ସଡ଼କ ଦୁର୍ଘଟଣାର ଏକ ଭୟାନକ ଚିତ୍ର ସାମ୍ନାକୁ ଆସିଛି । ଗୋଟେ କାର୍ ଏକ ନିୟନ୍ତ୍ରଣ ହରାଇ ଏକା ବେଳକେ ବହୁ ଲୋକଙ୍କୁ ମଡ଼ାଇ ଦେଇଛି । ଫଳରେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଦୁର୍ଘଟଣାରେ ୩୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୩ ଜଣ ଆହତ ହୋଇଛନ୍ତି । ଦୁର୍ଘଟଣାର ଏପରି ଭୟଙ୍କର ଚିତ୍ର ଚୀନ୍ରୁ ଆସିଛି । ମୃତ୍ୟୁର ଏପରି ଭୟଙ୍କର ତାଣ୍ତବ ମଚାଇଥିବା କାର୍ଟି ନିୟନ୍ତ୍ରଣ ହରାଇ ଥିବା ଜଣାପଡ଼ିଛି ।
ତେବେ ଏହି ଘଟଣାରେ ୬୨ ବର୍ଷୀୟ କାର୍ ଚାଳକଙ୍କୁ ଗିରଫ କରିଛି ପୋଲିସ । ଗତ ସୋମବାର ସନ୍ଧ୍ୟାରେ ଏହି ଘଟଣା ଘଟିଛି, ଯାହା ପୂରା ଚୀନ୍କୁ ସ୍ତବ୍ଦ କରିଦେଇଛି । ଏହି ହିଟ୍ ଆଣ୍ତ୍ ରନ୍ ମାମଲାରେ CCTV ଯାଞ୍ଚ କଲା ବେଳେ ଭୟଙ୍କର ଚିତ୍ର ସାମ୍ନାକୁ ଆସିଛି । ମାମଲାରେ ଯାଞ୍ଚ କଲା ବେଳେ ପୋଲିସ ଦେଖିବାକୁ ପାଇଛି ଯେ, ଅନେକ ଲୋକ ରାସ୍ତାରେ ପଡ଼ିରହିଛନ୍ତି । ଏହି ଦୃଶ୍ୟ ଯେତିକି ବର୍ବର, ସେତିକି ଭୟଙ୍କର ମଧ୍ୟ । ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଅଣାଯାଇଛି ।
Also Read
ତେବେ ଏପରି ବର୍ବରକାଣ୍ତ ଘଟଣାଥିବା ଡ୍ରାଇଭର୍ର ନାମ 'ଫ୍ୟାନ' ବୋଲି ଜଣା ପଡ଼ିଛି । ସ୍ଥାନୀୟ ସମୟ ସନ୍ଧ୍ୟା ୭.୪୮ରେ ଏହି ଘଟଣା ଘଟିଛି । ଏକ କ୍ରୀଡା କେନ୍ଦ୍ର ବାହାରେ ପଥଚାରୀଙ୍କ ଗୋଷ୍ଠୀ ଉପରେ ଜାଣିଶୁଣି କାର ଚଳାଇବାରୁ ଏପରି ଘଟଣା ଘଟିଥିବା ପ୍ରାରମ୍ଭିକ ତଦନ୍ତରୁ ଜଣା ପଡ଼ିଛି । ତେବେ ଏପରି କାଣ୍ତ ଭିଆଇବାର ପ୍ରକୃତ କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ ।
ଏହା କୌଣସି ଆତଙ୍କବାଦୀ ସଂଗଠନର କାର୍ଯ୍ୟ କି ନୁହେଁ ସେନେଇ ସ୍ଥାନୀୟ ପୋଲିସ ତଦନ୍ତ ଜାରି ରଖିଛି । ଜୁହାଇରେ ଏକ ପ୍ରମୁଖ ଏୟାରଶୋ ହେବାର ଗୋଟିଏ ଦିନ ପୂର୍ବରୁ ଏହି ଦୁର୍ଘଟଣା ଘଟିଛି । ଜୁହାଇରେ ଚଳିତ ସପ୍ତାହରେ ଚୀନ୍ ସର୍ବବୃହତ ବାର୍ଷିକ ଏୟାର ଶୋ ଆୟୋଜନ କରୁଛି । ଏଠାରେ ପ୍ରଥମ ଥର ପାଇଁ ଏକ ନୂତନ ଭାବେ ତିଆରି ହୋଇଥିବା ଷ୍ଟିଲ୍ ଜେଟ୍ ଯୁଦ୍ଧ ବିମାନ ପ୍ରଦର୍ଶିତ ହେବ ।