Advertisment

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣା ସମ୍ପର୍କରେ ଅବଗତ ଅଛନ୍ତି। ସେ ଅଧିକାରୀମାନଙ୍କୁ ଘଟଣାସ୍ଥଳକୁ ଯାଇ ସ୍ଥିତି ତଦାରଖ କରିବା ସହ ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Bus Catches Fire
Advertisment
Advertisment