/odishatv-khabar/media/post_attachments/uploadimage/library/16_9/16_9_0/Accident_1754278843.jpg)
Accident
ବଲାଙ୍ଗୀର-ସୋନପୁର ୫୭ ନମ୍ବର ଜାତୀୟ ରାଜପଥ ଝିଙ୍କି ପନ୍ଥେଇ ନିକଟରେ ଗତରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଉଇଙ୍ଗର ଗାଡ଼ିକୁ ପିଟିଲା ହାଇୱା। ଏହି ଦୁର୍ଘଟଣାରେ ୧୬ ଆହତ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି।
ସୁବର୍ଣ୍ଣପୁର ଜିଲ୍ଲା ସାଗରପାଲି ଗାଁରୁ ଏକ ଉଇଙ୍ଗର ଗାଡିରେ ଡ୍ରାଇଭର ସମେତ ୨୦ ଜଣ ପୁରୀକୁ ଯାଉଥିଲେ । ତେବେ ଝିଙ୍କି ରସ୍ତାକଡରେ ଥିବା ପନ୍ଥେଇ ନିକଟରେ ଗାଡିକୁ ରଖି ପୂଜା କରୁଥିବା ସମୟରେ ହଠାତ ପଛପଟୁ ଦ୍ରୁତ ଗତିରେ ଆସୁଥିବା ଏକ ଗାଡି ଧକ୍କାଦେଇଥିଲା ।
ଦୁର୍ଘଟଣା ଏତେ ଯୋରଦାର ଥିଲାଯେ ଉଇଙ୍ଗରଟି ସମ୍ପୁର୍ଣ୍ଣ ଚୁରମାର ହୋଇଯାଇଥିଲା । ଦୁର୍ଘଟଣାରେ ୪ ଜଣ ଗୁରୁତର ହୋଇଥିବାବେଳେ ଡ୍ରାଇଭର ସମେତ ଅନ୍ୟ ୧୬ ଜଣ ଆହତ ହୋଇଥିଲା । ଆଉ କିଛି ଲୋକ ଗାଡି ଭିତରେ ଚାପିହୋଇ ରହିଯାଇଥିଲେ ।
ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ଦମକଳବାହିନୀର କର୍ମଚାରୀ ପହଞ୍ଚିଥିଲେ। ସେମାନେ ଗ୍ୟାସ୍ କଟର ସାହାଯ୍ୟରେ ଗାଡ଼ିକୁ କାଟି ଗୁରୁତରଙ୍କୁ ଉଦ୍ଧାର କରିଥିଲେ। ଯାତ୍ରୀଙ୍କ ମଧ୍ୟ ୪ ଜଣ ଶିଶୁଙ୍କ ସମେତ କିଛି ମହିଳା ରହିଥିବା ମଧ୍ୟ ଜଣାଯାଇଛି ।
ତୁରନ୍ତ ଗୁରତର ଏବଂ ଆହତଙ୍କୁ ଉଦ୍ଧାର କରାଯାଇ ସୋନପୁର ମେଡିକାଲକୁ ଅଣାଯାଇଥିଲା । ତେବେ ଅବସ୍ଥା ଗୁରୁତର ଥିବାରୁ ୪ ଜଣଙ୍କୁ ବୁର୍ଲା ମେଡିକାଲକୁ ପଠାଯାଇଥିବା ଜଣାଯାଇଛି । ସେଠାରେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।
ଦୁର୍ଘଟଣା ଘଟାଇ ଫେରାର ମାରିଥିବା ହାଇୱା ଗାଡିକୁ ଧରିବାକୁ ଦାବି ହେଇଛି । ପୋଲିସ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)