Advertisment

କାର୍ ଧକ୍କାରେ ୨ ସାଇକଲ ଆରୋହୀ ମୃତ,କ୍ଷତିପୂରଣ ଦାବିରେ ରାସ୍ତାରୋକ

ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ, ଉତ୍ତେଜନା ..କ୍ଷତିପୂରଣ ଦାବିରେ ରାସ୍ତାରୋକ, ପୋଲିସର ବୁଝାସୁଝା..

ଅଦ୍ୟତନ ହୋଇଛି
Sundargarh Road Accident

accident

Advertisment

କାର୍ ଧକ୍କାରେ ୨ ସାଇକଲ ଆରୋହୀ ମୃତ। ସୁନ୍ଦରଗଡ ଜିଲ୍ଲା ବଡ଼ଗାଁ ଥାନା ଝାରମୁଣ୍ଡାରେ ଏହି ଦୁର୍ଘଟଣା ଘଟିଛି । ଏହି ଗାଁର ସମ୍ବାରୁ ସାହୁ ଓ କ୍ଷୀରୋଦ ପୃଷେଠ ରାସ୍ତା ପାର୍ ହେଉଥିବା ବେଳେ ଉଭୟଙ୍କୁ ଧକ୍କା ଦେଇଥିଲା ଏକ କାର୍। କାରଟି ରାଉରକେଲାରୁ ସୁନ୍ଦରଗଡ଼ ଆସୁଥିଲା।

Advertisment

କାରଟି ଏତେ ଦ୍ରୁତ ଗତିରେ ଯାଉଥିଲା ଯେ, ଧକ୍କା ଦେବା ପରେ ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାପରେ ଘଟଣାସ୍ଥଳରୁ କାର୍ ନେଇ ଚମ୍ପଟ ମାରିଥିଲା ଡ୍ରାଇଭର । ପିଛା କରିବା ପରେ କାର ସହ ଚାଳକକୁ ଧରିବାରେ ସଫଳ ହୋଇଛି ପୋଲିସ ।

Advertisment

ଅନ୍ୟପଟେ ଦୁର୍ଘଟଣା ପରେ ସେଠାରେ ଦେଖା ଦେଇଛି ଉତ୍ତେଜନା । ସ୍ଥାନୀୟ ଲୋକେ ମୃତଦେହ ରଖି ରାସ୍ତାରୋକ କରିଛନ୍ତି । କ୍ଷତିପୂରଣ ଦାବିରେ ରାଜ୍ୟ ରାଜପଥ ୧୦କୁ ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି । ରାସ୍ତାରୋକ ଯୋଗୁ ଉଭୟ ପଟରେ ଗାଡ଼ିମଟର ଅଟକି ରହିଛି ।

Road Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ