Advertisment

ବଜ୍ରପାତ ନେଲା ୩ ମହିଳାଙ୍କ ଜୀବନ

ବଜ୍ରପାତରେ ଘରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି।

ଅଦ୍ୟତନ ହୋଇଛି
3 killed in lightning strikes, thunderstorm in karanjia

3 killed in lightning strikes, thunderstorm in karanjia

Advertisment

ପୁଣି ବଜ୍ର ନେଲା ଜୀବନ। ତାହା ବି ପୁଣି ତିନି ତିନି ଜଣଙ୍କର। ବଜ୍ରାଘାତରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି। ଏଭଳି ଦୁଃଖଦ ଘଟଣା ଘଟିଛି କରଞ୍ଜିଆ ଏନଏସି ୧୫ ନମ୍ବର ୱାର୍ଡ ଅଙ୍କୁରାରେ। ତେବେ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକ ସମସ୍ତେ ମହିଳା। 

Advertisment

ଅପରାହ୍ନରେ ସ୍ଥାନୀୟ ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା। ଏତିକି ବେଳେ ଜଣଙ୍କ ଉପରେ ବିଜୁଳି ମାରିବାରୁ ୩ ଜଣଙ୍କ ମୃତ୍ୟୁ ହୋଇଛି।  ତେବେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଦାହ ସଂସ୍କାର ପାଇଁ ସମସ୍ତେ ଆସିଥିଲେ। ବଜ୍ରପାତରେ ଘରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି। ଘର ପାଖରେ ଥିବା କୁଟା ଗଦା ମଧ୍ୟ ଜଳିଯାଇଛି। 

କାଳବୈଶାଖୀର ପ୍ରଭାବ ଯୋଗୁଁ ୧୪ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସଂଭାବନା ନେଇ ପାଣିପାଗ ବିଭାଗ ସତର୍କ କରାଇଥିଲା। ଏଥିରେ ମୟୁରଭଞ୍ଜ ଜିଲ୍ଲାକୁ ମଧ୍ୟ ବିଜୁଳି, ଘଡ଼ଘଡ଼ି ଓ ବର୍ଷା ପବନ ନେଇ ୱାର୍ଣ୍ଣିଂ ଦିଆଯାଇଥିଲା। ସେହିପରି ଆସନ୍ତା ୩ ଦିନ ଯାଏଁ ରାଜ୍ୟରେ କାଳବୈଶାଖୀ ବର୍ଷାର ପ୍ରଭାବ ରହିବ ସୂଚନା ଦିଆଯାଇଛି।।

Advertisment
Thunderstorm Lightening
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ