Advertisment

Tourist Killed in Tree Collapse : ଦେଖୁ ଦେଖୁ ଉପୁଡି ପଡ଼ିଲା ଗଛ; ଗଦା ହୋଇଗଲା ଡାଳପତ୍ର, ଚାଲିଗଲା ୨ ନୀରିହ ଜୀବନ

ବାଲିର ଉବୁଦ ସ୍ଥିତ ମଙ୍କି ଫରେଷ୍ଟରେ ଘଟିଛି ଏହି ଘଟଣା। ଏଠାରେ ଥିବା ଏକ ବିରାଟକାୟ ବୃକ୍ଷ ଉପୁଡ଼ି ପଡ଼ିବାରୁ ୨ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ପର୍ଯ୍ୟଟକମାନେ ସେଦିନ ମଙ୍କି ଫରେଷ୍ଟରେ ବୁଲାବୁଲି କରୁଥିବା ବେଳେ ଗଛଟି ଉପୁଡ଼ିପଡିଥିଲା।

ଅଦ୍ୟତନ ହୋଇଛି
Tree

Tree

Advertisment

ଆକାଶରୁ ହେଲା ଗଛ ବର୍ଷା। ଚାହୁଁ ଚାହୁଁ ପାହାଡ ପରି ଗଦା ହୋଇଗଲା ଡାଳ ଓ ପତ୍ର। କିଏ କିଛି ବୁଝିବା ପୂର୍ବରୁ ଘଟିଗଲା ଅଘଟଣ। ଚାଲିଗଲା ଦୁଇ ନୀରିହ ଜୀବନ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେଭାଇରାଲ ହେବାରେ ଲାଗିଛି। ଇଣ୍ଡୋନେସିଆ ବାଲିରେ ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

Advertisment

ବାଲିର ଉବୁଦ ସ୍ଥିତ ମଙ୍କି ଫରେଷ୍ଟରେ ଘଟିଛି ଏହି ଘଟଣା। ଏଠାରେ ଥିବା ଏକ ବିରାଟକାୟ ବୃକ୍ଷ ଉପୁଡ଼ି ପଡ଼ିବାରୁ ୨ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ପର୍ଯ୍ୟଟକମାନେ ସେଦିନ ମଙ୍କି ଫରେଷ୍ଟରେ ବୁଲାବୁଲି କରୁଥିବା ବେଳେ ଗଛଟି ଉପୁଡ଼ିପଡିଥିଲା। ଭାଇରାଲ୍ ଭିଡିଓରେ ଆକାଶରୁ ଗଛ ବର୍ଷା ହେବା ପରି ଏକ ବିରାଟ ବୃକ୍ଷ ଉପୁଡି ପର୍ଯ୍ୟଟକଙ୍କ ପାଇଁ ଉଦ୍ଧିଷ୍ଟ ଚଲାପଥରେ ପଡ଼ୁଛି। ଯାହାକୁ ଦେଖି ଅନେକ ପର୍ଯ୍ୟଟକ ଭୟରେ ଦୌଡି ପଳାଉଛନ୍ତି। କିନ୍ତୁ ୩ଜଣଙ୍କ ଉପରେ ଏହା ପଡିଯାଉଛି।

Advertisment

ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ମୃତ ଦୁଇ ପର୍ଯ୍ୟଟକଙ୍କ ମଧ୍ୟରୁ ଜଣେ ଫ୍ରାନ୍ସର ଓ ଅନ୍ୟ ଜଣେ ଦକ୍ଷିଣ କୋରିଆର। ଏଥିରେ ଆଉଜଣେ ଦକ୍ଷିଣ କୋରିଆର ପର୍ଯ୍ୟଟକ ଆହତ ମଧ୍ୟ ହୋଇଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଏହି ଘଟଣାକୁ ନେଇ ମଙ୍କି ଫରେଷ୍ଟ କର୍ତ୍ତୃପକ୍ଷ କହିଛନ୍ତି ଯେ ଏହା ଏକ ଅତ୍ୟନ୍ତ ଦୁଃଖଦ ଘଟଣା। କିନ୍ତୁ ଏହା ମଣିଷର ନିୟନ୍ତ୍ରଣ ବାହାରେ ଥିଲା।

ଅଧିକ ପଢ଼ନ୍ତୁ: ଘର ସାମ୍ନାକୁ ଆସିଗଲା କଳା ନାଗ; ଚାଲିଲା ସାପ-ଆଣ୍ଟିଙ୍କ ସଂଘର୍ଷ

ଯେଉଁ ଗଛଟି ଉପୁଡ଼ି ତଳେ ପଡ଼ିଗଲା, ତାହା ବେଶ୍ ସୁସ୍ଥ ଥିଲା। ଆମେ ନିୟମିତ ଭାବେ ଗଛଗୁଡ଼ିକ ଉପରେ ନଜର ରଖିଥାଉ। କାରଣ ପର୍ଯ୍ୟଟକ, କର୍ମଚାରୀ ଓ ମଙ୍କି ଫରେଷ୍ଟରେ ରହୁଥିବା ବନ୍ୟ ଜୀବଜନ୍ତୁଙ୍କୁ ସୁରକ୍ଷା ଆମର ପ୍ରାଥମିକତା। କିନ୍ତୁ ଏହି ଘଟଣା ଅପ୍ରତ୍ୟାଶିତ ଥିଲା। ସେହି ସମୟରେ ପବନ ଜୋରରେ ହେଉଥିବାରୁ ଗଛଟି ଭାଙ୍ଗିଗଲା ବୋଲି ଅନୁମାନ କରାଯାଉଛି। ବାଲିରେ ମଙ୍କି ଫରେଷ୍ଟକୁ ଏକ ପବିତ୍ର ସ୍ଥାନ ମନେ କରାଯାଏ। ଏହା ଏକ ଅଭୟାରଣ୍ୟ ହୋଇଥିବା ବେଳେ ଏଥିରେ ୧୧୫ ପ୍ରଜାତିର ବୃକ୍ଷ ରହିଛି।

Advertisment
Accident Viral Video Indonesia
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ