Advertisment

ଆନ୍ଧ୍ରରୁ ଜଗା ଦର୍ଶନ ପାଇଁ ଆସୁଥିବା ବେଳେ ଦୁର୍ଘଟଣା, ୨ ମୃତ

ଆନ୍ଧ୍ରପ୍ରଦେଶରୁ ପର୍ଯ୍ୟଟକଙ୍କୁ ନେଇ ଆସୁଥିବା କାର ସହ ଅଟୋର ଧକ୍କା ହୋଇଥିଲା।

ଅଦ୍ୟତନ ହୋଇଛି
2 persons killed, 12 others injured in road accident

2 persons killed, 12 others injured in road accident

Advertisment

ପୁରୀ ଜିଲ୍ଲା ଭୂଆଁ ଛକ ନିକଟରେ ଦୁର୍ଘଟଣାରେ ୨ ମୃତ, ୧୨ ଆହତ। ଆହତଙ୍କୁ ପୁରୀ ସରକାରୀ ମେଡିକାଲରେ ଭର୍ତ୍ତି କରାଯାଇଛି। ଆନ୍ଧ୍ରରୁ ପର୍ଯ୍ୟଟକଙ୍କୁ ନେଇ ଆସୁଥିବା କାର୍ ସହ ଅଟୋ ଧକ୍କା ଦେବାରୁ ଏହି ଦୁର୍ଘଟଣା ହୋଇଛି। ଜଣେ ମହିଳାଙ୍କ ସମେତ ଅଟୋ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ୭ଜଣ ଗୁରୁତର ଆହତ ହୋଇଛନ୍ତି।

Advertisment

ପର୍ଯ୍ୟଟକମାନେ ଆନ୍ଧ୍ର ପ୍ରଦେଶରୁ ଜଗା ଦର୍ଶନ ପାଇଁ ଆସୁଥିବା ବେଳେ ଏହି ଦୁର୍ଘଟଣା ହୋଇଛି। ଜଣେ ବାଇକ ଆରୋହୀଙ୍କ ଚକା ଫାଟିଯିବାରୁ ତାହା ଅଟୋ ସହ ଧକ୍କା ହୋଇଥିଲା।

ଏହି ସମୟରେ ଆନ୍ଧ୍ରପ୍ରଦେଶରୁ ପର୍ଯ୍ୟଟକଙ୍କୁ ନେଇ ଆସୁଥିବା କାର ସହ ଅଟୋର ଧକ୍କା ହୋଇଥିଲା। ସମସ୍ତ ଆହତଙ୍କୁ ସ୍ଥାନୀୟ ବାସିନ୍ଦା ସହ ଅଗ୍ନିଶମବାହିନୀ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି। 

Advertisment
Road Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ