Advertisment

ଟ୍ରକକୁ ଧକ୍କା ଦେଇ ଜଳିଗଲା କାର୍; ଜିଅନ୍ତା ଜଳିଗଲେ ୨ଶିଶୁଙ୍କ ସହ ୭ଜଣ

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, କାରଟି ଅନ୍ୟ ଏକ କାରକୁ ଓଭରଟେକ୍ କରି ଟ୍ରକକୁ ଧକ୍କା ଦେଇଥିଲା। ଲୋକମାନେ ସାହାଯ୍ୟ ପାଇଁ ଚିତ୍କାର କରୁଥିଲେ। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଘଟଣାର ତଦନ୍ତ କରୁଛି।

ଅଦ୍ୟତନ ହୋଇଛି
Rajasthan Sikar Road Mishap

Car Burnt

Advertisment

ରାଜସ୍ଥାନର ସିକର ଫତେହପୁର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ଟ୍ରକକୁ ଧକ୍କା ଦେଲା ଦ୍ରୁତ ଗତିରେ ଆସୁଥିବା କାର୍। କାରରେ ନିଆଁ ଲାଗିଯିବାରୁ ୭ଜଣ ଜିଅନ୍ତା ଜଳିଯାଇଛନ୍ତି। ମୃତକଙ୍କ ମଧ୍ୟରେ ୨ଶିଶୁ ଓ ୩ଜଣ ମହିଳା ଥିବା ଜଣାପଡିଛି।

Advertisment

ସୂଚନା ଅନୁସାରେ ମୃତକମାନେ ଉତ୍ତରପ୍ରଦେଶ ମେଟର ଅଂଚଳର। ସେମାନେ ଚୁରୁର ସାଲାସର ବାଲାଜୀ ମନ୍ଦିରରୁ ଦର୍ଶନ ସାରି ଫେରୁଥିଲେ। କାରର ବେଗ ଅଧିକ ଥିଲା। ହଠାତ କାରଟି ଏକ ଟ୍ରକକୁ ଧକ୍କା ଦେଇଥିଲା। କାରଟି ଏଲପିଜିରେ ଚାଲୁଥିବାରୁ ସେଥିରେ ତୁରନ୍ତ ନିଆଁ ଲାଗିଯାଇଥିଲା। ଆଖିପୁଛୁଳାକେ ନିଆଁ ବ୍ୟାପି ଯାଇଥିଲା। କାରରେ ଫସିଥିବା ଲୋକ ବାହାରି ନପାରି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି।

ଅଧିକ ପଢ଼ନ୍ତୁ: ଭାରସାମ୍ୟ ହରାଇ ଡିଭାଇଡର୍‌ରେ ପିଟି ହେଲା କାର୍‌; ବାପା-ଝିଅ ମୃତ, ୩ ଗୁରୁତର

Advertisment

ଡିଏସପି (ଫତେହପୁର ସର୍କଲ) ରାମପ୍ରତାପ ବିଷ୍ଣୁ କହିଛନ୍ତି ଯେ ଚୁରୁ-ସାଲାସର ରାଜ୍ୟ ରାଜପଥରେ ଧକ୍କା ହେବା ପରେ କାରଟି ଜଳିଯାଇଥିଲା। ତୁରନ୍ତ ପୋଲିସ ଓ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଟ୍ରକରେ ଟିସୁ ପେପର ଥିବାକୁ ନିଆଁ ଅଣାୟତ୍ତ ହୋଇଯାଇଥିଲା। ପ୍ରାୟ ଅଧଘଣ୍ଟା ପରେ ନିଆଁ ଆୟତ୍ତ ହୋଇଥିଲା।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, କାରଟି ଅନ୍ୟ ଏକ କାରକୁ ଓଭରଟେକ୍ କରି ଟ୍ରକକୁ ଧକ୍କା ଦେଇଥିଲା। ଲୋକମାନେ ସାହାଯ୍ୟ ପାଇଁ ଚିତ୍କାର କରୁଥିଲେ। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଘଟଣାର ତଦନ୍ତ କରୁଛି।

Advertisment
Road Mishap Road Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ