Advertisment

ବର୍ଷର ଶେଷ ସଂଧ୍ୟାରେ ବଡ଼ ଦୁର୍ଘଟଣା; ଓଲଟିଲା ପିକ୍‌ନିକ୍‌ ବସ୍‌, ୩୫ ଆହତ

ଭାରସାମ୍ୟ ହରାଇ ଘାଟିରୁ ବସଟି ଓଲଟି ପଡ଼ିଥିବା ଜଣାପଡ଼ିଛି । ଜିରାଙ୍ଗରୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ଓଲଟିପଡିଥିଲା ବସ । ଏହି ଦୁର୍ଘଟଣାଗ୍ରସ୍ତ ବସ୍‌ରେ ମୋଟ୍‌ ୬୦ଜଣ ଥିଲେ ।

Bus Accident

Bus Accident

Advertisment

ଦୁର୍ଘଟଣାର ବର୍ଷ ୨୦୨୩ । ଶେଷ ଦିନ ବି ପିଛା ଛାଡ଼ିଲାନି । ବର୍ଷର ଶେଷ ଦିନରେ ବଡ଼ ଅଘଟଣ ଘଟିଛି । ପିକନିକ୍ ବସ୍ ଓଲଟି ୩୫ଜଣ ଆହତ ହୋଇଛନ୍ତି । ତପ୍ତପାଣି ଘାଟିରେ ପିକନିକ୍ ବସ୍ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୩୮ଜଣ ଆହତ ହୋଇଥିବା ସୂଚନା ମିଳିଛି ।

Advertisment

ଭାରସାମ୍ୟ ହରାଇ ଘାଟିରୁ ବସଟି ଓଲଟି ପଡ଼ିଥିବା ଜଣାପଡ଼ିଛି । ଜିରାଙ୍ଗରୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ଓଲଟିପଡିଥିଲା ବସ । ଏହି ଦୁର୍ଘଟଣାଗ୍ରସ୍ତ ବସ୍‌ରେ ମୋଟ୍‌ ୬୦ଜଣ ଥିଲେ । ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାରେ ଭର୍ତ୍ତି କରାଯାଉଛି ।

ଘଟଣାସ୍ଥଳରେ ପୋଲିସ ମଧ୍ୟ ପହଞ୍ଚିଛି । ଉଦ୍ଧାର କର୍ଯ୍ୟରେ ସାମିଲ ହେବା ସହ ଦୁର୍ଘଟଣା କିପରି ହେଲା ଓ କାହିଁକି ହେଲା ସେନେଇ ତଦନ୍ତ ଚଳାଇଛି । ୨୦୨୩ ଆରମ୍ଭରୁ ବାରମ୍ବାର ଓଡ଼ିଶାରେ ଦୁର୍ଘଟଣା ଘଟିଚାଲିଛି ।

Advertisment

ଆଜି ବର୍ଷର ଶେଷ ଦିନ ଥିବାବଳେ ପୁଣି ତପ୍ତପାଣି ଘାଟିରେ ପିକ୍‌ନିକ୍‌ ବସ୍ ଓଲଟି ୩୫ ଜଣ ଆହତ ହୋଇଛନ୍ତି । ସାମାନଙ୍କ ମଧ୍ୟରେ କିଛି ଲୋକ ଗୁରୁତର ଥିବା ମଧ୍ୟ ସୂଚନା ରହିଛି ।

Bus Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ