Advertisment

ବଜ୍ରାଘାତରେ ୧୨ ମାଙ୍କଡ଼ପଲ ମୃତ

ଆଜି ସନ୍ଧ୍ୟାରେ ବାଲିଆପାଳ ଓ ଜଳେଶ୍ୱର ଅଂଚଳରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ଘଡଘଡି ସହ ବର୍ଷା ହୋଇଥିଲା।

ଅଦ୍ୟତନ ହୋଇଛି
12 monkeys dead due to lightening

12 monkeys dead due to lightening

Advertisment

ଦିନ ସାରା ସୂର୍ଯ୍ୟଙ୍କ ପ୍ରକୋପ ପରେ ସଂଧ୍ୟାରେ କାଳବୈଶାଖୀର ତାଣ୍ଡବ। ପ୍ରବଳ ଝଡ଼ ପବନ ପରେ ବାଲେଶ୍ବର, ଭୁବନେଶ୍ବର, କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ସଂଧ୍ୟାରେ ପ୍ରବଳ ଝଡ଼ ପବନ ସହ ବିଜୁଳି ଘଡ଼ଘଡ଼ି ଦେଖିବାକୁ ମିଳିଥିଲା। ବାଲେଶ୍ବରର କିଛି ସ୍ଥାନରେ କଚ୍ଚା ଘର ଭାଙ୍ଗିଥିବାବେଳେ ଗଛ ଉପୁଡି ପଡିଛି। ସେହିପରି କଟକ ସହରର ବହୁ ଜାଗାରେ ରାସ୍ତା ଉପରେ ଗଛ ପଡ଼ି ଯାତାୟତ ପ୍ରଭାବିତ ହୋଇଛି। କଟକ ମାତା ମଠ ଠାରେ ରାସ୍ତା ଉପରେ ଗଛ ପଡି ମାତା ମଠ ଓ ମଣିସାହୁ ଛକ ରାସ୍ତା ଅବରୋଧ ରହିଥିଲା।

Advertisment

ଅଗ୍ନିଶମ କର୍ମଚାରୀ ପହଞ୍ଚି ଟଳିପଡ଼ିଥିବା ଗଛ ଗୁଡ଼ିକୁ ହଟାଇବାରେ ଲାଗିଥିଲେ। ସେହିପରି କେନ୍ଦ୍ରାପଡ଼ାରେ ମଧ୍ୟ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି। ତେବେ ଏହି କାଳବୈଶାଖୀ ଯୋଗୁ ପ୍ରବଳ ଗରମ ଓ ଗୁଳୁଗୁଳିରୁ ସାମାନ୍ୟ ଆଶ୍ବସ୍ତି ମିଳିଛି।

ଆଜି ସନ୍ଧ୍ୟାରେ ବାଲିଆପାଳ ଅଂଚଳରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ଘଡଘଡି ସହ ବର୍ଷା ହୋଇଥିଲା। ଏହି ସମୟରେ ବାଲିଆପାଳ ଥାନା ଦେଭୋଗ ଗ୍ରାମ ପିତାମ୍ବର ଦଳାଇ ପୁଅ ମଧୁ ଦଳାଇ (୩୦) ନିଜ ଶଶ୍ୱୁର ଘର କାଳସିମୁୁଳିରୁ ସାଇକେଲ ଯୋଗେ ଘରକୁ ଫେରୁଥିଲେ। ଦେଉଳା ବିରପାଲିଆ ରାସ୍ତାର ରାଣିଆ ପୋଖରୀ ନିକଟରେ ମଧୁଙ୍କ ଉପରେ ବଜ୍ରପାତ ହୋଇଥିଲା।

Advertisment

ଘଟଣାସ୍ଥଳରେ ମଧୁ ତଳେ ପଡିଯାଇ ଚେତାଶୂନ୍ୟ ହୋଇଯାଇଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଆସିଥିଲେ । ତେବେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି । ମଧୁୁଙ୍କ ୬ ମାସର ଏକ କନ୍ୟା ସନ୍ତାନ ଅଛି । ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି।  ସେହିପରି ଗଡ଼ସାହି ବାଲିଆପାଳରେ ବଜ୍ରାଘାତରେ ୧୨ ମାଙ୍କଡ଼ ମୃତ। ଜଣଙ୍କ ବାଡ଼ିରେ ଥିବା ଏକ ଗଛରେ ଆଶ୍ରୟ ନେଉଥିଲେ ମାଙ୍କଡ଼ପଲ। ହେଲେ ସେହି ସମୟରେ ବଜ୍ରପାତ ହେବାରୁ ୧୨ ମାଙ୍କଡ଼ଙ୍କ ମୃତ୍ୟୁ ହୋଇଥିଲା। 

Thunderstorm Lightening
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ