ଅଦ୍ୟତନ ହୋଇଛି
LPG cylinder blast
Advertisment
ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ ବଡ଼ ଅଘଟଣ । ଗ୍ୟାସ ସିଲିଣ୍ଡର୍ ଫାଟି ଜଳିଗଲା ୧୦ ବଖରା ଘର । କମଳାପଦର ଗାଁରେ ହୁତୁହୁତୁ ହୋଇ ଜଳିଗଲା ଘର । ୩ ପରିବାରର ୧୦ ବଖରା ଘର ନିଆଁରେ ଭସ୍ମୀଭୂତ ହୋଇଯାଇଛି ।
Advertisment
ତେବେ ସବୁଠାରୁ ବଡ଼ କଥା ହେଉଛି ଏଥିରେ ଲୋକମାନେ ବର୍ତ୍ତିଯାଇଛନ୍ତି । ଲୋକଙ୍କର କାହାର କ୍ଷତି ହୋଇନାହିଁ ବୋଲି ସୂଚନା ରହିଛି । ଘରେ ଶୋଇଥିବା ବେଳେ ଭୋର୍ ସମୟରେ ଲାଗି ଯାଇଥିଲା ନିଆଁ । ତେବେ ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁ ଲିଭା କାର୍ଯ୍ୟ ଜାରି ରହିଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1730083405.jpg)