Advertisment

ସ୍କୁଲରେ ବଜ୍ରପାତ; ୧୬ ପିଲା ଆହତ

ହାଇସ୍କୁଲରେ ଅସ୍ଥାୟୀ ଭାବେ ଚାଲିଥିଲା ଆଦର୍ଶ ବିଦ୍ୟାଳୟ।

ଅଦ୍ୟତନ ହୋଇଛି
lightning strike at Kudanagari High School

lightning strike at Kudanagari High School

Advertisment

ସ୍କୁଲରେ ପାଠପଢା ବେଳେ ବଜ୍ରପାତ। ଏଥିରେ ୧୬ ଜଣ ପିଲା ଆହତ ହୋଇଛନ୍ତି। କେନ୍ଦ୍ରାପଡ଼ା ଗରଦପୁର ବ୍ଲକ୍ କୁଦାନଗରୀ ଆଦର୍ଶ ବିଦ୍ୟାଳୟରେ ଆଜି ଅପରାହ୍ଣରେ କ୍ଲାସ ଚାଲିଥିବା ବେଳେ ବଜ୍ରପାତ ଘଟିବାରୁ ୧୬ ଜଣ ପିଲା ଆହତ ହୋଇଛନ୍ତି। ଆହତ ସମସ୍ତ ଛାତ୍ରଛାତ୍ରୀ ଷଷ୍ଠ ଶ୍ରେଣୀର। ସେମାନଙ୍କୁ ପାଟକୁରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

Advertisment

ଆହତଙ୍କ ମଧ୍ୟରେ ୨ ଜଣ ଛାତ୍ର ରହିଛନ୍ତି। ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ସୂଚନା ମିଳିଛି। ବଜ୍ରପାତ ପରେ ସ୍କୁଲ୍ ଶିକ୍ଷକ ଓ ସ୍ଥାନୀୟ ଲୋକ ତୁରନ୍ତ ଆହତ ଛାତ୍ରଛାତ୍ରୀଙ୍କୁ ମେଡ଼ିକାଲରେ ଭର୍ତ୍ତି କରିଥିଲେ। କ୍ଲାସ ରୁମ ଉପରେ ଘଡଘଡି ମାଡ ହେବା ପରେ ବିଦ୍ୟୁତ୍ ସଟସର୍କିଟ ହୋଇଥିବା ଛାତ୍ରଛାତ୍ରୀ କହିଛନ୍ତି।

ବଜ୍ରପାତରେ କିଛି ଛାତ୍ରଛାତ୍ରୀ ଚେତା ହରାଇଥିବା ବେଳେ ଅନେକଙ୍କ ମୁଣ୍ଡ ବୁଲାଇଥିଲା ଏବଂ ବାନ୍ତି ହୋଇଥିଲା। ବର୍ତ୍ତମାନ ସମସ୍ତଙ୍କ ଚିକିତ୍ସା ଚାଲିଛି। ହାଇସ୍କୁଲ୍ ରେ ଅସ୍ଥାୟୀ ଭାବେ ଆଦର୍ଶ ବିଦ୍ୟାଳୟ ଚାଲିଥିବା ସୂଚନା ମିଳିଛି।

Advertisment

ସେପଟେ ସ୍କୁଲ ନିର୍ମାଣରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ବି କିଭଳି ଏଭଳି ଅଘଟଣ ଘଟିଲା, ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। 

Lightening
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ