• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଜମ୍ମୁ-କାଶ୍ମୀର ପୁଞ୍ଛ ସେକ୍ଟରରେ ବଡ଼ ଧରଣର ଅଘଟଣ ଘଟିଛି । ପୁଞ୍ଛର ଭାଟାଦୁଡିଆ ଅଞ୍ଚଳରେ ଏକ ସେନା ଗାଡ଼ିରେ ନିଆଁ ଲାଗିଯାଇଛି । ଅଗ୍ନିକାଣ୍ଡର କାରଣ ଜଣାପଡ଼ିନଥିବାବେଳେ ଏହି ଦୁର୍ଘଟଣାରେ ୪ଜଣ ଯବାନ ସହିଦ ହୋଇଥିବା ସୂଚନା ମଳିଛି । ତେବେ କେଉଁ କାରଣରୁ ଏପରି ଦୁର୍ଘଟଣା ଘଟିଲା ତାହା ଅସ୍ପଷ୍ଟ ରହିଛି ।

ଦୁର୍ଘଟଣା ଘଟିଥିବା ଜଣାପଡିବା ମାତ୍ରେ ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ପୋଲିସ ଏବଂ ସେନାକୁ ଏନେଇ ସୂଚନା ଦିଆଯାଇଥିଲା । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରିରହିଛି । ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ କରାଯାଉଛି ।

ଅନ୍ୟପକ୍ଷରେ ସେନା ମୁଖପାତ୍ର ଏନେଇ ପ୍ରତିକ୍ରିୟା ରଖିଛନ୍ତି । ଘଟଣା ସହ ଜଡିତ ଭିଡିଓ ଏବଂ ଫଟୋ ପ୍ରସାରଣ ନକରିବାକୁ ନିବେଦନ କରିଛନ୍ତି । ଦୁର୍ଘଟଣା ନିଶ୍ଚିତ ହେବା ପରେ ଖୁବ ଶୀଘ୍ର ଏହି ସୂଚନା ଦିଆଯିବ ବୋଲି ସେ କହିଛନ୍ତି ।