Advertisment

Road Accident: ବାଇକକୁ ପିଟିଲା କାର୍‌; ଚାଲିଗଲା ୩ ଯୁବକଙ୍କ ଜୀବନ

ଗତକାଲି ବିଳମ୍ବିତ ରାତିରେ କାରଟି ଜଗତସିଂହପୁରରୁ ପୁରୀ ଅଭିମୁଖେ ଯାଉଥିଲା। ଏହି ସମୟରେ ଭୁବନେଶ୍ୱର ଟଙ୍କପାଣି ସାଇ ମନ୍ଦିର ନିକଟରେ ବୀପରିତ ଦିଗରୁ ଆସୁଥିବା ବାଇକ୍ ସହ କାର୍‌ର ଧକ୍କା ହୋଇଥିଲା।

ଅଦ୍ୟତନ ହୋଇଛି
Road Accident

Road Accident

Advertisment

ରାଜଧାନୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାଇକକୁ କାର୍‌ ଧକ୍କା ଦେବାରୁ ୩ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକମାନଙ୍କର ପରିଚୟ ମିଳିନାହିଁ। ୩ଜଣ ଯୁବକ ଜିଜିପି କଲୋନୀରେ ରହୁଥିବା ଜଣାଯାଇଛି।

Advertisment

ଗତକାଲି ବିଳମ୍ବିତ ରାତିରେ କାରଟି ଜଗତସିଂହପୁରରୁ ପୁରୀ ଅଭିମୁଖେ ଯାଉଥିଲା। ଏହି ସମୟରେ ଭୁବନେଶ୍ୱର ଟଙ୍କପାଣି ସାଇ ମନ୍ଦିର ନିକଟରେ ବୀପରିତ ଦିଗରୁ ଆସୁଥିବା ବାଇକ୍ ସହ କାର୍‌ର ଧକ୍କା ହୋଇଥିଲା।

ବାଇକରେ ଥିବା ୩ ଜଣଙ୍କ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ହେଲେ କାର୍‌ରେ ଥିବା ୨ ଜଣଙ୍କର କିଛି ହୋଇ ନଥିଲା। ହେଲେ ଦୁର୍ଘଟଣା ପରେ କାର୍‌ ଡ୍ରାଇଭର ଫେରାର ହୋଇଯାଇଥିଲା ବେଳେ ବଡ଼ଗଡ଼ ପୋଲିସ କାର ମାଲିକଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏଥିସହ ମୃତ ଯୁବକଙ୍କ ସଂପର୍କୀୟଙ୍କୁ ଖବର ଦେଇଛି ଓ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Advertisment

ରଙ୍ଗ ରୁଟ୍‌ରେ ବାଇକ୍‌ ଆରୋହୀ ଆସିବା ଯୋଗୁ ଏହି ଦୁର୍ଘଟଣା ଘଟିଛି ନା, ଅଲଗା କିଛି କାରଣ ରହିଛି ଜଣାପଡ଼ି ନାହିଁ। ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି। ଦୁର୍ଘଟଣାରେ କାର୍‌ର ସମ୍ମୁଖଅଂଶଟି ଭାଙ୍ଗିରୁଜି ନଷ୍ଟ ହୋଇଯାଇଛି।

ଅଧିକ ପଢନ୍ତୁ : ରାଜଧାନୀରେ ଦୁର୍ଘଟଣା; ଦ୍ରୁତ ଗତିରେ ଆସି ଘରେ ପଶିଲା BMW କାର୍‌।

Road Accident BBSR
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ