Advertisment

Cuttack Bridge Collapse: କଟକରେ ବ୍ରିଜ୍ କାମବେଳେ କାହିଁକି ଗଳିପଡ଼ିଲା ସ୍ଲାବ୍ ? ଯାନ୍ତ୍ରିକ ନା ମନୁଷ୍ୟକୃତ ତ୍ରୁଟି ?

କଟକ ଖାନନଗର କାଠଯୋଡ଼ି କୂଳରେ ବ୍ରିଜ୍ ନିର୍ମାଣ ବେଳେ କାହିଁକି ଘଟିଲା ଅଘଟଣ ? ଜଣେ ଇଞ୍ଜିନିୟରଙ୍କ ସମେତ ୩ ଜଣଙ୍କ ମୃତ୍ୟୁ, ୨ ଶ୍ରମିକଙ୍କ ଆହତ ହେବା ପଛରେ ମନୁଷ୍ୟକୃତ ତ୍ରୁଟି ନା ହାଇଡ୍ରଲିକ୍ କ୍ରେନ୍ ଫେଲ୍ ?

Cuttack Bridge Collapse

Cuttack Bridge Collapse

Advertisment

କଟକ ଖାନନଗର ବ୍ରିଜ୍ ଅଘଟଣରେ ତିନି ତିନି ଜଣଙ୍କ ଜୀବନ ଯିବା ପରେ ଏବେ ଚାଲିଛି ଦୁର୍ଘଟଣାର କାରଣ ଖୋଜା। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶପରେ ଆଜି ଗ୍ରାଉଣ୍ଡ ଜିରୋରେ ଖୋଳତାଡ଼ କରିଛି ୩ ଜଣିଆ କମିଟି। ଏହାପରେ ବୈଷୟିକ ବିଶେଷଜ୍ଞଙ୍କୁ ନେଇ ଗଠିତ ଟିମ୍ ଅଘଟଣର କାରଣ ଖୋଜୁଛି। ତେବେ କେଉଁଠି ରହିଲା ତ୍ରୁଟି, ୨୪ ଘଣ୍ଟା ପରେ ବି ସ୍ପଷ୍ଟ ହୋଇନାହିଁ। ପୂର୍ତ୍ତମନ୍ତ୍ରୀ କହିଛନ୍ତି, ୧୫ ଦିନ ଭିତରେ ରାଜ୍ୟ ସରକାରଙ୍କୁ ଦିଆଯିବ ତଦନ୍ତ ରିପୋର୍ଟ। 

Advertisment

କଟକ ଖାନନଗର କାଠଯୋଡ଼ି କୂଳରେ ବ୍ରିଜ୍ ନିର୍ମାଣ ବେଳେ କାହିଁକି ଘଟିଲା ଅଘଟଣ ? ଜଣେ ଇଞ୍ଜିନିୟରଙ୍କ ସମେତ ୩ ଜଣଙ୍କ ମୃତ୍ୟୁ, ୨ ଶ୍ରମିକଙ୍କ ଆହତ ହେବା ପଛରେ ମନୁଷ୍ୟକୃତ ତ୍ରୁଟି ନା ହାଇଡ୍ରଲିକ୍ କ୍ରେନ୍ ଫେଲ୍ ? କାହା ଦାୟିତ୍ବହୀନତାରୁ କ୍ରେନ୍ ଓଲଟିବା ସହ ଗଳିପଡ଼ିଲା ବିଶାଳକାୟ କଂକ୍ରିଟ୍ ବିମ୍ ? ଉପଜିଲ୍ଲାପାଳଙ୍କ ନେତୃତ୍ବରେ ଜିଲ୍ଲା ଶ୍ରମ ଅଧିକାରୀ ଓ ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଆଜି ଗ୍ରାଉଣ୍ଡ ଜିରୋରେ ତଦନ୍ତ କରିଛନ୍ତି। କଂକ୍ରିଟ୍ ବିମକୁ ଉଠାଇବା ପାଇଁ କ୍ରେନର କ୍ଷମତା ଥିଲା ନା ନାହିଁ ? ଦୁଇ କ୍ରେନ୍ ଅପରେଟରଙ୍କ ମଧ୍ୟରେ ନଥିଲା କି ସମନ୍ବୟ ? ଏକା ସମୟରେ ୨ଟି କ୍ରେନ୍ ବିମକୁ ସଠିକ ଭାରସାମ୍ୟ ରଖି ଉଠାଇଥିଲେ ନା ବିଗିଡ଼ି ଯାଇଥିଲା ଭାରସାମ୍ୟ ? ସଠିକ୍ ସମୟରେ ଫେଲ୍ ମାରିଥିଲା କି କ୍ରେନର ହାଇଡ୍ରଲିକ୍ ? ଅଘଟଣ ପରଠୁ ଏଭଳି ସମ୍ଭାବ୍ୟ କାରଣକୁ ଧରି ଖୋଳତାଡ଼ କରୁଛି ୩ ଜଣିଆ ଟିମ୍। ଯେଉଁ ଶ୍ରମିକମାନେ ଆହତ ହୋଇଛନ୍ତି ଏବଂ ପ୍ରତ୍ୟକ୍ଷଦର୍ଶୀ ଥିଲେ, ସେମାନଙ୍କ ବୟାନ ରେକର୍ଡ କରାଯିବ। ତଦନ୍ତ କମିଟି ମୁଖ୍ୟ ଥିବା କଟକ ଉପଜିଲ୍ଲାପାଳ କହିଛନ୍ତି ଟେକ୍ନିକାଲ ଏକ୍ସପର୍ଟ କମିଟି ସହଯୋଗରେ ତଦନ୍ତ ପ୍ରକ୍ରିୟା ଆଗକୁ ଯିବ। ଆସନ୍ତା ୭ଦିନ ମଧ୍ୟରେ ଜିଲ୍ଲାପାଳଙ୍କୁ ରିପୋର୍ଟ ଦିଆଯିବ।

ଅଧିକ ପଢ଼ନ୍ତୁ: ଓଭର ବ୍ରିଜ୍ ଉପରୁ ୫୦ ଫୁଟ ତଳକୁ ଖସିଲା ବକ୍ସାଇଟ୍ ବୋଝେଇ ଟ୍ୟାଙ୍କର

ଖାନ ନଗରଠାରୁ ବେଲଭ୍ୟୁ ଯାଏଁ ନିର୍ମାଣ ଚାଲିଛି ୬ ଲେନ୍ ବିଶିଷ୍ଟ ରାସ୍ତା। ଭୁବନେଶ୍ୱରର ଏକ ଘରୋଇ ସଂସ୍ଥା- AKD କନଷ୍ଟ୍ରକସନ ଏହାର ନିର୍ମାଣ କାର୍ଯ୍ୟ କରୁଛି। ଗତକାଲି ପ୍ରାୟ ଶହେ ଫୁଟ ଲମ୍ବର ଏକ ବିରାଟକାୟ କଂକ୍ରିଟ୍ ସ୍ଲାବକୁ ୨ ମୁଣ୍ଡରେ ୨ଟି ହାଇଡ୍ରଲିକ୍ କ୍ରେନ୍ ସହାୟତାରେ ଉଠାଇ ନିର୍ମାଣାଧିନ ବ୍ରିଜର ପିଲାର୍ ଉପରେ ରଖା ଯାଉଥିଲା। ଆଖପାଖରେ ଉପସ୍ଥିତ ଥିଲେ ଏକାଧିକ ଇଞ୍ଜିନିୟର, ସୁପରଭାଇଜର ଓ ଶ୍ରମିକ। ଠିକ୍ ଏହି ସମୟରେ ଗୋଟିଏ ପଟ କ୍ରେନ୍ ସହ ଉପରୁ ଗଳିପଡ଼ିଲା ସ୍ଲାବଟି। ଆଉ ଏହାରି ଭିତରେ ଚାପି ହୋଇ ଯୁବ ଇଂଜିନିୟର ସୌମ୍ୟରଂଜନ ମଲ୍ଲିକଙ୍କ ସହ ସୁପରଭାଇଜର ଶିବଶଙ୍କର ପଟ୍ଟନାୟକ ଓ ସୁବାସଚନ୍ଦ୍ର ଭକ୍ତ ପ୍ରାଣ ହରାଇଥିବାବେଳେ ପୁରୀର ଅରୁଣ ବାରିକ ଓ ଆଠଗଡ଼ର ବିକଳ ଜେନା ଗୁରୁତର ଆହତ ହୋଇଛନ୍ତି। ଶବ ବ୍ୟବଛେଦ ପରେ ଆଜି ସୌମ୍ୟରଂଜନଙ୍କ ମରଶରୀର ସୋର ଥାନା ବାଳଙ୍ଗ ଗାଁରେ ପହଞ୍ଚିଥିଲା। ଏହି ସମୟରେ କାନ୍ଦବୋବାଳିରେ ଫାଟିଉଠୁଥିଲା ସାରା ଗାଁ। 

Advertisment

୨ ବର୍ଷରୁ ଅଧିକ ସମୟ ଧରି AKD କନଷ୍ଟ୍ରକସନ ଏଠାରେ ନିର୍ମାଣ କାର୍ଯ୍ୟ କରୁଛି। କାମରେ ବିଳମ୍ବ ନେଇ ଅନେକ ସମୟରେ ଲୋକେ ଅସନ୍ତୋଷ ବି ପ୍ରକାଶ କରିଛନ୍ତି। ତେବେ ଗତକାଲିର ଅଘଟଣ ପରେ ଏହାକୁ ଗୁରୁତ୍ବର ସହ ନେଇଛନ୍ତି ରାଜ୍ୟ ସରକାର। କାଲି ପୂର୍ତ୍ତ ବିଭାଗ ସ୍ୱତନ୍ତ୍ର ସଚିବ, ରାସ୍ତା ନିର୍ମାଣ ମୁଖ୍ୟଯନ୍ତ୍ରୀ ଓ କଟକ ଅତିରିକ୍ତ ଜିଲ୍ଲାପାଳଙ୍କ ୩ ଜଣିଆ ଟିମ୍ ପୁଣି ତଦନ୍ତ କରି ୧୫ ଦିନ ଭିତରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେବେ ବୋଲି ପୂର୍ତ୍ତମନ୍ତ୍ରୀ କହିଛନ୍ତି।

ଅଧିକ ପଢ଼ନ୍ତୁ: ରାୟଗଡାରେ ହତ୍ୟାକାଣ୍ଡ, ପୁଅ ସହ ମିଶି ପଡ଼ୋଶୀକୁ ଟାଙ୍ଗିଆରେ ହାଣି କଲେ ହତ୍ୟା

Advertisment
Cuttack Bridge Collapse
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ