Advertisment

ଆଗ ଟାୟାର ଫାଟିଯିବାରୁ ଦୁଇ ବସ୍‌ ମୁହାଁମୁହିଁ ଧକ୍କା; ୪ ମୃତ, ୭୦ ଆହତ

ଘଟଣାସ୍ଥଳରେ ୪ଜଣଙ୍କ ମୃତ୍ୟୁ ହେବାସହ ୭୦ଜଣ ଅହତ ହୋଇଥିଲେ । ଆହତମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ କୁଡାଲୋର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ଅଦ୍ୟତନ ହୋଇଛି
Tamil Nadu 2 buses Accident

Tamil Nadu 2 buses Accident

Advertisment

ଦୁଇ ବସ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ୪ଜଣଙ୍କ ମୃତ୍ୟୁ ହେବା ସହ ୭୦ଜଣ ଅହତ ହୋଇଛନ୍ତି । ସୂଚନା ଅନୁସାରେ ଗୋଟିଏ ବସ୍‌ର ଆଗ ଟାୟାର ଫାଟିଯିବାରୁ ନିୟନ୍ତ୍ରଣ ହରାଇ ଅନ୍ୟ ଗୋଟିଏ ବସ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ୪ଜଣଙ୍କ ମୃତ୍ୟୁ ହେବାସହ ୭୦ଜଣ ଅହତ ହୋଇଥିଲେ ।

Advertisment

ଆହତମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ କୁଡାଲୋର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତାମିଲନାଡୁର କୁଡାଲୋର ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଛି । କୁଡାଲୋର ଜିଲ୍ଲାରେ ନେଲିକପୁପମ୍ ନିକଟ ପଟ୍ଟମ୍ବାକ୍କମ୍ ଠାରେ ଦୁଇଟି ଘରୋଇ ବସ୍ ଧକ୍କା ହୋଇଥିବାବେଳେ କୁଡାଲୋର ଏବଂ ପାନ୍ରୁତି ଯାତ୍ରା କରୁଥିଲେ ଦୁଇ ବସ୍‌ ।

ଦୁର୍ଘଟଣାକୁ ନେଇ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଦୁଃଖପ୍ରକାଶ କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ମୃତକଙ୍କ ପରିବାର ପାଇଁ ୨ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଥିବାବେଳେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଆହତ ଯାତ୍ରୀଙ୍କ ପାଇଁ ୫୦,୦୦୦ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି ।

Advertisment
Tamil Nadu
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ