Advertisment

ଦୁର୍ଘଟଣା ପରେ ହୁତୁହୁତୁ ଜଳିଗଲା ହେଲିକପ୍ଟର; ପାଇଲଟ୍‌ଙ୍କ ସମେତ ୩ ମୃତ

ମହାରାଷ୍ଟ୍ରରେ ହେଲିକପ୍ଟର କ୍ରାସ୍ । ପୁଣେର ବାବଧାନ ବୁଦକ ଅଞ୍ଚଳରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୩ ଜଣଙ୍କର ଜୀବନ ଯାଇଛି।

helicopter crash

helicopter crash

Advertisment

ମହାରାଷ୍ଟ୍ରରେ ହେଲିକପ୍ଟର କ୍ରାସ୍ । ପୁଣେର ବାବଧାନ ବୁଦକ ଅଞ୍ଚଳରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୩ ଜଣଙ୍କର ଜୀବନ ଯାଇଛି। ମୃତକଙ୍କ ମଧ୍ୟରେ ଜଣେ ପାଇଲଟ ଓ ୨ ଜଣ ଇଂଜିନିୟର ଥିବା ଜଣାପଡିଛି। ହେଲିକପ୍ଟରଟି ଏକ ପ୍ରାଇଭେଟ କମ୍ପାନୀର ହୋଇଥିବା ପ୍ରାଥମିକ ସୂଚନା ମିଳିଛି।

Advertisment

ଆଜି ସକାଳ ପ୍ରାୟ ୬ଟା ୪୫ରେ ଏହି ଦୁର୍ଘଟଣା ଘଟିଛି। ହେଲିକ୍ୟାପ୍ଟରଟି ନିକଟସ୍ଥ ଏକ ହେଲିପ୍ୟାଡରୁ ଉଡାଣ ଭରିବା ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ, ଅଗ୍ନିଶମ ବାହିନୀ ଏବଂ ବିପର୍ଯ୍ୟୟ ପ୍ରଶମନ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ପୋଲିସର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। କୁହୁଡି ପାଇଁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି। ଦୁର୍ଘଟଣାର ପ୍ରକୃତ କାରଣ ଅସ୍ପଷ୍ଟ ଥିବା ବେଳେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

Advertisment

Plane Crash
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ