Advertisment

Road Accident: ଆଖି ପିଛୁଳାକେ ସବୁ ଓଲଟପାଲଟ; ଆସିଲା,ବାଇକ୍ ଆରୋହୀଙ୍କ ଉପରେ ମାଡ଼ିଗଲା

ଗତକାଲି ବିଳମ୍ବିତ ରାତିରେ କେନ୍ଦୁଝର ପଟରୁ ଏକ ବାଇକରେ ୨ ଜଣ ଯୁବକ ଆସୁଥିଲେ। ଏହି ସମୟରେ ୪୯ ନମ୍ୱର ଜାତୀୟ ରାଜପଥର ଦ୍ୱାରଶୁଣି ଘାଟି ନିକଟରେ ଏକ ଅଜଣା ଗାଡ଼ି ବାଇକ୍ ଆରୋହୀଙ୍କୁ ଧକ୍କା ଦେଇଥିଲା

ଅଦ୍ୟତନ ହୋଇଛି
ACcident

ACcident

Advertisment

ଦୁଇ ବାଇକ୍ ଆରୋହୀଙ୍କ ଉପରେ ମାଡ଼ିଗଲା ଅଜଣା ଗାଡ଼ି। ଘଟଣାସ୍ଥଳରେ ୨ଜଣଙ୍କର ମୃତ୍ୟୁ ଘଟିଛି। ମୟୂରଭଞ୍ଜ ଜିଲ୍ଲା ୪୯ ନମ୍ୱର ଜାତୀୟ ରାଜପଥର ଦ୍ୱାରଶୁଣି ଘାଟି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମୃତକ ଦ୍ୱୟଙ୍କର ପରିଚୟ ମିଳିନାହିଁ।

Advertisment

ଗତକାଲି ବିଳମ୍ବିତ ରାତିରେ କେନ୍ଦୁଝର ପଟରୁ ଏକ ବାଇକରେ ୨ ଜଣ ଯୁବକ ଆସୁଥିଲେ। ଏହି ସମୟରେ ୪୯ ନମ୍ୱର ଜାତୀୟ ରାଜପଥର ଦ୍ୱାରଶୁଣି ଘାଟି ନିକଟରେ ଏକ ଅଜଣା ଗାଡ଼ି ବାଇକ୍ ଆରୋହୀଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଥିଲା। ଗାଡ଼ିଟି ବାଇକ ଆରୋହୀଙ୍କ ଉପରେ ଚଢ଼ିଯାଇଥିଲା। ଦୁର୍ଘଟଣାରେ ବାଇକଟି ଭାଙ୍ଗିରୁଜି ଯାଇଥିବା ବେଳେ ମୃତକ ଦ୍ୱୟଙ୍କର ଚିହ୍ନଟ କରିବା କଷ୍ଟକର ହୋଇ ପଡ଼ିଛି।

ବାଙ୍ଗିରିପୋଷି ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର  କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ହେଲେ ମୃତକ ଦ୍ୱୟଙ୍କର ପରିଚୟ ମିଳିନାହିଁ। ଦୁର୍ଘଟଣାର ୬ଘଣ୍ଟା ପରେ ବି ଉଭୟଙ୍କ ମୃତଦେହକୁ ଚିହ୍ନଟ କରାଯାଇପାରି ନାହିଁ। ତେବେ ଦୁର୍ଘଟଣାଗ୍ରସ୍ତ ବାଇକରେ ପଶ୍ଚିମବଙ୍ଗର ନମ୍ବର ପ୍ଲେଟ ରହିଛି। ଏଥିପାଇଁ ମୃତକଦ୍ୱୟ ପଶ୍ଚିମବଙ୍ଗର ବୋଲି ସୂଚନା ରହିଛି।

Advertisment

ଅଧିକ ପଢ଼ନ୍ତୁ: ରାଜଧାନୀରେ ପୁଣି ମୋ ବସ୍ ଆତଙ୍କ ; ଚାଲିଗଲା ଜଣେ ମହିଳାଙ୍କ ଜୀବନ।

Baripada Road Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ