Advertisment

ବାହାଘରରୁ ଫେରୁଥିଲେ ବରଯାତ୍ରୀ, ବୁଡ଼ିଗଲା ଡଙ୍ଗା ! ଚାଲିଗଲା ଶତାଧିକ ଜୀବନ

ଅଧିକାରୀଙ୍କ କହିବାନୁଯାୟୀ ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ବଢ଼ିବାର ଖୁବ୍‌ ସମ୍ଭାବନା ରହିଛି । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଅଦ୍ୟତନ ହୋଇଛି
Boat Capsize In Nigeria

Boat Capsize In Nigeria

Advertisment

ମଙ୍ଗଳବାର ନାଇଜେରିଆରେ ଏକ ବଡ଼ ଦୁର୍ଘଟଣା ଘଟିଛି। ପୋଲିସ ଏବଂ ସ୍ଥାନୀୟ ଅଧିକାରୀ କହିଛନ୍ତି ଯେ ୩୦୦ ଲୋକଙ୍କୁ ନେଇ ବିବାହରୁ ଫେରୁଥିବା ଏକ ଡଙ୍ଗା ଉତ୍ତର କେନ୍ଦ୍ରୀୟ ନାଇଜେରିଆର ଏକ ନଦୀରେ ବୁଡ଼ି ଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଏହି ଘଟଣାରେ ଏବେ ସୁଦ୍ଧା ୧୦୩ ଜଣଙ୍କ ମୃତ୍ୟୁ ହୋଇଛି । ଅନେକ ନିଖୋଜ ଅଛନ୍ତି । ଅଧିକାରୀଙ୍କ କହିବାନୁଯାୟୀ ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ବଢ଼ିବାର ଖୁବ୍‌ ସମ୍ଭାବନା ରହିଛି । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Advertisment

ନ୍ୟୁଜ୍ ଏଜେନ୍ସି AFP ର ରିପୋର୍ଟ ଅନୁଯାୟୀ, ନାଇଜର ରାଜ୍ୟରେ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ବିବାହ ଉତ୍ସବରେ ଯୋଗଦେବାକୁ ଆସିଥିବା ଅତିଥିମାନଙ୍କୁ ଡଙ୍ଗାଟି କୁୱାରା ରାଜ୍ୟକୁ ନେଇ ଯାଉଥିଲା । ବର୍ଷା ଏବଂ ଅଧିକ ଲୋକ ଯୋଗୁଁ ଡଙ୍ଗାଟି ଭାରସାମ୍ୟ ହରାଇଥିଲା । କୁୱାରା ରାଜ୍ୟ ପୋଲିସ ଓକାସାନମି ଅଜୟ କହିଛନ୍ତି ଯେ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୦୩ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୧୦୦ ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି । ଅନେକ ଏବେ ବି ନିଖୋଜ ଅଛନ୍ତି ।

ନିରାପତ୍ତା ପ୍ରଣାଳୀର ଅଭାବ ଏବଂ ପ୍ରବଳ ବନ୍ୟା ଯୋଗୁଁ ନାଇଜର ନଦୀରେ ଡଙ୍ଗା ବୁଡ଼ି ଏକ ସାଧାରଣ କଥା। ଗତ ମାସରେ ଉତ୍ତର-ପଶ୍ଚିମ ସୋକୋଟୋ ରାଜ୍ୟରେ ଏକ ଡଙ୍ଗା ଓଲଟି ପଡ଼ିଥିଲା । ଏହି ଦୁର୍ଘଟଣାରେ ୧୫ ଜଣ ଶିଶୁ ବୁଡ଼ି ଯାଇଥିବା ବେଳେ ୨୫ ଜଣ ନିଖୋଜ ଥିଲେ । ସେହିଭଳି ପ୍ରାୟ ଏକ ବର୍ଷ ପୂର୍ବେ, ଗୋଟିଏ ଗାଁର ୨୯ ପିଲା ମଧ୍ୟ ବୁଡ଼ିଯାଇଥିଲେ । ସେମାନେ ନିଜ ପରିବାର ପାଇଁ ଜାଳେଣୀ କାଠ ସଂଗ୍ରହ କରିବାକୁ ଯାଇଥିବା ବେଳେ ତାଙ୍କ ଡଙ୍ଗା ବୁଡ଼ି ଯାଇଥିଲା । ଗତ ଡିସେମ୍ବରରେ ବଡ଼ ବନ୍ୟା କାରଣରୁ ପାଖାପାଖି ୭୬ ଜଣଙ୍କ ଜୀବନ ଯାଇଥିଲା । 

Advertisment

ପଶ୍ଚିମ ଆଫ୍ରିକାର ମୁଖ୍ୟ ଜଳପଥ ହେଉଛି ନାଇଜର ନଦୀ । ଏହା ଅନ୍ୟ କେତେକ ଦେଶ ପାଇଁ ଏକ ପ୍ରମୁଖ ବାଣିଜ୍ୟ ମାର୍ଗ । ତେବେ ଏଭଳି ଦୁର୍ଘଟଣାକୁ ରୋକିବା ପାଇଁ ସ୍ଥାନୀୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ରାତିରେ ଡଙ୍ଗା ଚାଳନା ବ୍ୟାନ କରିବା ସହ ଓଭରଲୋଡିଂକୁ ମଧ୍ୟ ବ୍ୟାନ କରିଛନ୍ତି ।

Boat Capsize
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ