Advertisment

ରାସ୍ତାକଡ଼ରେ ଛିଡ଼ା ହୋଇଥିଲେ, ଫୁଲ୍‌ ସ୍ପିଡ୍‌ରେ ଆସି ମାଡ଼ିଗଲା ଟ୍ରକ୍‌; ୧୧ ମୃତ

ରାସ୍ତାକଡ଼ରେ ଛିଡ଼ା ହୋଇଥିବା ବେଳେ ମାଡ଼ିଗଲା ଟ୍ରକ୍‌। ଏଥିରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି।

author-image
Rajalaxmi Sahoo
11 People Killed As Truck Runs Over Them While Waiting On Rajasthan Highway

11 People Killed As Truck Runs Over Them While Waiting On Rajasthan Highway

ରାସ୍ତାକଡ଼ରେ ଛିଡ଼ା ହୋଇଥିବା ବେଳେ ମାଡ଼ିଗଲା ଟ୍ରକ୍‌। ଏଥିରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି। ରାଜସ୍ଥାନ ଭରତପୁରରେ ଏହି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଆହତଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଜୟପୁର-ଆଗ୍ରା ଏନ୍‌ଏଚ୍‌ ହନ୍ତରା ନିକଟରେ ଆଜି ଭୋର ସାଢ଼େ ୪ଟା ସମୟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।

Advertisment

ସୂଚନା ଅନୁସାରେ, ବସ୍‌ଟି ରାଜସ୍ଥାନର ପୁଷ୍କରୁ ଉତ୍ତରପ୍ରଦେଶର ବୃନ୍ଦାବନ ଅଭିମୁଖେ ଯାତ୍ରା କରୁଥିଲା। ବସ୍‌ ଖରାପ ହୋଇଯିବା ଯୋଗୁ ରାସ୍ତାରେ ଅଟକି ରହିଥିଲା। ଏହି ସମୟରେ ଦ୍ରୁତ ଗତିରେ ଆସି ଏକ ଟ୍ରକ୍‌ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଯାତ୍ରୀଙ୍କ ଉପରେ ମାଡ଼ି ଯାଇଥିଲା। 

ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁସାରେ, ବସ୍‌ ଡ୍ରାଇଭର ଓ କିଛି ଯାତ୍ରୀ ବସ୍‌ ପଛପଟେ ଛିଡ଼ା ହୋଇଥିଲେ। ଦ୍ରୁତ ଗତିରେ ଆସି ଏକ ଟ୍ରକ୍‌ ସେମାନଙ୍କ ଉପରେ ମାଡ଼ିଯିବା ସହ ବସ୍‌କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୧୧ ଜଣଙ୍କର ମୃତ୍ୟୁ ଘଟିଥିଲା।ମୃତକଙ୍କ ମଧ୍ୟରେ ୬ ଜଣ ମହିଳା ଓ ୫ ଜଣ ପୁରୁଷ ଥିବା ପୋଲିସ କହିଛି।

Advertisment
Accident
Advertisment
Advertisment