ହାଇ-ୱେରୁ ଖସିଗଲା ବସ୍‌, ୧୩୧ ଫୁଟ୍‌ ତଳେ ପଡ଼ିଲା !

ମୃତଦେହଗୁଡ଼ିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ।

Accident

ହାଇୱେରୁ ତଳକୁ ଖସିଗଲା ବସ୍‌ । ଚାଲିଗଲା ୧୮ ନିରୀହ ଜୀବନ । ସେଥିରେ ଅଧିକାଂଶ ଥିଲେ ବିଦେଶୀ । ଗୁରୁବାର ସକାଳ ଏହି ଘଟଣା ଘଟିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି । ଖବର ପାଇ ପୋଲିସ ଓ ଉଦ୍ଧାରକାରୀ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିବା ସହ ଗୁରୁତରଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରିଛନ୍ତି । ଏହାସହ କିଛି ମୃତଦେହଗୁଡ଼ିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ।

ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ମେକ୍ସିକୋରେ । ବସ୍‌ରେ ଥିବା ଅଧିକାଂଶ ଯାତ୍ରୀ ବିଦେଶୀ ବୋଲି ସ୍ଥାନୀୟ ପୋଲିସ କହିଛି ।  ଏହାସହ ପ୍ରାୟ ସମସ୍ତେ US ସୀମାନ୍ତ ଅଞ୍ଚଳର ବାସିନ୍ଦା ବୋଲି ପୋଲିସ ସ୍ପଷ୍ଟ କରିଛି । 

ବସ୍‌ଟି ତ୍ତର ତିଜୁଆନା ଅଞ୍ଚଳରେ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି । ସେଥିରେ ୪୨ ଜଣ ଯାତ୍ରୀ ଯାତ୍ରା କରୁଥିଲେ । ଅନେକ ଭାରତୀୟ ଯାତ୍ରୀଙ୍କ ସହ ଡୋମିନିକାନ୍‌ ରିପବ୍ଲିକ୍‌ ଏବଂ ଆଫ୍ରିକୀୟ ମଧ୍ୟ ସେଥିରେ ଥିଲେ । 

ଏହି ଘଟଣାରେ ବସ୍‌ ଡ୍ରାଇଭରଙ୍କୁ ଅଟକ ରଖାଯାଇଛି । ସରକାରୀ ଅଧିକାରୀଙ୍କ ସୂଚନା ଅନୁସାରେ ଅଙ୍କା ବଙ୍କା ରୋଡ୍‌ରେ ଡ୍ରାଇଭର ଜଣକ ଗାଡ଼ି ସ୍ପିଡ୍‌ରେ ଚଳାଉଥିବାରୁ ଏଭଳି ଦୁର୍ଘଟଣା ଘଟିଛି ବୋଲି ଅନୁମାନ କରାଯାଉଛି ।

ସମସ୍ତ ମୃତକଙ୍କ ପରିଚୟ ଏବେ ସୁଦ୍ଧା ମିଳିନାହିଁ । ସେନେଇ ତଦନ୍ତ ଚାଲିଛି ଏବଂ ସେମାନଙ୍କ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି।   

ପାଖାପାଖି ୨୦ ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଥିମଧ୍ୟରୁ ଜଣେ ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି । ଏବେ ସୁଦ୍ଧା ୧୮ ଜଣଙ୍କ ଜୀବନ ଯାଇଥିବା ବେଳେ ଆଗକୁ ମୃତ୍ୟୁ ସଂଖ୍ୟା ବଢ଼ିବାର ସମ୍ଭାବନା ରହିଛି ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି ।

ବସ୍‌ଟି ପାଖାପାଖି ୪୦ ମିଟର ଅର୍ଥାତ ୧୩୧ ପୁଟ୍‌ ତଳକୁ ଖସିଯାଇଥିବାରୁ ଉଦ୍ଧାର କାର୍ଯ୍ୟ ସହଜ ହେଉ ନାହିଁ । ଦୀର୍ଘ ସମୟ ଧରି ଉଦ୍ଧାର କାର୍ଯ୍ୟ ଚାଲିବ ବୋଲି ଅନୁମାନ କରାଯାଉଛି ।