Advertisment

ଯାତ୍ରା ଦେଖି ଘରକୁ ଫେରୁଥିଲେ, ଅଧା ବାଟରେ ଚାଲିଗଲା ଜୀବନ...

ଯାତ୍ରା ଦେଖି ଘରକୁ ଫେରୁଥିଲେ, ଅଧା ବାଟରେ ଚାଲିଗଲା ଜୀବନ। କେନାଲ ତଳକୁ ବାଇକ୍ ଖସି ପଡ଼ିବା ଯୋଗୁ ୩ ଜଣଙ୍କ ମୃତ୍ୟୁ ହୋଇଛି।

ଅଦ୍ୟତନ ହୋଇଛି
Mayurbhanj Road Accident

3 killed after bike falls into canal

Advertisment

ଯାତ୍ରା ଦେଖି ଘରକୁ ଫେରୁଥିଲେ, ଅଧା ବାଟରେ ଚାଲିଗଲା ଜୀବନ। କେନାଲ ତଳକୁ ବାଇକ୍ ଖସି ପଡ଼ିବା ଯୋଗୁ ୩ ଜଣଙ୍କ ମୃତ୍ୟୁ ହୋଇଛି। ମୟୁରଭଞ୍ଜ ଜିଲ୍ଲା ହାତୀବାରି ନିକଟ ଦେଓ କେନାଲରେ ଏହି ଅଭାବନୀୟ ଘଟଣା ଘଟିଛି। ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।ଆହତଙ୍କୁ କରଞ୍ଜିଆ ମେଡିକାଲରେ ଭର୍ତ୍ତି କରାଯାଇଛି।

Advertisment

ସୂଚନା ଅନୁସାରେ, ଗତକାଲି ହାତୀବାରି ଗାଁରୁ ଯାତ୍ରା ଦେଖି ୪ ଜଣ ଯୁବକ ଏକ ବାଇକ୍‌ରେ ଫେରୁଥିଲେ। ଏହି ସମୟରେ ଭାରସାମ୍ୟ ହରାଇବା ଯୋଗୁ ହାତୀବାରି ହୁଡ଼ିସାହି ନିକଟରେ ଥିବା ଦେଓ କେନାଲ ତଳକୁ ବାଇକ୍‌ ଖସି ପଡ଼ିଥିଲା।

ଫଳରେ ପାଣିରେ ବୁଡ଼ି ୪ ଜଣ ଯୁବକଙ୍କ ମଧ୍ୟରୁ ତିନି ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଘଟଣାସ୍ଥଳରେ କରଞ୍ଜିଆ ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଁଞ୍ଚି ମୃତଦେହ ଉଦ୍ଧାର କରିଥିଲେ।

Advertisment
Road Accident Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ