/odishatv-khabar/media/post_attachments/uploadimage/library/16_9/16_9_0/Jharkhand_1690627690.jpg)
Jharkhand
ଝାଡ଼ଖଣ୍ଡର ବୋକାରୋରେ ଆୟୋଜିତ ମହରମ୍ ଶୋଭାଯାତ୍ରା ସମୟରେ ବଡ଼ ଅଘଟଣ ଘଟିଛି । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୪ ଜଣଙ୍କ ଜୀବନ ଚାଲିଯାଇଛି । ଏହି ଅଘଟଣରେ ଆଉ ୧୩ଜଣ ଆହତ ହୋଇଥିବା କଥା ପୋଲିସ ପକ୍ଷରୁ ଜଣାପଡ଼ିଛି । ସମସ୍ତ ଆହତଙ୍କୁ ନିକଟସ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଲୋକଙ୍କ ମଧ୍ୟରେ ୯ ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି ।
Jharkhand | Four people were killed and 10 suffered burn injuries when the Tazia they were carrying during the Moharram procession came in contact with a high-tension electric wire in Khetko village of Peterwar Block in Bokaro District today pic.twitter.com/6jFQsDighz
— ANI (@ANI) July 29, 2023
ରାଞ୍ଚିଠାରୁ ପ୍ରାୟ ୮୦ କିଲୋମିଟର ଦୂରରେ ଥିବା ପେତରୱାର ଥାନା ଅନ୍ତର୍ଗତ ଖେତକୋ ଗାଁରେ ମହରମ ପଦଯାତ୍ରା ପାଇଁ ପ୍ରସ୍ତୁତି ଚାଲିଥିଲା । ଏହି ସମୟରେ ୧୧,୦୦୦ ଭୋଲ୍ଟର ହାଇ-ଟେନସନ୍ ଇଲେକ୍ଟ୍ରିକ୍ ତାର ସଂସ୍ପର୍ଶରେ ଆସି ଯାଇଥିଲା ଲୁହା ରଡରେ ଲାଗିଥିବା ଧାର୍ମିକ ପତାକା । ଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲା ।
ଅଘଟଣ ପରେ ପରେ ଆହତଙ୍କୁ ତୁରନ୍ତ ବୋକାରୋ ଥର୍ମାଲ୍ ଡିଭିସି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ୧୩ଜଣ ଆହତଙ୍କ ମଧ୍ୟରୁ ୯ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା କଥା ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)