Advertisment

ମଝି ନଈରେ ବୁଡିଗଲା ଯାତ୍ରୀବାହୀ ଡଙ୍ଗା; ୪ ଜଣଙ୍କ ସଲିଳ ସମାଧି, ଏକାଧିକ ଶିଶୁ ନିଖୋଜ

ଝେଲମ ନଦୀରେ ଡଙ୍ଗା ପାର ହେଉଥିଲେ ଛାତ୍ରଛାତ୍ରୀ। ହଠାତ୍ ସ୍ରୋତ ପ୍ରଖର ହେବା ପରେ ଡଙ୍ଗାଟି ବୁଡିଯାଇଥିଲା। ତେବେ ଚାଳକ ସେମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରାଣ ପଣେ ଉଦ୍ୟମ କରିଥିଲେ।

ଅଦ୍ୟତନ ହୋଇଛି
Boat overturns in Srinagar's River Jhelum

Boat overturns in Srinagar's River Jhelum

Advertisment

ଝେଲମ ନଦୀରେ ବୁଡିଲା ଡଙ୍ଗା। ଆଜି ସକାଳୁ ସ୍କୁଲ ପିଲାଙ୍କୁ ନେଇ ନଦୀ ପାର ହେଉଥିବା ଏକ ଡଙ୍ଗା ବୁଡିଯିବା ଫଳରେ ୪ଜଣଙ୍କର ମୃତ୍ୟୁ ହୋଇଛି। ଶ୍ରୀନଗରର ବଟୱାରା ଅଞ୍ଚଳରେ ଏହି ଅଭାବାନୀୟ ଘଟଣା ଘଟିଛି। ଡଙ୍ଗାରେ ପ୍ରାୟ ୧୫ରୁ ଅଧିକ ଛାତ୍ରଛାତ୍ରୀ ଓ ଲୋକ ଥିବା ପ୍ରତ୍ୟକ୍ଷଦର୍ଶୀ ସୂଚନା ଦେଇଛନ୍ତି।

Advertisment

ସୂଚନା ଅନୁସାରେ, ଝେଲମ ନଦୀରେ ଡଙ୍ଗା ପାର ହେଉଥିଲେ ଛାତ୍ରଛାତ୍ରୀ। ହଠାତ୍ ସ୍ରୋତ ପ୍ରଖର ହେବା ପରେ ଡଙ୍ଗାଟି ବୁଡିଯାଇଥିଲା। ତେବେ ଚାଳକ ସେମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରାଣ ପଣେ ଉଦ୍ୟମ କରିଥିଲେ। ମାତ୍ର ପାଣିର ସୁଅ ଅଧିକ ଥିବାରୁ ସମସ୍ତେ ବୁଡିଯାଇଥିଲେ। କିଛି ପିଲାଙ୍କୁ ପାଣିରୁ ଉଦ୍ଧାର କରାଯାଇଥିଲା।

ଅଧିକ ପଢ଼ନ୍ତୁ: ଦୁର୍ଘଟଣାଗ୍ରସ୍ତ ହାଇୱାକୁ ପିଟିଲା ବସ୍; ଜଣେ ମୃତ ଓ ୨୦ରୁ ଅଧିକ ଆହତ

Advertisment

ଖବର ଲେଖାଯିବା ସୁଦ୍ଧା ୪ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏକାଧିକ ଶିଶୁ ଏବେବି ନିଖୋଜ ଅଛନ୍ତି। ସେମାନଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି। ତିନିଜଣ ଶିଶୁ ଏସଏମଏଚଏସ ହସ୍ପିଟାଲ ଶ୍ରୀନଗରରେ ଚିକିତ୍ସିତ ହେଉଛନ୍ତି ।ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି।

Advertisment

ଘଟଣାସ୍ଥଳରେ ପୋଲିସ ଓ ଉଦ୍ଧାରକାରୀ ଟିମ୍ ପହଞ୍ଚି ଖୋଜାଖୋଜି ଜାରି ରଖିଛନ୍ତି। ତେବେ ମୃତ୍ୟୁସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି। ଝେଲମ ନଦୀ ଉପରେ ବ୍ରିଜ ନଥିବାରୁ ଏପରି ଦୁର୍ଘଟଣା ବାରମ୍ୱାର ଘଟୁଛି। ତେବେ ବ୍ରିଜ କରିବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକ।

Drowning Boat Capsized
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ