Advertisment

Accident in Agra Expressway: ଡିଭାଇଡର ଡେଇଁ ଟ୍ରକ୍‌କୁ ପିଟିଲା ସ୍କର୍ପିଓ; ଚାଲିଗଲା ୫ ଡାକ୍ତରଙ୍କ ଜୀବନ

ଆଗ୍ରା ଲକ୍ଷ୍ନୌ ଏକ୍ସପ୍ରେସୱେରେ ମର୍ମନ୍ତୁଦ ଦୁର୍ଘଟଣା। ଭାରସାମ୍ୟ ହରାଇ ଡିଭାଇଡର ଡେଇଁ ଟ୍ରକ୍‌କୁ ପିଟିଲା କାର୍।

ଅଦ୍ୟତନ ହୋଇଛି
Accident

Accident

Advertisment

ଆଗ୍ରା ଲକ୍ଷ୍ନୌ ଏକ୍ସପ୍ରେସୱେରେ ମର୍ମନ୍ତୁଦ ଦୁର୍ଘଟଣା। ଭାରସାମ୍ୟ ହରାଇ ଡିଭାଇଡର ଡେଇଁ ଟ୍ରକ୍‌କୁ ପିଟିଲା କାର୍। ଏହି ଦୁର୍ଘଟଣାରେ ୫ଜଣ ଡାକ୍ତରଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଥିବା ଜଣାପଡିଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାର୍‌ଟି ସଂପୂର୍ଣ୍ଣ ଭାଙ୍ଗିରୁଜି ଚୁନା ହୋଇଯାଇଛି।

Advertisment

ସୂଚନା ଅନୁଯାୟୀ, ଆଜି ଭୋର୍ ପ୍ରାୟ ୩ଟା ୩୦ରେ ଏହି ଦୁର୍ଘଟଣା ଘଟିଛି। ମୃତ ଡାକ୍ତରମାନେ ଉତ୍ତରପ୍ରଦେଶ ମେଡିକାଲ ସାଇନ୍ସ ୟୁନିଭରସିଟିରେ ସ୍ନାତକୋତ୍ତର ପ୍ରଶିକ୍ଷକ ଥିଲେ। ସମସ୍ତେ ଲକ୍ଷ୍ନୌରେ ଏକ ବିବାହ ଉତ୍ସବରେ ଯୋଗଦେଇ ସ୍କର୍ପିଓ ଏସୟୁଭିରେ ଫେରୁଥିଲେ। ହେଲେ ସେମାନଙ୍କ କାର୍‌ଟି ଭାରସାମ୍ୟ ହରାଇ ଡିଭାଇଡର ଭାଙ୍ଗି ବିପରୀତ ପାର୍ଶ୍ୱରୁ ଆସୁଥିବା ଏକ ଟ୍ରକ ସହ ଧକ୍କା ହୋଇଥିଲା।

ତେବେ କାର୍‌ ଡ୍ରାଇଭରଙ୍କ ଆଖି ଲାଗିଯାଇଥିବାରୁ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ଏହି ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ୫ଜଣଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ପୋଲିସ ମୃତକଙ୍କ ପରିଚୟ ସ୍ପଷ୍ଟ କରିଛି। ମୃତକମାନେ ହେଲେ ଡାକ୍ତର ଅନିରୁଦ୍ଧ ବର୍ମା, ଡାକ୍ତର ସନ୍ତୋଷ କୁମାର ମୌର୍ଯ୍ୟ, ଡାକ୍ତର ଜୟଭୀର ସିଂ, ଡାକ୍ତର ଅରୁଣ କୁମାର ଏବଂ ଡାକ୍ତର ନରଦେବ ।

Advertisment

ଅଧିକ ପଢନ୍ତୁ: Plane Rolls Back: ବ୍ରେକ୍ ଲଗାଇବାକୁ ଭୁଲିଗଲେ ପାଇଲଟ୍; ପାର୍କିଂ ୱେକୁ ଗଡ଼ିଗଲା ଡବଲ-ଡେକର କମର୍ସିଆଲ୍ ଫ୍ଲାଇଟ୍

ସର୍କଲ ଅଫିସର ପ୍ରିୟଙ୍କା ବାଜପାଇ କହିଛନ୍ତି, ଆଜି ଭୋର୍ ପ୍ରାୟ ସାଢେ ୩ଟା ସମୟରେ ଲକ୍ଷ୍ନୌରୁ ଆଗ୍ରା ଆଡକୁ ଏକ ସ୍କର୍ପିଓ ଆସୁଥିଲା। ଏହା ଭାରସାମ୍ୟ ହରାଇ ଡିଭାଇଡର୍ ଭାଙ୍ଗି ଟ୍ରକକୁ ଧକ୍କା ଦେଇଥିଲା। ଏଥିରେ ୫ ଡାକ୍ତରଙ୍କ ମୃତ୍ୟୁ ଘଟିଛି ଏବଂ ଜଣେ ଚିକିତ୍ସିତ ହେଉଛନ୍ତି। ସମସ୍ତେ ସାଇଫାଇ ଡାକ୍ତରଖାନାରେ ଡାକ୍ତର କିମ୍ବା ଲ୍ୟାବ ଟେକ୍ନିସିଆନ ଥିଲେ। ପୋଲିସ ଘଟଣାସ୍ଥଳ ଯାଇ ତଦନ୍ତ କରିଛି। ତେବେ ଦୁର୍ଘଟଣା କେତେ ଭୟାବହ ଥିଲା ତାହା ଖଣ୍ଡଖଣ୍ଡ ହୋଇଯାଇଥିବା କାର୍‌ରୁ ସ୍ପଷ୍ଟ ଜଣାପଡୁଛି।

Advertisment

ଅଧିକ ପଢ଼ନ୍ତୁ: UP Road Accident: ଭୁଲ୍‌ ରାସ୍ତା ଦେଖାଇଲା ଗୁଗୁଲ୍‌ ମ୍ୟାପ୍‌, ନିର୍ମାଣାଧୀନ ପୋଲରୁ ଖସି ପଡ଼ିଲା କାର୍...ଚାଲିଗଲା ୩ ଜୀବନ

Road Accident Doctors
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ