Lightning Strike
ଏଥର ମାଟ୍ରିକ ପରୀକ୍ଷା ଦେଇଥିଲେ । ସ୍ୱପ୍ନ ଥିଲା, ପାସ୍ କରି ସାଙ୍ଗମାନଙ୍କ ସହ କଲେଜ ଯିବେ । ପାଠ ପଢିବେ, ଚାକିରି କରିବେ । ହେଲେ ନିମିଷକରେ ପାଣି ଫୋଟକା ପରି ମିଳେଇଗଲା ସବୁ ସ୍ୱପ୍ନ । ରେଜଲ୍ଟ ବାହାରିବା ପୂର୍ବରୁ ବଜ୍ରପାତରେ ଚାଲିଗଲା ନିରୀହ ଛାତ୍ରର ଜୀବନ । ଆଜି ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବମକେଇ ଅଞ୍ଚଳରେ ।
ଏଠାରେ ବଜ୍ରପାତରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତକ ନାରାୟଣପାଟଣା ଗାଁର ରାଜେଶ ଗୌଡ । ସେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିଲେ । ପାସ୍ କରି କଲେଜ ଯିବାକୁ କେତେ ସ୍ୱପ୍ନ ଦେଖିଥିଲେ । ହେଲେ ଦାଉ ସାଧିଲା ଦଇବ । ବଜ୍ରପାତରେ ଲିଭିଯାଇଛି ପିଲାଟିର ଜୀବନ ଦୀପ ।
ଅଧିକ ପଢ଼ନ୍ତୁ: ଓଲଟିଲା ବରଯାତ୍ରୀ ଗାଡି; ଜଣେ ମୃତ, ୬ ଆହତ
ସୂଚନା ମୁତାବକ, ରାଜେଶ ଆଜି ବମକେଇରୁ ନାରାୟଣପୁର ଫେରୁଥିଲେ । ବମକେଇ-କୁମରଡ଼ା ରାସ୍ତାରେ ଆକାଶରୁ କାଳ ଖସିଲା ଭଳି ଘଟିଥିଲା ବଜ୍ରପାତ । ରାଜେଶ ବଜ୍ରପାତର ଶିକାର ହୋଇ ଗୁରୁତର ହୋଇଥିଲେ । ତାଙ୍କୁ ଉଦ୍ଧାର କରାଯାଇ ସଙ୍ଗେ ସଙ୍ଗେ ବମକେଇ ମେଡିକାଲକୁ ନିଆଯାଇଥିଲା । ହେଲେ ଡାକ୍ତର ସେଠି ମୃତ ଘୋଷଣା କରିଥିଲେ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳାଇ ଦେଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1742633938.jpg)