Accident
ବିବାହ ଭୋଜିରୁ ବାପାମା’ଙ୍କ ସାଙ୍ଗରେ ଘରୁ ଫେରୁଥିଲା ପୁଅ। ବାପାମା’ ଫେରିଲେ, କିନ୍ତୁ ପୁଅ ଆଉ ଫେରିଲାନାହିଁ। ଫେରିଲା ତା ମୃତଦେହ। ୪ବର୍ଷ ପୁଅ ଉପରେ ମାଡ଼ିଗଲା ଟ୍ରକ୍।
ବାପାମା’ଙ୍କ ଆଗରେ ଚାଲିଗଲା ପୁଅର ଜୀବନ। ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଘସିଆନ - ଲରମ୍ଭା ରାସ୍ତାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ବାପା ଭୀମ ବରିହା, ମା’ ଚନ୍ଦ୍ରିକା ବରିହା ଓ ମାମୁ ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତ ଶିଶୁ ଜଣଙ୍କ ହେଲେ ଜିତ ବରିହା।
ଅଧିକ ପଢ଼ନ୍ତୁ: ଭୟଙ୍କର ଦୁର୍ଘଟଣା: PCR ଭ୍ୟାନକୁ ଚାପିଦେଲା ହାଇୱା, ୨ ପୋଲିସ କର୍ମଚାରୀଙ୍କ ମୃତ୍ୟୁ...
ବାପାମା’ଙ୍କ ସହ ଜିତ୍ ସକ୍ରିପାଣି ଗାଁକୁ ବିବାହ ଭୋଜିରେ ଯୋଗ ଦେବାକୁ ଯାଇଥିଲେ। ବିବାହ ଭୋଜିରେ ଯୋଗ ଦେଇ ମାମୁଙ୍କ ସହ ଜିତ ଓ ବାପାମା ବାଇକରେ ଘରକୁ ଫେରୁଥିଲେ। ମାମୁ ବାଇକ୍ ଚଲାଉଥିବା ବେଳେ ଆଗରେ ବସିଥିଲେ ଜିତ। ବାପାମା’ ଗାଡ଼ିର ପଛରେ ବସିଥିଲେ । ଏହି ସମୟରେ ଏକ ହାଇୱା ପଛପଟୁ ଆସି ଧକ୍କା ଦେଇଥିଲା। ଫଳରେ ଗାଡ଼ିରୁ ସମସ୍ତେ ଛିଟିକି ତଳେ ପଡ଼ି ଯାଇଥିଲେ। ଏହି ସମୟରେ ପିଲାଟି ଉପରେ ଗାଡ଼ି ଚଢ଼ି ଯାଇଥିଲା। ଘଟଣାସ୍ଥଳରେ ତାର ମୃତ୍ୟୁ ଘଟିଥିଲା। ଗୋଟିଏ ବାଇକରେ ୪ ଜଣ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଚାଲିଯାଇଛି ଜଣେ ନିଷ୍ପାପ ଶିଶୁର ଜୀବନ ।
ଆହତମାନଙ୍କୁ ଉଦ୍ଧାର କରାଯାଇ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଲରମ୍ଭା ପୋଲିସ୍ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Accident_1745743360.jpg)