ଅଦ୍ୟତନ ହୋଇଛି
4 dead after boat capsizes
Advertisment
କୋରାପୁଟରେ ବଡ଼ ଧରଣର ଅଘଟଣ ଘଟିଛି । ଦେଶୀ ଡଙ୍ଗା ବୁଡ଼ିଯିବା ଫଳରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ଡଙ୍ଗାରେ ଥିବା ଅନ୍ୟ ୪ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ଦେଶୀ ଡଙ୍ଗାରେ ମୋଟ୍ ୮ଜଣ ଯାତ୍ରୀ ଯାତ୍ରା କରୁଥିଲେ ।
Advertisment
ସମସ୍ତ ୮ଜଣ ମୁଖିଗୁଡ଼ାଇରୁ ତେନ୍ତୁଳିପଦର ଆସୁଥିଲେ । ଡଙ୍ଗାଟି ଆସିବା ସମୟରେ ସେମିଳିଗୁଡ଼ା ଥାନା ପୋଡ଼ାଗଡ଼ ଘାଟ ନିକଟରେ ବୁଡ଼ିଯାଇଛି ।
ମୃତ ୪ ଜଣଙ୍କ ମଧ୍ୟରେ ୩ ମହିଳା ଥିବା ଜଣାପଡ଼ିଛି । ଏନେଇ ସ୍ଥାନୀୟ ସରପଞ୍ଚ ସୂଚନା ଦେଇଛନ୍ତି । ଏପରି ଏକ ଖବର ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1681384369.jpg)