Advertisment

CRPF Jawans Killed: ଘାଇକୁ ଓଲଟିଲା ଗାଡ଼ି: ୩ CRPF ଯବାନ ମୃତ, ୧୬ ଆହତ

ଉଧମପୁର ଜିଲ୍ଲାରେ ବସନ୍ତଗଡ଼-କାଣ୍ଡଭା ରାସ୍ତାରେ ଘାଇକୁ ଏକ ଯବାନଙ୍କ ଗାଡି ଖସି ପଡିଥିବା ବେଳେ ୩ CRPF ଯବାନଙ୍କ ମୃତ୍ୟୁ ହୋଇଛି ଏବଂ ୧୬ ଜଣ ଆହତ ହୋଇଛନ୍ତି।

CRPF

CRPF

Advertisment

ଜମ୍ମୁ ଓ କାଶ୍ମୀରର ଉଧମପୁର ଜିଲ୍ଲାର ବସନ୍ତଗଡ଼ ଅଞ୍ଚଳର କାଣ୍ଡଭା ନିକଟରେ ଏକ ସିଆରପିଏଫ୍ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବାରୁ ତିନିଜଣ ସିଆରପିଏଫ୍ ଯବାନଙ୍କର ମୃତ୍ୟୁ ହୋଇଛି ଏବଂ ୧୬ ଜଣ ଆହତ ହୋଇଛନ୍ତି। ଉଧମପୁରର ଅତିରିକ୍ତ ଏସପି ସନ୍ଦୀପ ଭଟଙ୍କ ସୂଚନାନୁସାରେ, ପୋଲିସ ଟିମ୍ ଘଟଣାସ୍ଥଳକୁ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ସମସ୍ତ ଆହତ ଜବାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଦୁର୍ଘଟଣାରେ ଦୁଇଜଣ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବାବେଳେ ଜଣେ ହସ୍ପିଟାଲ ଯିବା ବାଟରେ ମୃତ୍ୟୁବରଣ କରିଥିଲେ।

Advertisment

ବଙ୍କର ଗାଡ଼ିଟି ଓଲଟି ପଡିବା ସମୟରେ ମୋଟ ୨୩ ଜଣ ସିଆରପିଏଫ୍ ଯବାନ ଥିଲେ। ଯବାନମାନେ ବସନ୍ତଗଡ଼ରୁ ଏକ ଅପରେସନରୁ ଫେରୁଥିବା ବେଳେ ସକାଳ ୧୦ଟା ୩୦ ସମୟରେ କାଣ୍ଡଭା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିଲା। ଗାଡ଼ିଟି ଫୋର୍ସର ୧୮୭ ବାଟାଲିୟନର ଥିଲା।

କେନ୍ଦ୍ରୀୟ ବିଜ୍ଞାନ ଓ ପ୍ରଯୁକ୍ତି ରାଷ୍ଟ୍ରମନ୍ତ୍ରୀ ତଥା ଉଧମପୁର ସାଂସଦ ଜିତେନ୍ଦ୍ର ସିଂହ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ଉଧମପୁରର ଡେପୁଟି କମିଶନର ସାଲୋନୀ ରାୟଙ୍କ ସହ କଥା ହୋଇ ପରିସ୍ଥିତି ଉପରେ ନଜର ରଖିବା ପାଇଁ କହିଛନ୍ତି।

Advertisment

“ଉଦ୍ଧାର କାର୍ଯ୍ୟ ତୁରନ୍ତ ଆରମ୍ଭ ହୋଇଛି। ସ୍ଥାନୀୟ ଲୋକେ ସ୍ୱେଚ୍ଛାକୃତ ଭାବେ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି। ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯିବ,” ବୋଲି ମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି।

ଜମ୍ମୁ ଓ କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିନ୍ହା ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି। “ଉଧମପୁର ନିକଟରେ ଦୁର୍ଘଟଣାରେ ସିଆରପିଏଫ୍ କର୍ମଚାରୀଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦ ଘଟଣା ବୋଲି କହିଚନ୍ତି। ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।

Advertisment

ଅଧିକ ପଢନ୍ତୁ: ଉତ୍ତରକାଶୀ-ଧରାଲୀ ରାସ୍ତା ଅବରୋଧ, ବିମାନ ଯୋଗେ ପହଞ୍ଚିଲେ ଉଦ୍ଧାରକାରୀ ଦଳ

CRPF Killed Jammu Kashmir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ